ଜିଲ୍ଲାରେ ରାଜନୈତିକ ଲଢେଇ ଜୋର, ସମ୍ପର୍କ କିନ୍ତୁ ନିବିଡ଼ - Jagatsinghpur constituency

By ETV Bharat Odisha Team

Published : May 15, 2024, 11:55 AM IST

thumbnail
Jagatsinghpur constituency (ETV Bharat Odisha)

Jagatsinghpur constituency:  ଜଗତସିଂହପୁର: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ୨ ଦିନ ମଧ୍ୟରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ପ୍ରତ୍ୟାହାର ଶେଷ ହେବ । ଶେଷ ଦିନରେ ନାମାଙ୍କନ ଭରିଛନ୍ତି ପାରାଦ୍ୱୀପର ବିଜେପି ପ୍ରାର୍ଥୀ ସମ୍ପଦ ସ୍ୱାଇଁ ଓ ବିଜେଡି ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ । ଏହି ସମୟରେ ରାଜନୀତି ଲଢେଇରୁ ଉର୍ଦ୍ଧ୍ୱରେ ରହି ସମ୍ପଦ ସ୍ୱାଇଁ ଓ ଗୀତାଞ୍ଜଳି ରାଉତରାୟ ସ୍ୱାମୀ ତଥା ବିଧାୟକ ସମ୍ୱିତ ରାଉତରାୟଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ବାର୍ତ୍ତାଳାପ ଦେଖିବାକୁ ମିଳିଥିଲା । 

ନାମାଙ୍କନ ଦାଖଲ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଭୟ ନେତା ଏକାଠି ହୋଇଥିଲେ । ଏହି ସମୟରେ ଉଭୟ ଉଭୟଙ୍କୁ ଦେଖି ଖୁସିହେବା ସହିତ ଉଭୟ ଭଲମନ୍ଦ ପଚାରି ବୁଝିଥିଲେ । ଏପରିକି ସମ୍ବିତ କହିଥିଲେ," ସମ୍ପଦ ତୁମର ରାଲି ଟା ବହୁତ ଭଲ ହୋଇଥିଲା । ବେଳାବେଳି ଆସିଥିଲେ ଭଲ ହୋଇଥାନ୍ତା ।" ତେବେ ବିରୋଧି ନେତାଙ୍କ ଏଭଳି ବ୍ୟବହାର ଏକ ସୁସ୍ଥ ରାଜନୀତିର ପରିଚୟ ପ୍ରଦାନ କରିଛି  ।  

ଏହାମଧ୍ୟ ପଢନ୍ତୁ..କମ୍ପୁଛି ଝାରସୁଗୁଡ଼ା ପ୍ରଚାର ମଇଦାନ, ଦୀପାଳିଙ୍କ ପାଇଁ ବଲିଉଡ ତାରକାଙ୍କ ଭୋଟ ଭିକ୍ଷା - Bollywood Celebrity Campaign
 

ଅନ୍ୟପଟେ ବିଜେଡି ଜଗତସିଂହପୁର ଲୋକସଭା ପ୍ରାର୍ଥୀ ରାଜଶ୍ରୀ ଓ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ମଧ୍ୟ ନିର୍ବାଚନ ଟେନସନଠୁ ଟିକେ ଦୂରରେ ରହି ବ୍ୟାଡମିଣ୍ଟନ ଖେଳୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ସମର୍ଥକମାନେ ମଧ୍ୟ ସେମାନଙ୍କୁ ଉତ୍ସାହିତ କରୁଥିଲେ  ।


ଇଟିଭି ଭାରତ, ଜଗତସିଂହପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.