ETV Bharat / science-and-technology

Best Selling Smartphones: ଅପଡେଟେଡ୍‌ ସ୍ମାର୍ଟଫୋନ କ୍ରେଜ୍‌, ଟପ୍‌ରେ ରହିଛି ଏହି ସବୁ ଫୋନ୍‌

author img

By ETV Bharat Odisha Team

Published : Oct 18, 2023, 1:20 PM IST

ଅପଡେଟେଡ୍‌ ଫିଚର ସହ ସ୍ମାର୍ଟଫୋନ କ୍ରେଜ୍‌ ବଢ଼ିବାରେ ଲାଗିଛି । ଏବେ ବଜେଟରେ ଫିଟ୍‌ ହେବା ଭଳି ଫୋନ କିଣୁଛନ୍ତି ଗ୍ରାହକ । ତେବେ ବିଶ୍ବରେ କେଉଁ ଫୋନ ଅଧିକ ବିକ୍ରି ହୋଇଛି ଜାଣନ୍ତୁ । ଅଧିକ ପଢ଼ନ୍ତୁ

Best Selling Smartphones
Best Selling Smartphones

ହାଇଦ୍ରାବାଦ: ସ୍ମାର୍ଟଫୋନ୍ ବଜାରରେ ଦୁଇଟି ବଡ ଟେକ୍ ପ୍ଲେୟାର ହେଉଛି ଆପଲ୍ ଏବଂ ସାମସଙ୍ଗ । 2023ର ଦ୍ୱିତୀୟ ତ୍ରୈମାସିକରେ ବିଶ୍ବର ସ୍ମାର୍ଟଫୋନ ବଜାରରେ ଆପଲ୍ ଏବଂ ସାମସଙ୍ଗ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖାଯାଇଥିଲା । ଜୁଲାଇରୁ ସେପ୍ଟେମ୍ବର ମାସରେ ବିକ୍ରି ହୋଇଥିବା ଟପ୍‌ 10 ମୋବାଇଲ ବିକ୍ରିର ଡାଟା ପ୍ରକାଶ ପାଇଛି। ତେବେ ଗତ ବର୍ଷ ତୁଳନାରେ ସ୍ମାର୍ଟଫୋନ୍ ବିକ୍ରି 9 ପ୍ରତିଶତ ହ୍ରାସ ପାଇଥିବା ଦେଖାଯାଇଛି । କିନ୍ତୁ ଚଳିତବର୍ଷ ଅନେକ ସ୍ମାର୍ଟଫୋନ ମଡେଲ ଗ୍ରାହକଙ୍କୁ ଆକର୍ଷିତ କରିଥିଲା । ନଜର ପକାନ୍ତୁ ଟପ 10 ମଡେଲ ଉପରେ ବିଶ୍ବର ସର୍ବଶ୍ରେଷ୍ଠ ବିକ୍ରି ହେଉଥିବା ସ୍ମାର୍ଟଫୋନ୍ ତାଲିକାରେ ଆପଲ୍ ନିଜର ପ୍ରାଧାନ୍ୟ ବଜାୟ ରଖିଛି । ତେବେ ଚଳିତବର୍ଷ ମଧ୍ୟ ଆପଲ ନିଜର ଉପସ୍ଥିତି ବଜାୟୀ ରଖିଛି । ଏହାସହ ଟପ 10 ସେଲିଂ ସ୍ମାର୍ଟଫୋନରେ ସବୁଠାରୁ ଅଧିକ ଡିଭାଇସ ଆପଲର ରହିଛି।

ଏହା ମଧ୍ୟ ପଢନ୍ତୁ: Oppo Find N3 Flip vs Samsung Galaxy Z Flip 5: ଫିଚର-କ୍ୟାମେରାରେ କେଉଁ ଫୋନ ବେଷ୍ଟ ଜାଣନ୍ତୁ

Apple iPhone 14: ଗତବର୍ଷ(2022) ମସିହା ସେପ୍ଚେମ୍ବର ମାସରେ ଆପଲ ଆଇଫୋନ୍ 14 ସ୍ମାର୍ଟଫୋନ୍ ଲଞ୍ଚ ହୋଇଥିଲା। ଏହି ଆପଲ୍ ଫୋନ୍ ଦୁନିଆର ସର୍ବୋତ୍ତମ ବିକ୍ରି ହେଉଥିବା ଫୋନ୍ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛି ।

Apple iPhone 14 Pro Max: ଗତ ବର୍ଷ (2022) ଆପଲ୍ ଆଇଫୋନ୍ 14 ପ୍ରୋ ମ୍ୟାକ୍ସ ମଧ୍ୟ ଲଞ୍ଚ ହୋଇଥିଲା ଏବଂ ଏହା ଆଇଫୋନ୍ 14 ସିରିଜର ସବୁଠାରୁ ପ୍ରିମିୟମ୍ ଫୋନ୍ ଅଟେ। ଏହି ଫୋନ୍ ବିଶ୍ୱରେ ସର୍ବଶ୍ରେଷ୍ଠ ବିକ୍ରି ହେଉଥିବା ସ୍ମାର୍ଟଫୋନ୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ଫୋନ୍ ଫଟୋଗ୍ରାଫି ଏବଂ ପଫୋମାନ୍ସ, ପାଇଁ ୟୁଜର୍ସଙ୍କୁ ଆକୃଷ୍ଟ କରିଛି ।

Apple iPhone 14 Pro: ଆପଲ୍ ଆଇଫୋନ୍ 14 ପ୍ରୋ ତୃତୀୟ ସ୍ଥାନରେ ରହିଛି। ଏହି ଆପଲ୍ ଫୋନ୍ ମଧ୍ୟ ସେପ୍ଟେମ୍ବର 2022 ରେ ଲଞ୍ଚ ହୋଇଥିଲା। ଏହାର ଡିଜାଇନ୍ ଏବଂ ଭଲ ପର୍ଫମାନ୍ସ ହେତୁ ଏହି ଫୋନ୍ ସାରା ବିଶ୍ୱରେ ଉପଭୋକ୍ତାମାନଙ୍କ ପସନ୍ଦ ସାଜିଛି ।

Samsung Galaxy A14: ସାମସଙ୍ଗ ଗାଲାକ୍ସି A 14 ହେଉଛି କମ୍ପାନୀର ଏକ ସୁଲଭ ସ୍ମାର୍ଟଫୋନ୍ । ବିଶ୍ବର ସ୍ମାର୍ଟଫୋନ ସେଲିଂରେ ଏହା ଚତୁର୍ଥ ସ୍ଥାନରେ ରହିଛି ।

Samsung Galaxy A54: ଲଙ୍ଗ୍‌ ଲାଇଫ ବ୍ୟାଟେରୀ ଏବଂ ଭଲ ଡିସପ୍ଲେ ପାଇଁ ସାମସଙ୍ଗ ଗାଲାକ୍ସି A 54 ସ୍ମାର୍ଟଫୋନ୍ ସମଗ୍ର ବିଶ୍ୱରେ ଗ୍ରାହକଙ୍କ ପସନ୍ଦ ହୋଇଛି। ଏହି ଫୋନ୍ ଦୁନିଆର ସର୍ବୋତ୍ତମ ବିକ୍ରି ହେଉଥିବା ଫୋନ୍ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି।

Samsung Galaxy A14 5G: ସାମସଙ୍ଗ ଗାଲାକ୍ସି A 14 5G ସ୍ମାର୍ଟଫୋନ୍ ଷଷ୍ଠ ସ୍ଥାନରେ ସ୍ଥାନରେ ରହିଛି । ଏହାର ସୁଲଭ ମୂଲ୍ୟ ଏବଂ ଉନ୍ନତ ଟେକ୍ନୋଲୋଜି ହେତୁ ଏହି ଫୋନ୍ ଏକ ଲୋକଙ୍କ ପସନ୍ଦ ସାଜିଛି ।

Samsung Galaxy S23 Ultra: ସାମସଙ୍ଗ ଗାଲାକ୍ସି S-23 ଅଲଟ୍ରା ହେଉଛି ସାମସଙ୍ଗର ଫ୍ଲାଗସିପ୍ ମଡେଲ୍ । ଏହି ଫୋନ ବେଷ୍ଟ ସେଲିଂ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି । ଉନ୍ନତ କ୍ୟାମେରା ସିଷ୍ଟମ, ସାନଦାର ଡିସପ୍ଲେ ପାଇଁ ଗ୍ରାହକଙ୍କ ମନ ଜିଣିଛି ।

Samsung Galaxy A04e: ଦୁନିଆର ସର୍ବଶ୍ରେଷ୍ଠ ବିକ୍ରି ହେଉଥିବା ଫୋନ୍ ତାଲିକାରେ ଗାଲାକ୍ସି A04E ନବମ ନମ୍ବରରେ ରହିଛି । ବଜେଟ ସହିତ ଫିଚରକୁ ପସନ୍ଦ କରିଛନ୍ତି ଗ୍ରାହକ ।

Samsung Galaxy A34: ଦୁନିଆର ସର୍ବୋତ୍ତମ ବିକ୍ରି ହେଉଥିବା ଫୋନ୍ ତାଲିକାରେ ସାମସଙ୍ଗ୍‌ ଗାଲାକ୍ସି ଏ 34 ସ୍ମାର୍ଟଫୋନ୍ ଦଶମ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.