ETV Bharat / state

ଜାରି ରହିଛି କାଳବୈଶାଖୀ, ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ - Odisha Weather

author img

By ETV Bharat Odisha Team

Published : May 7, 2024, 6:20 PM IST

Odisha Weather Update: ଆଗାମୀ 5 ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ କାଳବୈଶାଖୀ ବର୍ଷା । ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରରିଛି ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

ଜାରି ରହିଛି କାଳବୈଶାଖୀ, ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ଜାରି ରହିଛି କାଳବୈଶାଖୀ, ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ (ETV Bharat Odisha)

ଜାରି ରହିଛି କାଳବୈଶାଖୀ, ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରଭାବ । ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ଲାଗି ରହିଛି । ଏଭଳି ସ୍ଥିତି ଆଗାମୀ 5 ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ । ବର୍ଷାକୁ ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ରାଜ୍ୟରେ ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ବର୍ଷା ଲାଗି ରହିଥିବା ବେଳେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ । ଓଡ଼ିଶାଠାରୁ ଦକ୍ଷିଣ ପୂର୍ବ ରାଜସ୍ଥାନ ଓ ଛତିଶଗଡ଼ ଉପର ଦେଇ ଏକ ଟ୍ରପ ଲାଇନ ରହୁଛି । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେଉ ଥିବା ବେଳେ ଆସନ୍ତାକାଲି ପ୍ରବଳ ବର୍ଷାକୁ ନେଇ ମୟୂରଭଞ୍ଜ, ଗଜପତି, କନ୍ଧମାଳ, କେନ୍ଦୁଝର, ଅନୁଗୋଳ, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଅଞ୍ଚଳରେ ବର୍ଷାକୁ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସମୟରେ ବିଜୁଳି ଘଡ଼ଘଡ଼ି ସହ 30ରୁ 40 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ କୌଣସି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇନଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ସେହିପରି ୯ ତାରିଖରେ ବର୍ଷା ସହ ବିଜୁଳି ଘଡ଼ଘଡ଼ିକୁ ନେଇ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ ଭାବେ ଉପକୂଳ ଓଡ଼ିଶା ଓ ଏହାର ପାଶ୍ୱବର୍ତ୍ତୀ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ବିସ୍ତାରିତ ବର୍ଷା ପାଇଁ ଆଲର୍ଟ ରହିଛି । ଏହି ସମୟରେ ୪ରୁ ୬ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରଭାବ ଦେଖାଇଲା କାଳବୈଶାଖୀ, ବିଭିନ୍ନ ସ୍ଥାନରେ ବର୍ଷା ସହ ବିଜୁଳି ଘଡଘଡି - Odisha Weather


ଅନ୍ୟପଟେ ରାଜ୍ୟରେ ଗତକାଲି ଠାରୁ ବର୍ଷାର ପ୍ରଭାବ ବିଶେଷ ଭାବେ ରହିଥିବା ବେଳେ ୭ରୁ ୧୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ରହିବ । ଏହାସହ ଉତ୍ତର ଉପକୂଳ ଓଡିଶା-ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିମି ବେଗରେ ରହିବାର ସମ୍ଭାବନା ଥିବାରୁ ସାମୁଦ୍ରିକ ସ୍ଥିତି ଅଶାନ୍ତରୁ ଅତ୍ୟଧିକ ଅଶାନ୍ତ ରହିବାର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ସ୍ଥିତିକୁ ନେଇ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟସ୍ଥ ଉତ୍ତର-ଉପକୂଳ ଓଡ଼ିଶାର ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.