ETV Bharat / state

ଭିଜାଉଛି କାଳବୈଶାଖୀ, ଆହୁରି 5ଦିନ ବର୍ଷା ସହ ବିଜୁଳି ଘଡଘଡି - Odisha Weather

author img

By ETV Bharat Odisha Team

Published : May 8, 2024, 6:32 PM IST

Odisha Weather Update: ଆହୁରି 5 ଦିନ ଯାଏଁ ରାଜ୍ୟରେ ଜାରି ରହିବ କାଳବୈଶାଖୀ ଜନିତ ବର୍ଷା । ପ୍ରଭାବରେ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ ପବନ ହେବାର ସମ୍ଭାବନା ରହିଛି । ଅଧିକ ପଢ଼ନ୍ତୁ

ଭିଜାଉଛି କାଳବୈଶାଖୀ, ଆହୁରି 5ଦିନ ବର୍ଷା ସହ ବିଜୁଳି ଘଡଘଡି
ଭିଜାଉଛି କାଳବୈଶାଖୀ, ଆହୁରି 5ଦିନ ବର୍ଷା ସହ ବିଜୁଳି ଘଡଘଡି (ETV Bharat Odisha)

ଭିଜାଉଛି କାଳବୈଶାଖୀ, ଆହୁରି 5ଦିନ ବର୍ଷା ସହ ବିଜୁଳି ଘଡଘଡି (ETV Bharat Odisha)

ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ଭିଜୁଛି ସାରା ଓଡ଼ିଶା । ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗି ରହିଛି କାଳବୈଶାଖୀ ଜନିତ ବର୍ଷା । ଆଜି (ବୁଧବାର) କେତେକ ସ୍ଥାନରେ ମେଘୁଆ ପାଗ ସହ ବର୍ଷା ପବନ ଦେଖିବାକୁ ମିଳିଛି । ଆସନ୍ତାକାଲି ମଧ୍ୟ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା । ଆଗାମୀ 5 ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବିସ୍ତୃତ ଭାବେ ବର୍ଷା ହେବା ସହ ବିଜୁଳି ଘଡ଼ଘଡ଼ି ସହ ଝଡ଼ ପବନ ହେବାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଭିଜାଉଛି କାଳବୈଶାଖୀ, ଆହୁରି 4ଦିନ ବର୍ଷା ସହ ବିଜୁଳି ଘଡଘଡି
ଭିଜାଉଛି କାଳବୈଶାଖୀ, ଆହୁରି 4ଦିନ ବର୍ଷା ସହ ବିଜୁଳି ଘଡଘଡି (ETV Bharat Odisha)

ରାଜ୍ୟରେ ଜାରି ରହିଛି କାଳବୈଶାଖୀ । ଆସନ୍ତାକାଲି ଅର୍ଥାତ 9 ତାରିଖରେ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ଝଡ ପବନ ହେବାର ସମ୍ଭାବନା ରହିଛି । ଏହି ସମୟରେ 40ରୁ 50 କିମି ବେଗରେ ପବନ ବହିବ । କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, ଅନୁଗୋଳ, ବାଲେଶ୍ବର, ଢେଙ୍କାନାଳ ଓ ଯାଜପୁର । ଆଗାମୀ 5 ଦିନ ପର୍ଯ୍ୟନ୍ତ ମୁଖ୍ୟତଃ ଉପକୂଳ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ଝଡ଼ ପବନ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ଟ୍ବିନ ସିଟି ଭୁବନେଶ୍ବର ଓ କଟକରେ ତାପମାତ୍ରା 10 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ଆଜିଠୁ ବଢିବ ବର୍ଷା; ବିଜୁଳି ଘଡଘଡି ସହ ୩୦ରୁ ୪୦ ବେଗରେ ପବନ ବହିବ ! - Rainfall In Odisha


ତେବେ ଆଜି କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ବର୍ଷା ସହ ୩୦ରୁ ୪୦ ବେଗରେରେ ଝଟକା ପବନ ବହିବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ବିଶେଷ ଭାବରେ ଏଭଳି ସ୍ଥିତିର ପ୍ରଭାବ ରହିବ । ଆସନ୍ତା ୨୪ ଘଣ୍ଟା ପାଇଁ ଉପକୂଳ ଓଡ଼ିଶାର ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଯାଜପୁର, ନୟାଗଡ ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହା ସହ ଏହି ଜିଲ୍ଲା ଗୁଡ଼ିକର ଆଖପାଖ ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ । ସେପଟେ ଗତ ୨୪ ଘଣ୍ଟାରେ କୋରାପୁଟରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ୨୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆଗାମୀ 5 ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ । ସେହିପରି ଦିନର ତାପମାତ୍ରା ୪ରୁ ୬ ଡିଗ୍ରୀ ହ୍ରାସ ହୋଇଛି । ମାଲକାନଗିରିରେ ରାଜ୍ୟର ସର୍ବାଧିକ ତାପମାତ୍ର ୩୯.୩ ଡିଗ୍ରୀ ରେକର୍ଡ କରାଯାଇଥିଲା ।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.