ଆରବ ସାଗରରେ ଜଳଦସ୍ୟୁଙ୍କ କବଳରୁ ଜାହାଜ ଉଦ୍ଧାର ଭିଡିଓ ସେୟାର କଲା ନୌସେନା

By ETV Bharat Odisha Team

Published : Jan 31, 2024, 8:33 PM IST

thumbnail

Indian Navy releases video: ହାଇଦ୍ରାବାଦ: ଦିନକ ପୂର୍ବରୁ ଆରବ ସାଗରର ସୋମାଲିଆ ଉପକୂଳରେ ଜଳଦସ୍ୟୁଙ୍କ କବଳରୁ ଏକ ମାଛଧରା ଜାହାଜକୁ ଉଦ୍ଧାର କରିଥିଲା ଭାରତୀୟ ନୌସେନା । ଏଥିରେ 15 ରୁ ଅଧିକ ପାକିସ୍ତାନୀ ଓ ଇରାନୀୟ ନାବିକଙ୍କ ସମେତ ମତ୍ସ୍ୟଜୀବୀ ଥିଲେ । ଭାରତୀୟ ନୌସେନାର ଫ୍ରଗେଟ ଯୁଦ୍ଧପୋତ ‘ଆଇଏନଏସ ସୁମିତ୍ରା’ ମାଧ୍ୟମରେ ଏହି ଅପରେସନକୁ ସଫଳତାର ସହ ଶେଷ କରିଥିଲେ ମାର୍କୋ କମାଣ୍ଡୋ । ତେବେ ଆଜି ଏହି ଉଦ୍ଧାର ଅପରେସନର ଭିଡିଓ ନୌସେନା ସେୟାର କରିଛି । ଯୁଦ୍ଧପୋତରେ ଥିବା ଲଢୁଆ ହେଲିକପ୍ଟର ‘ଧ୍ରୁବ’ ଜଳଦସ୍ୟୁଙ୍କ ଦ୍ବାରା ହାଇଜାକ ହୋଇଥିବା ମାଛଧରା ବୋଟ ଉପରେ ପଇଁତରା ମାରିବା ସହ ଡାକବାଜି ଯନ୍ତ୍ରରେ ଚେତାବନୀ ଦେଇଥିଲା । ଏହା ପରେ ଚେତାବନୀ ସ୍ବରୂପ ଏକାଧିକ ରାଉଣ୍ଡର ଫାଏରିଂ ମଧ୍ୟ କରାଯାଇଥିଲା । ଏହାପରେ ସମସ୍ତ ଜଳଦସ୍ୟଙ୍କୁ ମଧ୍ୟ ଭାରତୀୟ କମାଣ୍ଡୋମାନେ କାବୁ କରିଥିଲେ । ସେମାନଙ୍କ ନିକଟରୁ ଅତ୍ୟାଧୁନିକ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଥିଲା । ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିଲା । ତେବେ କିପରି ଥିଲା ଉଦ୍ଧାର ସମୟର ଦୃଶ୍ୟ, ଦେଖନ୍ତୁ  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.