ETV Bharat / entertainment

ଫ୍ୟାନ୍ସଙ୍କୁ ଭେଟିବାର ୪୨ବର୍ଷ ସେଲିବ୍ରେଟ କଲେ ବିଗ ବି, ଭିଡିଓ ସେୟାର କରି କହିଲେ ଏମିତି - Amitabh Bachchan Fans Meet

author img

By ETV Bharat Odisha Team

Published : Apr 30, 2024, 8:09 PM IST

ଫ୍ୟାନ୍ସଙ୍କୁ ଭେଟିବାର ୪୨ବର୍ଷ ସେଲିବ୍ରେଟ କଲେ ବିଗ ବି, ଭିଡିଓ ସେୟାର କରି କହିଲେ ଏମିତି
ଫ୍ୟାନ୍ସଙ୍କୁ ଭେଟିବାର ୪୨ବର୍ଷ ସେଲିବ୍ରେଟ କଲେ ବିଗ ବି, ଭିଡିଓ ସେୟାର କରି କହିଲେ ଏମିତି

Big B Celebrate 42 Yr Of Fans Meet: ଅମିତାଭ ବଚ୍ଚନ ୧୯୮୨ ମସିହାରୁ ଫ୍ୟାନ୍ସଙ୍କୁ ଭେଟି ଆସୁଥିବା ବେଳେ ବର୍ତ୍ତମାନ ଏହି ମିଟିଂ ୪୨ ବର୍ଷରେ ପହଞ୍ଚିଛି । ଅଭିନେତା ସେହି ଦିନ ପରି ଏବେ ମଧ୍ୟ ଲଗାତାର ନିଜ ଘର ଜଲସାରେ ଫ୍ୟାନ୍ସଙ୍କୁ ଭେଟିଆସୁଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଅନେକ ଫ୍ୟାନ ରହିଛନ୍ତି ଏବଂ ସମସ୍ତେ ବିଗ ବିଙ୍କ ସହ ଭେଟିବାକୁ ଓ କଥା ହେବାକୁ ଚାହିଁଥାନ୍ତି । ଏପରି ସମୟରେ ବିଗ ବି କେବେ ମଧ୍ୟ ନିଜ ଫ୍ୟାନ୍ସଙ୍କୁ ନିରାଶ କରନ୍ତି ନାହିଁ । ସେ ପ୍ରତ୍ୟେକ ରବିବାର ନିଜ ଫ୍ୟାନ୍ସଙ୍କୁ ମୁମ୍ୱାଇ ସ୍ଥିତ ନିଜ ଘର 'ଜଲସା' ବାହାରେ ଭେଟିଥାନ୍ତି । କେବଳ ଏତିକି ନୁହେଁ ଅଭିନେତା ସର୍ବଦା ନିଜ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଫ୍ୟାନ୍ସଙ୍କ ସହ କଥା ହେବା ସହ ମନୋରଞ୍ଜନ ମଧ୍ୟ କରିଥାନ୍ତି । ତେବେ ବର୍ତ୍ତମାନ ଅଭିନେତାଙ୍କ ସହ ଫ୍ୟାନ୍ସଙ୍କ ଭେଟଘାଟର ୪୨ ବର୍ଷ ପୂରଣ କରିଛନ୍ତି । ୧୯୮୨ରୁ ଆରମ୍ଭ କରିଥିବା ଫ୍ୟାନ୍ସଙ୍କୁ ଭେଟିବାର ଏହି ଯାତ୍ରା ଏବେ ମଧ୍ୟ ଜାରି ରହିଥିବା ବେଳେ ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିନେତା ।

ଏକ୍ସରେ ବିଗ ବି ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ଗତ ରବିବାର (ଏପ୍ରିଲ ୨୮)ରେ ଜଲସାରେ ଫ୍ୟାନ୍ସଙ୍କୁ ଭେଟିଥିବାର ଝଲକ ଦେଖିବାକୁ ମିଳିଛି । ଏହି ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ୧୯୮୨ରୁ ୨୦୨୪, ଲଗାତାର ୪୨ ବର୍ଷ ଏହି ଯାତ୍ରା ଜାରି ରହିଛି । ମୁଁ ଆପଣମାନଙ୍କ ନିକଟରେ ସର୍ବଦା କୃତଜ୍ଞ ରହିବି ।'' କହିରଖୁଛୁ କି, ଅମିତାଭ ବଚ୍ଚନ ୧୯୮୨ ମସିହାରୁ ଫ୍ୟାନ୍ସଙ୍କ ସହ ନିଜ ବାସଭବନ ଜଲସାରେ ଭେଟିବା ଆରମ୍ଭ କରିଥିଲେ । ସେହି ଦିନ ଠାରୁ ଆଜି ଯାଏଁ ସେ ଫ୍ୟାନ୍ସଙ୍କୁ ପ୍ରତ୍ୟେକ ରବିବାର ଭେଟିଥାନ୍ତି ।

ଏଥିସହ ଅମିତାଭ ବଚ୍ଚନ ନିଜ ଇନଷ୍ଟାଗ୍ରାମରେ ମଧ୍ୟ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ତାଙ୍କର ଏକ ପ୍ରମୁଖ ଚଳଚ୍ଚିତ୍ରକୁ ମନେ ପକାଇଛନ୍ତି । ସେ ଫିଲ୍ମର ଏକ ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟରଟି ତାଙ୍କ ଫିଲ୍ମ ଇନକଲାବ୍ (1984)କୁ ମନେ ପକାଇଛନ୍ତି । ଏହି ଚଳଚ୍ଚିତ୍ର ରିଲିଜର ୪୦ ବର୍ଷ ବିତିଗଲାଣି । ସେ ବର୍ତ୍ତମାନର ଫଟୋ ସହ ତୁଳନା କରି ଫିଲ୍ମର ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ହ୍ୱାଇଟ ଲୁକରେ ନଜର ଆସିଥିବା ବେଳେ ଗତ ରବିବାର ମଧ୍ୟ ସମାନ ହ୍ୱାଇଟ ଆଉଟଫିଟରେ ତାଙ୍କୁ ଦେଖିବାକୁ ମିଳିଥିଲା । ତେବେ ସେ ଏହା ସେୟାର କରି କ୍ୟାପସନରେ ଲେଖିଛନ୍ତି, "1984 ରୁ 2024 ପର୍ଯ୍ୟନ୍ତ । ଏହା ସମୟ ସମୟର କଥା ଅଟେ ।"

ଏହା ମଧ୍ୟ ପଢନ୍ତୁ: ବିଗ ବିଙ୍କ Ai ଜେନେରେଟେଡ ଭିଡିଓ ଭାଇରାଲ, ସୋସିଆଲ ମିଡିଆ ନେଇ କ୍ରିପ୍ଟିକ ପୋଷ୍ଟ କଲେ ଅଭିନେତା

ଅମିତାଭ ବଚ୍ଚନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ବର୍ତ୍ତମାନ ବିଗ୍ ବିଙ୍କ ଆଗାମୀ ପ୍ରୋଜେକ୍ଟ ପ୍ରଭାସଙ୍କ ସହ 'କଲ୍କି 2898 AD' । ପୂର୍ବରୁ ଏହି ଫିଲ୍ମ ମେ 9, 2024ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଯୋଜନା ଥିଲା । ହେଲେ ନିର୍ମାତାମାନେ ରିଲିଜ୍ ତାରିଖକୁ ପରିବର୍ତ୍ତନ କରିଛନ୍ତି । ତେବେ ଏହି ଫିଲ୍ମ 20 ଜୁନ୍ 2024ରେ ରିଲିଜ ହେବ । ନାଗ ଅଶ୍ୱିନଙ୍କ ଦ୍ୱାରା ନିର୍ଦ୍ଦେଶିତ ପାନ୍-ଇଣ୍ଡିଆନ୍ ପ୍ରୋଜେକ୍ଟରେ ବିଗ ବି ସମେତ ପ୍ରଭାସ, ଦୀପିକା ପାଦୁକୋନ, ଦିଶା ପାଟାନୀ, କମଲ ହାସନ ପ୍ରମୁଖ ନଜର ଆସିବେ । ଏଥିସହ ରଜନୀକାନ୍ତଙ୍କ ସହ 'ଥଲାଇୱର୍ 170' ମଧ୍ୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.