ETV Bharat / politics

ପ୍ରଥମ ପର୍ଯ୍ୟାୟରେ କାହାକୁ ମିଳିଛି ସମର୍ଥନ ? 'କର୍ମୀଙ୍କୁ ଉତ୍ସାହିତ କରିବାକୁ ଦମ୍ଭୋକ୍ତି କରୁଛନ୍ତି ନେତା' - Odisha Assembly Election 2024

author img

By ETV Bharat Odisha Team

Published : May 14, 2024, 10:08 PM IST

First Phase voting is In which Party favor ?: କାହା ସପକ୍ଷରେ ଯାଇଛି ପ୍ରଥମ ପର୍ଯ୍ୟାୟ ମତଦାନ ? ବିଜେଡି, ବିଜେପି ନା କଂଗ୍ରେସ ? ନିଜ ନିଜ କର୍ମୀଙ୍କ ମନୋବଳ ବୃଦ୍ଧି କରିବାକୁ ନିଜ ସପକ୍ଷରେ ପ୍ରଥମ ପର୍ଯ୍ୟାୟ ମତଦାନ ଯାଇଥିବା ସବୁ ଦଳର ନେତା କହୁଛନ୍ତି । ଅଧିକ ପଢ଼ନ୍ତୁ

First Phase voting is In which Party favor ?
First Phase voting is In which Party favor ? (ETV Bharat Odisha)

First Phase voting is In which Party favor ? (ETV Bharat Odisha)

ଭୁବନେଶ୍ବର: ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ମତଦାନ ଗତକାଲି (ସୋମବାର) ଶେଷ ହୋଇଛି । ରାଜ୍ୟର ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ମତ ସାବ୍ୟସ୍ତ କରିଛନ୍ତି ଜନତା । ପ୍ରାୟ ୭୫ ପ୍ରତିଶତ ମତଦାନ ହୋଇଛି । ଏହାପରେ କାହାକୁ କେତେ ଓ କେଉଁଠି ଜନସମର୍ଥନ ମିଳିଛି, ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ମତଦାନ ତାଙ୍କ ସପକ୍ଷରେ ଯାଇଛି ବୋଲି ଦାବି କଲେଣି । କିନ୍ତୁ ଯିଏ ଯାହା ଆକଳନ କରୁନା କାହିଁକି, ବାସ୍ତବତା ସହ ଏହି ଆକଳନର କିଛି ସମାନତା ନଥାଏ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ପ୍ରଭୁକଲ୍ୟାଣ ମହାପାତ୍ର । ସଂଗଠନକୁ ଚଳଚଞ୍ଚଳ ଓ କର୍ମୀଙ୍କ ମନରେ ଉତ୍ସାହ ଭରିବାକୁ ଦଳୀୟ ନେତା ଏହା କରୁଛନ୍ତି ବୋଲି ସେ କହିଛନ୍ତି ।

ରାଜନୀତି ସମୀକ୍ଷକ କହିଛନ୍ତି, "ରାଜ୍ୟରେ ପ୍ରଥମ ପର୍ଯ୍ୟାୟର ମତଦାନ ଗତକାଲି ଶେଷ ହୋଇଛି । ମହାନଦୀରେ ଆହୁରି ବହୁତ ପାଣି ବହିବାକୁ ବାକି ଅଛି । ଆଉ ତିନିଟି ପର୍ଯ୍ୟାୟରେ ମତଦାନ ହେବ । ମାତ୍ର ୪ଟି ଲୋକସଭା କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ପାଇଁ ମତଦାନ ହୋଇଛି । ଆଉ ୩ ପର୍ଯ୍ୟାୟରେ ମତଦାନ ବାକିଥିବାରୁ ବିଭିନ୍ନ ରାଜନୈତିକ ଦଳ ନିଜ ସପକ୍ଷରେ ପରିସଂଖ୍ୟାନ ଆକଳନ କରିବେ । ସମସ୍ତେ ଦାମ୍ଭିକତା ପ୍ରକାଶ କରିବେ । ଅଧିକ ସଂଖ୍ୟାରେ ଜିତାପଟ କରିବୁ ବୋଲି କହିବେ । କାରଣ ହେଉଛି ଆସନ୍ତା ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବା । ତୃଣମୂଳସ୍ତରରେ ଥିବା କର୍ମୀ ମହଲରେ ଉତ୍ସାହ ଭରିବା ଲାଗି ଏସବୁ ଉଦ୍ଦିଷ୍ଟ । ସଂଗଠନକୁ ଅଧିକ ଚଳଚଞ୍ଚଳ କରିବା ପାଇଁ ଏହା କରାଯାଏ । ପରବର୍ତ୍ତୀ ନିର୍ବାଚନରେ ଅଧିକ ପରିମାଣରେ ଦଳ ସପକ୍ଷରେ ସମର୍ଥନ ଯୋଗାଡ଼ କରିବା ଲାଗି ଏହା ବୁଷ୍ଟ ଯୋଗାଏ । ଯିଏ ଯାହା ଆକଳନ କରୁନା କାହିଁକି, ବାସ୍ତବତା ସହ ଏହି ଆକଳନର କିଛି ସମାନତା ନଥାଏ ।"

ଏହା ମଧ୍ୟ ପଢ଼ନ୍ତୁ...ପାଣ୍ଡିଆନଙ୍କ ଦୃଢୋକ୍ତି, 'ପ୍ରଥମ ପର୍ଯ୍ୟାୟରେ ୨୮ ଆସନରୁ ୨୪ ଆସନ ଜିତିବ ବିଜେଡି' - Lok Sabha Election 2024

ସେ ଆହୁରି ମଧ୍ୟ କହିଛନ୍ତି, "ପ୍ରବଳ ରୌଦ୍ରତାପ ଭିତରେ ଯେଉଁ ମତଦାନ ହୋଇଛି, ତାହା ଉତ୍ସାହଜନକ । ପରବର୍ତ୍ତୀ ସମୟରେ ଉପକୂଳରେ ବିଶେଷ କରି ସହରାଞ୍ଚଳରେ ମତଦାନ ହେବ । ସହରାଞ୍ଚଳରେ ମତଦାନ ହାର ବହୁତ କମ ପରିମାଣରେ ହୁଏ । ସହରାଞ୍ଚଳ ଲୋକଙ୍କ ମଧ୍ୟରେ ନିର୍ବାଚନକୁ ନେଇ ନିରୁତ୍ସାହ ମନୋଭାବ ରହିଆସିଛି । ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ମତଦାନ ହ୍ରାସ ପାଉଛି । ଲୋକମତ କାହା ସପକ୍ଷ ଓ ବିପକ୍ଷରେ ଯିବ ତାହା ମାପିବା ଏକ ଅନିଶ୍ଚିତତାର ବ୍ୟାପାର । ପୂର୍ବରୁ ଯେତେବେଳେ ମତଦାନ ହାର ଅଧିକ ହୁଏ, ସେତେବେଳେ ଏହାକୁ ସରକାରୀ ବିରୋଧୀ ହାୱା ବୋଲି କୁହାଯାଉଥିଲା । ସରକାରୀ ବିରୋଧୀ ଭୋଟ ହାର ବଢୁଛି ବୋଲି ଆକଳନ ହେଉଥିଲା । ପରବର୍ତ୍ତୀ ସମୟରେ ଏହା ଭୁଲ, ବରଂ ସରକାର ସପକ୍ଷରେ ମତଦାନ ବୋଲି ଦେଖାଗଲା । ଯାହାକୁ କୁହନ୍ତି ସରକାରଙ୍କ ସପକ୍ଷରେ ଅବହାୱା ବୋଲି କୁହାଗଲା । ତେଣୁ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳ ରୂପାୟନ କିପରି ହୋଇଛି, ଲୋକମାନେ କିପରି ଉପକୃତ ହୋଇଛନ୍ତି, ଏହା ତାହା ସପକ୍ଷରେ ମତଦାନ ନା ସରକାରଙ୍କ ବିରୋଧରେ ମତଦାନ ତାହା ବର୍ତ୍ତମାନ ଆକଳନ କରିବା ସହଜ ନୁହେଁ ।

ଏହା ମଧ୍ୟ ପଢ଼ନ୍ତୁ...କ୍ଷମତାରୁ ଯିବାର ଭୟ ବିଜେଡିକୁ ଘାରିଛି: ଲତା ଉସେଣ୍ଡି - Lata Usendi Target BJD

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.