ଦୁର୍ଘଟଣାରେ କଟିଗଲା ଦୁଇ ହାତ, ତଥାପି ଆତ୍ମନିର୍ଭରଶୀଳ 'ତପନ'

By ETV Bharat Odisha Team

Published : Sep 11, 2023, 9:40 PM IST

thumbnail

ବାଲେଶ୍ବର: ଦୁର୍ଘଟଣା ପରେ ଭିନ୍ନକ୍ଷମ ହୋଇ ସୁଦ୍ଧା ରୋଜଗାରକ୍ଷମ ହୋଇ ପରିବାର ପ୍ରତିପୋଷଣ କରୁଛନ୍ତି ଜଣେ ଯୁବକ। ଏକ ବୈଦ୍ୟୁତିକ ଦୁର୍ଘଟଣାରେ 2ଟି ହାତ ହରାଇଥିଲେ ବି ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି। ସେ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ତାଳପଦା ଗ୍ରାମର ତପନ ସ୍ୱାଇଁ। ୬ବର୍ଷ ଧରି ତପନ କୁକୁଡ଼ା ଚାଷ କରି ଆସୁଛନ୍ତି। ୪ହଜାର ବ୍ରଏଲର କୁକୁଡ଼ା ଚାଷ କରିବା ସହ ପୋଖରୀକୁ ଲିଜ ଆକାରରେ ନେଇ ମାଛ ଚାଷ ମଧ୍ୟ କରୁଛନ୍ତି।

ସୂଚନା ଅନୁସାରେ, ୨୦୨୦ ମସିହାରେ ତପନ ଇଲେକ୍ଟ୍ରି କାର୍ଯ୍ୟ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ହାତ ହରାଇ ବସିଛନ୍ତି। ଅନ୍ୟ କେଉଁଠି ରୋଜଗାର ପାଇବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇ ପଡ଼ିଥିବାବେଳେ ନିଜେ କେମିତି ଦୁଇ ପଇସା ରୋଜଗାର କରି ପରିବାର ଚଳାଇ ପାରିବେ ସେହି ଚିନ୍ତାରେ ରହିଥିଲେ। ଅନେକ ଦିନ ଚାକିରୀ ଖଣ୍ଡେ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ ଶେଷରେ ନିଜେ କିଛି କରିବାର ସାହସ ଦେଖାଇଛନ୍ତି । ଏବେ ସେ ଏକ କୁକୁଡ଼ା ଫାର୍ମ କରି ବେଶ ଦୁଇ ପଇସା କମାଇ ପାରୁଥିବାବେଳେ ପରିବାର ଚଳାଇବାରେ ବେଶ ସହାୟକ ବି ହେଉଛନ୍ତି। 

ଏହା ବି ପଢନ୍ତୁ...ହାରିନାହାନ୍ତି ସରିତା: ରାକ୍ଷୀ ତିଆରି କରି ସ୍ବାବଲମ୍ବୀ, ପାଲଟିଛନ୍ତି ଉଦାହରଣ

କୁକୁଡା ଫାର୍ମ ଚଳାଇବା ପାଇଁ ସେ 2ଜଣ ସହାୟକଙ୍କୁ ରଖିଥିବାବେଳେ ସେମାନଙ୍କୁ ପାରିଶ୍ରମିକ ଦେଇ ଅବଶିଷ୍ଟ ଟଙ୍କାରେ ପରିବାର ଚଳାଉଛନ୍ତି। ବିଦ୍ୟୁତ ବିଭାଗର ଜଣେ ଠିକା କର୍ମଚାରୀ ଥିବା ତପନଙ୍କ ହାତ ହରାଇବା ପରେ ତାଙ୍କୁ ବିଭାଗ ପକ୍ଷରୁ ଚାକିରୀ ଦେବା କଥା କହି ଭୁଲି ଯାଇଥିବା ଅଭିଯୋଗ ହୋଇଛି। ହେଲେ ତପନଙ୍କ ଇଚ୍ଛା ଶକ୍ତି ଆଗରେ ଅକ୍ଷମତା ହାର ମାନିଛି।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.