ETV Bharat / state

ରାଜ୍ୟର ସବୁଠୁ ଉତ୍ତପ୍ତ ସହର ବୌଦ୍ଧ, ୭ ସହରରେ ତାପମାତ୍ରା ୪୩ ଡିଗ୍ରୀ ପାର - Odisha Weather

author img

By ETV Bharat Odisha Team

Published : May 3, 2024, 9:50 PM IST

Odisha Weather Update: ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ । ଆଜି ବୌଦ୍ଧରେ ସର୍ବାଧିକ ୪୪.୬ ଡିଗ୍ରୀ ପାରଦ ରେକର୍ଡ । ୭ ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ତାପମାତ୍ରା । ଅଧିକ ପଢ଼ନ୍ତୁ

ରାଜ୍ୟର ସବୁଠୁ ଉତ୍ତପ୍ତ ସହର ବୌଦ୍ଧ, ୭ ସହରରେ ତାପମାତ୍ରା ୪୩ ଡିଗ୍ରୀ ପାର
ରାଜ୍ୟର ସବୁଠୁ ଉତ୍ତପ୍ତ ସହର ବୌଦ୍ଧ, ୭ ସହରରେ ତାପମାତ୍ରା ୪୩ ଡିଗ୍ରୀ ପାର (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ପୁଣି ବଢ଼ିଲା ତାପମାତ୍ରା । ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ । ଆଜି (ଶୁକ୍ରବାର) ବୌଦ୍ଧରେ ସର୍ବାଧିକ ୪୪.୬ ଡିଗ୍ରୀ ପାରଦ ରେକର୍ଡ ହୋଇଛି । ଏହାସହ ୭ ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୨୬ ସହରରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ରାଜ୍ୟର ସବୁଠୁ ଉତ୍ତପ୍ତ ସହର ବୌଦ୍ଧ
ରାଜ୍ୟର ସବୁଠୁ ଉତ୍ତପ୍ତ ସହର ବୌଦ୍ଧ (ETV Bharat Odisha)

ତେବେ ରାଜ୍ୟରେ ଏବେବି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅସହ୍ୟ ତାତି ଓ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଅର୍ଥାତ ଆହୁରି 2 ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ଆସନ୍ତା ୬ରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ୩ରୁ ୫ ଡିଗ୍ରୀ ତାପମାତ୍ରା କମିବ । ସେହିପରି ୬ ଏବଂ ୭ ତାରିଖରେ ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ହେବାକୁ ଥିବା ବେଳେ ବିଜୁଳି, ଘଡଘଡି ଓ ବର୍ଷା ସହ ଝଡତୋଫାନ ହେବ । ଏହି ସମୟରେ ୩୦ରୁ ୪୦ କିମ ପବନ ବହିବାର ସମ୍ଭାବନା ଥିବା ପୂର୍ବାନୁମାନ ପାଣିପାଗ ବିଭାଗ । ଏହାସହ ଆଗାମୀ 2 ଦିନର ଗ୍ରୀଷ୍ମ ପ୍ରବାହ ସମୟରେ ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ ବିଶେଷ କରି ଉପକୂଳ ଅଞ୍ଚଳରେ କାଭ କାଁଭାଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆହୁରି 2 ଦିନ ପର୍ଯ୍ୟନ୍ତ ତାତି ଓ ଗୁଳୁଗୁଳିରୁ ନିସ୍ତାର ନଥିବା ବେଳେ ପରେ କାଳବୈଶାଖୀ ବର୍ଷା କିଛିଟା ଆଶ୍ବସ୍ତି ଦେବ ।

ରାଜ୍ୟର ସବୁଠୁ ଉତ୍ତପ୍ତ ସହର ବୌଦ୍ଧ
ରାଜ୍ୟର ସବୁଠୁ ଉତ୍ତପ୍ତ ସହର ବୌଦ୍ଧ (ETV Bharat Odisha)
ଆସନ୍ତା ୨୪ ଘଣ୍ଟାରେ ଗ୍ରୀଷ୍ମ ପ୍ରବାହକୁ ନେଇ ବୌଦ୍ଧ, ସମ୍ବଲପୁର, ନୂଆପଡା, ସୁନ୍ଦରଗଡ, ମୟୁରଭଞ୍ଜ, ସୋନପୁର, କେନ୍ଦୁଝର, ବଲାଙ୍ଗୀର, ଝାରସୁଗୁଡା, ଅନୁଗୋଳ ଏବଂ ଦେବଗଡ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ଆହୁରି 5ଦିନ ଗ୍ରୀଷ୍ମ ପ୍ରବାହ ଜାରି, ୪୫ଡିଗ୍ରୀ ସହ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର - WEATHER UPDATE

ଆଜି ବିଭିନ୍ନ ସହରରେ ରେକର୍ଡ ହୋଇଥିବା ତାପମାତ୍ରା :
ବୌଦ୍ଧ- 44.6 ଡିଗ୍ରୀ

ଟିଟିଲାଗଡ଼- 44 ଡିଗ୍ରୀ

ନୂଆପଡ଼ା- 43.9 ଡିଗ୍ରୀ

ବଲାଙ୍ଗୀର- 43.4 ଡିଗ୍ରୀ

ମାଲକାନଗିରି- 43.3 ଡିଗ୍ରୀ

ପାରଳାଖେମୁଣ୍ଡି- 43.3 ଡିଗ୍ରୀ

ଭବାନୀପାଟଣା- 43 ଡିଗ୍ରୀ

ବାରିପଦା-42.8 ଡିଗ୍ରୀ

ସମ୍ବଲପୁର- 42.8 ଡିଗ୍ରୀ

ଅନୁଗୋଳ- 42.7 ଡିଗ୍ରୀ

ହୀରାକୁଦ-42.3 ଡିଗ୍ରୀ

ତାଳଚେର- 42.2 ଡିଗ୍ରୀ

ଝାରସୁଗୁଡ଼ା - 42.1 ଡିଗ୍ରୀ

ସୋନପୁର- 42.1 ଡିଗ୍ରୀ

ଭୁବନେଶ୍ବର- 41.6 ଡିଗ୍ରୀ

ଫୁଲବାଣୀ- 41.5 ଡିଗ୍ରୀ

ଢେଙ୍କାନାଳ - 41.5 ଡିଗ୍ରୀ

ନୟାଗଡ଼ - 41.5 ଡିଗ୍ରୀ

ସୁନ୍ଦରଗଡ଼-41.5 ଡିଗ୍ରୀ

ଜଗତସିଂହପୁର- 41.3 ଡିଗ୍ରୀ

ଯାଜପୁର-41.2 ଡିଗ୍ରୀ

ରାୟଗଡ଼ା-41.2 ଡିଗ୍ରୀ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.