ETV Bharat / sukhibhava

କାହିଁକି ଖରାଦିନେ ହୁଏ ଘିମିରି, ଜାଣନ୍ତୁ କେମିତି କରିବେ ସମସ୍ୟାର ସମାଧାନ

author img

By

Published : Apr 27, 2023, 4:41 PM IST

ଖରା ଦିନରେ ଘିମିରି ଏବଂ ଅନ୍ୟାନ୍ୟ ଚର୍ମ ସମସ୍ୟା ଅଧିକ ଦେଖାଯାଏ । ଏହାର କାରଣ ଓ ନିରାକରଣ କିପରି କରିବେ, ଜାଣନ୍ତୁ...

Etv Bharat
Etv Bharat

ହାଇଦ୍ରାବାଦ: ଋତୁ ଅନୁଯାୟୀ ଆମ ସ୍ବାସ୍ଥ୍ୟରେ ବିଭିନ୍ନ ପରିବର୍ତ୍ତନ ଦେଖାଯାଏ । ବର୍ଷା ଓ ଶୀତ ଋତୁରେ ଅଧିକ ଦିନ ଥଣ୍ଡା କାଶ ଲାଗି ରହିଥିବା ବେଳେ ଗ୍ରୀଷ୍ମରେ ପାକସ୍ତଳୀ ଏବଂ ଚର୍ମ ସମ୍ବନ୍ଧୀୟ ସମସ୍ୟା ଅଧିକ ଦେଖାଯାଏ । ସେଥିମଧ୍ୟରୁ ଘିମିରି ଅନ୍ୟତମ । ଖରାଦିନରେ ଅଧିକାଂଶ ଲୋକଙ୍କର ଘିମିରି ହୁଏ । ସେନ୍ସିଟିଭ୍ ବା ସମ୍ବେଦନଶୀଳ ଚର୍ମ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମସ୍ୟା ଗମ୍ଭୀର ହୋଇଯାଏ । ତେବେ ଘିମିରି କଣ, ଏହା କାହିଁକି ହୁଏ ଏବଂ ଗ୍ରୀଷ୍ମରେ କିପରି ଏହାର ସମାଧାନ କରିବେ, ଜାଣନ୍ତୁ...

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଗ୍ରୀଷ୍ଣଋତୁରେ ପ୍ରବଳ ଝାଳ ବୋହିବା ଏବଂ ସେଗୁଡିକ ଚର୍ମରେ ଲାଗି ରହିବା କାରଣରୁ ଘିମିରି ହୋଇଥାଏ । ସାଧାରଣତଃ ପଛ ବେକ, ହାତ ଏବଂ ଛାତିରେ ଛୋଟ ଲାଲ ରଙ୍ଗର ଦାଗ ଦେଖାଯାଏ । ଯେଉଁଥିରେ ଅଧିକ କୁଞ୍ଚନ, ଜ୍ବଳନ ହୋଇଥାଏ । ଖରାଦିନରେ ଶରୀରରୁ ଅଧିକ ଝାଳ ବାହାରିଥାଏ । ପ୍ରଦୂଷଣ, ଧୂଳି-ମାଟି, ମଇଳା, ମୃତ ଚର୍ମ କୋଷ କିମ୍ବା କୌଣସି ଜୀବାଣୁ ପ୍ରଭାବରେ ଝାଳ ଗ୍ରନ୍ଥିଗୁଡ଼ିକର ମୁଖ ବନ୍ଦ ହୋଇଯାଏ । ଯେଉଁଥିପାଇଁ ଝାଳ ଚର୍ମର ଉପରିଭାଗରେ ପହଞ୍ଚେ ନାହିଁ, ଫଳରେ ଚର୍ମରେ ଛୋଟ ଲାଲ୍ ଦାଗ ବାହାରିବା ଆରମ୍ଭ କରେ । ଯଦିଓ ଏହା ଏକ ଗମ୍ଭୀର ସମସ୍ୟା ନୁହେଁ, କିନ୍ତୁ ଏହି ସମସ୍ୟାରେ ଯନ୍ତ୍ରଣା ଏବଂ ଜଳ୍ବନ ଜଣେ ବ୍ୟକ୍ତିଙ୍କୁ ଯନ୍ତ୍ରଣା ଦେବା ସହ ଚିଡିଚିଡା କରିଦିଏ । ଏହି ସମସ୍ୟା ଛୋଟ ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଏ ।

ଏହା ମଧ୍ୟ ପଢନ୍ତୁ:- ପ୍ରତି ଅଧ ଘଣ୍ଟାରେ 3 ମିନିଟ୍ ଚାଲିଲେ ହ୍ରାସ ପାଇବ ଟାଇପ୍-1 ମଧୁମେହ ବିପଦ

  • ଏହାକୁ ଏଡାଇବା ପାଇଁ ଗ୍ରୀଷ୍ମଋତୁରେ ଢିଲା, କଟନ୍ ଏବଂ ହାଲୁକା ରଙ୍ଗ(ଲାଇଟ୍ କଲର୍‌)ର ପୋଷାକ ପିନ୍ଧିବା ଉଚିତ୍ ।
  • ନିମ୍ବ ପାଣିରେ ସ୍ନାନ କରିବା ଗରମ କିମ୍ବା ଘା' ଭଳି ସମସ୍ୟାରୁ ରକ୍ଷା କରିବା ପାଇଁ ସର୍ବୋତ୍ତମ ।
  • ଘିମିରି ମଧ୍ୟ ଏକ ପ୍ରକାର ସଂକ୍ରମଣ, ଯାହା ସ୍ୱଚ୍ଛତା ଅଭାବରୁ ହୋଇପାରେ । ତେଣୁ ଗ୍ରୀଷ୍ମଋତୁରେ ସ୍ବଚ୍ଛତା ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ।
  • ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଗ୍ରୀଷ୍ମଋତୁରେ ଆମ୍ବ ଖାଇବା ଦ୍ବାରା ମଧ୍ୟ ଘା' ହୋଇପାରେ । ଏହାର ଅର୍ଥ ଅତ୍ୟଧିକ ଆମ୍ବ କିମ୍ବା ଏଥିରୁ ପ୍ରସ୍ତୁତ ଜିନିଷ ସ୍ବଳ୍ପ ପରିମାଣରେ ସେବନ କରନ୍ତୁ ।
  • ପ୍ରବଳ ଗରମରୁ ମୁକ୍ତି ପାଇବା ପାଇଁ ଚର୍ମକୁ ବରଫ କିମ୍ବା ଥଣ୍ଡା ପାଣିରେ ଧୋଇବା ଅଭ୍ୟାସ କରନ୍ତୁ । ମନେ ରଖନ୍ତୁ, ଗରମ ଦିନ ହେଲେ ମଧ୍ୟ ଥଣ୍ଡା ଚିକିତ୍ସା ପାଇଁ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.