ETV Bharat / sukhibhava

Summer Health Tips: ଆପଣାନ୍ତୁ ଏହି ଉପାୟ, ଚୁଟ୍‌କିରେ ଦୂର ହେବ ଘିମିରି

author img

By

Published : May 2, 2023, 2:12 PM IST

ପ୍ରବଳ ଉତ୍ତାପରେ ଚିନ୍ତାରେ ପକାଇଛି କି ଘିମିରି । ବ୍ୟସ୍ତ ହୁଅନ୍ତୁ ନାହିଁ, ଏହି ସବୁ ଉପାୟ ମାଧ୍ୟମରେ ଦୂର କରନ୍ତୁ ଘିମିରି ସମସ୍ୟା...

Etv Bharat
Etv Bharat

ହାଇଦ୍ରାବାଦ: କିଛିଦିନ ହେବ ଦେଶର ବିଭିନ୍ନ ପ୍ରାନ୍ତରେ 40 ଡିଗ୍ରୀ ଉପରେ ରହୁଛି ତାପମାତ୍ରା । ପ୍ରବଳ ଖରାରେ ଡିହାଇଡ୍ରେସନ୍ ସାଙ୍ଗକୁ ନାନା ଚର୍ମ ଜନିତ ସମସ୍ୟା ଦେଖାଦେଉଛି । ଗ୍ରୀଷ୍ମଋତୁରେ ଜ୍ବଳନ ସାଙ୍ଗକୁ ଚର୍ମ କୁଞ୍ଚନ ଏବଂ ଘିମିରି ଚିଡିଚିଡା ସ୍ବଭାବର କରିଦିଏ । ଯଦି ଆପଣଙ୍କର ମଧ୍ୟ ଏପରି ସମସ୍ୟା ଦେଖା ଦେଉଛି, ତେବେ ଏହି ଆର୍ଟିକିଲ୍ ପଢନ୍ତୁ । କେଉଁ ଉପାୟ ଅବଲମ୍ବନ କଲେ ଗ୍ରୀଷ୍ମଋତୁରେ ଘିମିରି ପାଖ ମାଡିପାରିବନି, ଜାଣନ୍ତୁ...

ଶରୀରକୁ ଥଣ୍ଡା ରଖନ୍ତୁ- ଗ୍ରୀଷ୍ମଋତୁରେ ଝାଳ ବୋହିବା କାରଣରୁ ଘା' ହୋଇଥାଏ । ଉତ୍ତାପ କାରଣରୁ ଏପରି ହୋଇଥାଏ । ତେଣୁ ଏହି ସମୟରେ ଶରୀରରକୁ ଭିତରୁ ଥଣ୍ଡା ରଖିବା ଉଚିତ୍ । ଏଥିପାଇଁ ହାଇଡ୍ରେଟ୍‌ ରୁହନ୍ତୁ, ପ୍ରଚୁର ପରିମାଣର ପାଣି ପିଅନ୍ତୁ, ହାଇଡ୍ରେଟିଂ ଫଳ ଏବଂ ପନିପରିବା ଖାଆନ୍ତୁ ।

ସୂତା ପୋଷାକ ପିନ୍ଧନ୍ତୁ- ବାୟୁ ଚଳାଚଳ ହୋଇପାରୁନଥିବା ସ୍ଥାନ ଯେପରିକି ବାହୁ କିମ୍ବା ବେକ ତଳେ ଘିମିରି ଅଧିକ ପ୍ରଭାବିତ କରିଥାଏ । ଏହାକୁ ଏଡାଇବା ପାଇଁ ସୂତା ପୋଷାକ ପିନ୍ଧନ୍ତୁ । ଟାଇଟ୍ ଓ ମୋଟା ପୋଷାକ ପିନ୍ଧିବାଠାରୁ ଦୂରେଇ ରୁହନ୍ତୁ । ଗ୍ରୀଷ୍ମ ସମୟରେ ସର୍ବଦା ସୂତା ପୋଷାକ ପିନ୍ଧନ୍ତୁ, କାରଣ ବାୟୁ ସୂତା ପୋଷାକ ଦେଇ ଯାଇଥାଏ । ଏହି ପୋଷାକ ପିନ୍ଧିଲେ ଝାଳ ଶୀଘ୍ର ଶୁଖିଯାଏ ଏବଂ ଶରୀର ମଧ୍ୟ ଥଣ୍ଡା ହୋଇଯାଏ । ସିନ୍ଥେଟିକ୍ ପୋଷାକ ପିନ୍ଧିବା ଦ୍ୱାରା ଝାଳ ଶୁଖିନଥାଏ, ଦୀର୍ଘ ସମୟ ପର୍ଯ୍ୟନ୍ତ ଝାଳ ରହିବା ଫଳରେ ଚର୍ମ କୁଞ୍ଚନ ଏବଂ ଘା' ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ:- ବୈଜ୍ଞାନିକଙ୍କ କମାଲ୍, ସନ୍ତାନ ପ୍ରାପ୍ତିରେ ସହାୟକ ହୋଇପାରିବ ରୋବଟ୍

ଶରୀରକୁ ଓଦା ରଖନ୍ତୁ ନାହିଁ- ଶରୀରକୁ କେବେବି ଓଦା ରଖନ୍ତୁ ନାହିଁ । ଗାଧୋଇବା ପରେ ସଠିକ୍ ଭାବରେ ପୋଛି ହୁଅନ୍ତୁ, ଯେପରି ସାମାନ୍ୟ ପାଣି ବି ନରହେ । ଯେତେବେଳେ ଶରୀର ଓଦା ରହେ, ସେତେବେଳେ ବ୍ୟାକ୍ଟେରିଆ ଏବଂ ଜୀବାଣୁ କରିବାର ଆଶଙ୍କା ଥାଏ ।

ଥଣ୍ଡା ପାଣିରେ ସ୍ନାନ କରନ୍ତୁ- ଗ୍ରୀଷ୍ମ ସମୟରେ ସର୍ବଦା ଥଣ୍ଡା ପାଣିରେ ସ୍ନାନ କରନ୍ତୁ ଏବଂ ବ୍ୟାୟାମ କିମ୍ବା ଚାଲିବା ପରେ ଦିନକୁ ଦୁଇଥର ଗାଧୋଇବାକୁ ଭୁଲିଯାଆନ୍ତୁ ନାହିଁ । ସ୍ନାନ କରିବା ଦ୍ୱାରା ଶରୀରରେ ଜମା ହୋଇଥିବା ଝାଳ ଦୂର ହୋଇଯିବ ଏବଂ ଉତ୍ତାପ ଜନିତ ଆଶଙ୍କା କମିଯାଏ ।

ପ୍ରବଳ ଗରମରୁ ମୁକ୍ତି ପାଇବା ପାଇଁ ଏହି ପଦକ୍ଷେପଗୁଡିକ କରନ୍ତୁ...

  • ପ୍ରଭାବିତ ଅଞ୍ଚଳରେ ବରଫ ପ୍ୟାକ୍ ଲଗାନ୍ତୁ । ଏହା ଅତ୍ୟଧିକ ଉତ୍ତାପକୁ ଏଡାଇଥାଏ ଏବଂ ଚର୍ମ କୁଞ୍ଚନରୁ ଆରାମ ଦିଏ ।
  • ପ୍ରଭାବିତ ଚର୍ମରେ ଚନ୍ଦନ ପାଉଡର ଏବଂ ଗୋଲାପ ଜଳର ଏକ ପେଷ୍ଟ୍‌ ଲଗାନ୍ତୁ । ଏହା ଚର୍ମକୁ ଥଣ୍ଡା ରଖେ ।
  • ନିମ ପତ୍ରକୁ ଗ୍ରାଇଣ୍ଡିଂ କରି ପ୍ରଭାବିତ ଅଞ୍ଚଳରେ ପ୍ରୟୋଗ କରିପାରିବେ । ଏଥିରୁ ମଧ୍ୟ ଲାଭ ପାଇପାରିବେ ।
  • ପ୍ରଭାବିତ ଅଞ୍ଚଳରେ ଓଟ୍‌ମିଲ ପାଣି ଲଗାନ୍ତୁ । ଓଟ୍‌ମିଲର ଏକ ପେଷ୍ଟ୍‌ ପ୍ରସ୍ତୁତ କରି ଏହାକୁ ପ୍ରଭାବିତ ଅଞ୍ଚଳରେ ଲଗାଇ ପାରିବେ । ଏହା ମଧ୍ୟ ଉତ୍ତାପରୁ ଆରାମ ଦେଇଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.