ETV Bharat / entertainment

ଭାଇଜାନଙ୍କ ସହ ସମ୍ପର୍କକୁ ନେଇ କ୍ୟାଟ୍ରିନାଙ୍କ ଖୁଲାସା, କହିଲେ-ତାଙ୍କ ସହ ରହିବା ମୋ ପାଇଁ...

author img

By ETV Bharat Odisha Team

Published : Dec 7, 2023, 12:50 PM IST

Katrina Kaif on Salman Khan: କ୍ୟାଟ୍ରିନା କୈଫ୍‌ ତାଙ୍କ ପୂର୍ବତନ ପ୍ରେମିକା ତଥା ବଲିଉଡ୍‌ ତାରକା ସଲମାନ ଖାନଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କଥା ହୋଇଛନ୍ତି । ସଲମାନ ଖାନଙ୍କ ସହ ଥିବାବେଳେ ସେ କ’ଣ ଅନୁଭବ କରନ୍ତି ସେନେଇ ଖୁଲାସା କରିଛନ୍ତି କ୍ୟାଟ୍ରିନା । ଅଧିକ ପଢନ୍ତୁ

ଭାଇଜାନଙ୍କ ସହ ସମ୍ପର୍କକୁ ନେଇ କ୍ୟାଟ୍ରିନାଙ୍କ ଖୁଲାସା, କହିଲେ-ତାଙ୍କ ସହ ରହିବା ମୋ ପାଇଁ.....
ଭାଇଜାନଙ୍କ ସହ ସମ୍ପର୍କକୁ ନେଇ କ୍ୟାଟ୍ରିନାଙ୍କ ଖୁଲାସା, କହିଲେ-ତାଙ୍କ ସହ ରହିବା ମୋ ପାଇଁ.....

ହାଇଦ୍ରାବାଦ: ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଯୋଡ଼ି ହୁଏତ ବାସ୍ତବ ଜୀବନରେ ହିଟ୍ ହୋଇନଥାଇପାରେ, କିନ୍ତୁ ଏହା ରିଲ୍ ଲାଇଫରେ ଏକ ହିଟ୍ ଯୋଡି ଅଟେ । କ୍ୟାଟ୍ରିନା ଏବଂ ସଲମାନ ଖାନଙ୍କ ଲଭଷ୍ଟୋରୀ ନେଇ ବେଶ ଆଲୋଚନା ହେଉଥିଲା । ପରେ ଉଭୟ ଅଲଗା ହୋଇଥିବା ମଧ୍ୟ ହୋଇଥିଲେ । ତେବେ ଏହି ଖବର ମଧ୍ୟରେ ଆଜି ବି ଏହି ଯୋଡି ପରଦାରେ ଏକାଠି ନଜର ଆସୁଛନ୍ତି । ଏହାରି ମଧ୍ୟରେ ଏକ ସାକ୍ଷାତକାରରେ କ୍ୟାଟ୍ରିନା କୈଫ ଖୋଲାଖୋଲି ଭାବେ ସଲମାନ ଖାନ୍‌ଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ପ୍ରକାଶ କରିଛନ୍ତି । ଏଥିସହ ସେ ସଲମାନ ଖାନଙ୍କ ସହ କାମ କରିବାର ଅନୁଭବ ମଧ୍ୟ ସେୟାର କରିଛନ୍ତି ।

କ୍ୟାଟ୍ରିନା ଏକ ସାକ୍ଷାତକାରରେ କହିଛନ୍ତି, ସଲମାନ ଖାନଙ୍କ ସହ ମୋର ବୃତ୍ତିଗତ ସମୀକରଣ ବହୁତ ଭଲ । ଯେତେବେଳେ ମୁଁ ତାଙ୍କ ସହ କାମ କରିବା ଆରମ୍ଭ କଲି, ମୁଁ ସମ୍ପୂର୍ଣ୍ଣ ନୂଆ ଥିଲି ଏବଂ ସେ ୫୦ ରୁ ଅଧିକ ଚଳଚ୍ଚିତ୍ର କରି ସାରିଥିଲେ। କିନ୍ତୁ ଯେତେବେଳେ ମୁଁ ତାଙ୍କ ସହ ଦ୍ୱିତୀୟ ଚଳଚ୍ଚିତ୍ର କରିଥିଲି, ସେତେବେଳେ ମୁଁ ନିଜକୁ ଅତ୍ୟନ୍ତ ସହଜ ଅନୁଭବ କରିଥିଲି ଏବଂ ଏକ ଭଲ ନୂଆ ଅଭିଜ୍ଞତା ପାଇଥିଲି । ସଲମାନ ଖାନ ଏକ ସରପ୍ରାଇଜ୍‌ ପ୍ୟାକେଜ୍, ତାଙ୍କ ସହ କାମ କରିବା ଅର୍ଥ ହେଉଛି ଯେ ଆପଣ ପ୍ରତିଦିନ ସଲମାନ ଖାନଙ୍କ ସହ କିଛି ନୂଆ ଶିଖିବାକୁ ଯାଉଛନ୍ତି । ସଲମାନଙ୍କ ସହ କାମ କରିବାର ପ୍ରତ୍ୟେକ ଦିନ ଏକ ନୂଆ ଆଣିଥାଏ । ତାଙ୍କ ସହ କଥା ହେବା ବେଳେ ପୁରା ଜଣେ ଖୋଲା ମନ ରହିବା ଆବଶ୍ୟକ । କ୍ୟାଟ୍ରିନା କୈଫ ଏହା ମଧ୍ୟ କହିଛନ୍ତି ଯେ, ଆଜି ମଧ୍ୟ ସଲମାନ ଖାନଙ୍କ ପ୍ରତି ତାଙ୍କର ସମ୍ମାନ ରହିଛି ।

ଏଥିସହ କ୍ୟାଟ୍ରିନା ନିକଟରେ ତାଙ୍କ ଟାୱାଲ ସିନ ଏବଂ ଆକ୍ସନ୍ ସିନ୍ ବିଷୟରେ ହି କଥାବାର୍ତ୍ତା କରି କହିଛନ୍ତି, "ଟାଇଗର ୩ରେ ଆକ୍ସନ ସିନ୍ ଆଶ୍ଚର୍ଯ୍ୟଜନକ ଥିଲା । ଯେତେବେଳେ ଆମେ 'ହମାମ' ସିକ୍ବେନ୍ସ ସୁଟିଂ କରୁଥିଲୁ, ମୋର ଦେହ ଦୁଇଗୁଣ ଅସୁସ୍ଥ ହୋଇପଡିଥିଲା । ମୁଁ ମୋର ନିର୍ଦ୍ଦେଶକ ଏବଂ ନିର୍ମାତା ପାଖକୁ ଯାଇ କାନ୍ଦିବାକୁ ଲାଗିଲି । କାରଣ ମୁଁ ବହୁତ ପରିଶ୍ରମ କରିଥିଲି, ତେଣୁ ମୁଁ କହିଲି ନା, ନା ଏବଂ ସେମାନେ ମୋତେ କହିଥିଲେ ଯେ ତୁମକୁ ଏହା କରିବାକୁ ପଡିବ ।'

ଏହା ମଧ୍ୟ ପଢନ୍ତୁ: ଟାୱାଲରେ ଆକ୍ସନ ସିନ କରିବା କ୍ୟାଟ୍ରିନାଙ୍କ ପାଇଁ ଥିଲା ଚ୍ୟାଲେଞ୍ଜିଂ, ଭିଡିଓ ସେୟାର କରି ବଖାଣିଲେ ଅନୁଭୂତି

କ୍ୟାଟ୍ରିନା କୈଫ ନିକଟରେ ରିଲିଜ ହୋଇଥିବା ଫିଲ୍ମ ଟାଇଗର ୩ରେ ସଲମାନ ଖାନଙ୍କ ସହ ନଜର ଆସିଛନ୍ତି । ଏହି ଫିଲ୍ମ ନଭେମ୍ବର ୧୨ ଦିପାବଳୀରେ ରିଲିଜ ହୋଇଥିଲା । ରିଲିଜର ୨୪ ଦିନ ମଧ୍ୟରେ ଭାରତରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ୨୮୧ କୋଟି ଟଙ୍କା ଆୟ କରିଥିବାବେଳେ ସାରା ବିଶ୍ୱରେ ଏହି ଚଳଚ୍ଚିତ୍ର ୪୬୩ କୋଟି ଟଙ୍କା ବ୍ୟବସାୟ କରିଛି । ଏହି ଫିଲ୍ମରେ ସଲମାନ କ୍ୟାଟ୍ରିନାଙ୍କ ବ୍ୟତୀତ ଇମ୍ରାନ ହାଶମୀ ମଧ୍ୟ ନଜର ଆସିଛନ୍ତି । ଏହି ଫିଲ୍ମରେ ଖଳନାୟକ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.