ETV Bharat / state

ଶିଖର ଛୁଇଁଲା ତାପମାତ୍ରା, 45.2 ଡିଗ୍ରୀ ସହ ଦେଶର ସବୁଠୁ ଉତ୍ତପ୍ତ ସହର ବାରିପଦା ଓ ବୌଦ୍ଧ - Temperature Crosses 45 Degree

author img

By ETV Bharat Odisha Team

Published : Apr 20, 2024, 8:38 PM IST

Updated : Apr 20, 2024, 10:12 PM IST

Temperature Record: ରାଜ୍ୟରେ 2 ସହରର ତାପମାତ୍ରା 45 ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ଯାହା ଦେଶର ସବୁଠୁ ଉତ୍ତପ୍ତ ସହର । ଜାଣନ୍ତୁ ଆଜି କେଉଁ ସହରରେ କେତେ ତାପମାତ୍ରା ରହିଛି ।

ଶିଖର ଛୁଇଁଲା ତାପମାତ୍ରା, 45 ଡିଗ୍ରୀ ଉପରେ ରାଜ୍ୟର 2 ସହର
ଶିଖର ଛୁଇଁଲା ତାପମାତ୍ରା, 45 ଡିଗ୍ରୀ ଉପରେ ରାଜ୍ୟର 2 ସହର

ଭୁବନେଶ୍ବର: ଭାରତର ସବୁଠାରୁ ଉତ୍ତପ୍ତ ସହର ପାଲଟିଲା ବାରିପଦା ଓ ବୌଦ୍ଧ । ଏହି 2 ସହରରେ ଆଜି (ଶନିବାର) ତାପମାତ୍ରା ଶିଖର ଛୁଇଁଲା । ୪୫. ୨ ଡିଗ୍ରୀ ତାପମାତ୍ରା ସହ ବାରିପଦା ଏବଂ ବୌଦ୍ଧ ଦେଶର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ରାଜ୍ୟର 29ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ବେଳେ ୧୩ ସହରରେ ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରେକର୍ଡ ହୋଇଛି ।

ଶିଖର ଛୁଇଁଲା ତାପମାତ୍ରା
ଶିଖର ଛୁଇଁଲା ତାପମାତ୍ରା

ରାଜ୍ୟରେ ଗତ 7 ଦିନ ଧରି ଆକାଶରୁ ଅଗ୍ନିବର୍ଷା ସଦୃଶ ତାତି ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଆଜି ତାପମାତ୍ରାରେ ରେକର୍ଡ ହୋଇଛି । 45.2 ଡିଗ୍ରୀ ତାପମାତ୍ରା ସହ ବାରିପଦା ଏବଂ ବୌଦ୍ଧ ଦେଶ ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ସେହିପରି 10ଟି ସହରରେ 43 ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଆଉ 10ଟି ସହରରେ ମଧ୍ୟ 41 ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ଆଜି ମୟୂରଭଞ୍ଜ ଓ ବୌଦ୍ଧରେ ଭୀଷଣ ଗ୍ରୀଷ୍ମ ପ୍ରବାହ ବା ସିଭିୟର ହିଟୱେଭ୍‌ ରହିଥିଲା । ସେହିପରି କେନ୍ଦୁଝର, ବୌଦ୍ଧ, ନୂଆପଡା, ଢେଙ୍କାନାଳ, ଭଦ୍ରକ, ଯାଜପୁର, ନୟାଗଡ, ଖୋର୍ଦ୍ଧାରେ, ଗ୍ରୀଷ୍ମ ପ୍ରବାହ ରହିଥିଲା । ସେପଟେ ପୂର୍ବାନୁମାନ ଅନୁଯାୟୀ ଦକ୍ଷିଣ ଉପକୂଳ ଓଡିଶା ତଥା ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ କାଳବୈଶାଖୀ ଜାରି । ପ୍ରଭାବରେ କିଛି କିଛି ସ୍ଥାନରେ ବର୍ଷା ହେଉଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।

ଆଜି ରାଜ୍ୟରେ ବିଭିନ୍ନ ସହରରେ ରେକର୍ଡ ହୋଇଥିବା ତାପମାତ୍ରା:-

ବାରିପଦା: 45.2 ଡିଗ୍ରୀ

ବୌଦ୍ଧ: 45.2 ଡିଗ୍ରୀ

ନୂଆପଡା: 44 ଡିଗ୍ରୀ

ତାଳଚେର: 43.6 ଡିଗ୍ରୀ

ବଲାଙ୍ଗୀର: 43.6 ଡିଗ୍ରୀ

ନୟାଗଡ଼: 43.5ଡିଗ୍ରୀ

ଅନୁଗୋଳ: 43.5ଡିଗ୍ରୀ

କେନ୍ଦୁଝର: 43.5 ଡିଗ୍ରୀ

ଝାରସୁଗୁଡା: 43.2 ଡିଗ୍ରୀ

ହିରାକୁଦ: 43.1 ଡିଗ୍ରୀ

ସମ୍ବଲପୁର: 43 ଡିଗ୍ରୀ

ସୁନ୍ଦରଗଡ଼: 43 ଡିଗ୍ରୀ

ଟିଟିଲାଗଡ: 43 ଡିଗ୍ରୀ

ସୋନପୁର: 42.7 ଡିଗ୍ରୀ

ରାଉରକେଲା: 42.6 ଡିଗ୍ରୀ

ଢେଙ୍କାନାଳ: 42 ଡିଗ୍ରୀ

ଭବାନୀପାଟଣା: 42 ଡିଗ୍ରୀ

ଚାନ୍ଦବାଲି: 41.6 ଡିଗ୍ରୀ

ମାଲକାନଗିରି: 41.6 ଡିଗ୍ରୀ

ଭଦ୍ରକ: 41.5 ଡିଗ୍ରୀ

ପାରଳାଖେମୁଣ୍ଡି: 41 ଡିଗ୍ରୀ

ଯାଜପୁର: 41 ଡିଗ୍ରୀ

ଫୁଲବାଣୀ: 41 ଡିଗ୍ରୀ

ବରଗଡ଼: 41 ଡିଗ୍ରୀ

କଟକ: 41 ଡିଗ୍ରୀ

ଭୁବନେଶ୍ବର: 41 ଡିଗ୍ରୀ

ଖୋର୍ଦ୍ଧା: 41 ଡିଗ୍ରୀ

ବାଲେଶ୍ବର: 40 ଡିଗ୍ରୀ

କେନ୍ଦ୍ରାପଡ଼ା: 40 ଡିଗ୍ରୀ

ଏହା ମଧ୍ୟ ପଢ଼ନ୍ତୁ...ଅଗ୍ନିବର୍ଷାକୁ ମାତ୍‌ ଦେବ କାଳବୈଶାଖୀ, ରାଜ୍ୟବାସୀଙ୍କୁ ମିଳିବ ସାମାନ୍ୟ ଆଶ୍ବସ୍ତି - Odisha Weather

ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଉ ୨ ଦିନ ମଧ୍ୟରେ ପଶ୍ଚିମା-ଝଡ ଦ୍ୱାରା ପ୍ରଶମିତ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ହ୍ରାସ ଘଟିବାରେ ସମ୍ଭାବନା ରହିଛି । ପ୍ରଭାବରେ ୨୧ରୁ ୨୪ ଏପ୍ରିଲ ମଧ୍ୟରେ ରାଜ୍ୟରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷର ପ୍ରଭାବ ଅଧିକ ରହିବ । ପରେ ୨୫ ତାରିଖ ପରଠାରୁ ପୁଣି ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ରାଜ୍ୟର ତାପମାତ୍ରା ବୃଦ୍ଧି ହେବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 20, 2024, 10:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.