ETV Bharat / state

ଆସନ୍ତା 2 ଦିନ କାଳବୈଶାଖୀ, 25ରୁ ବଢ଼ିବ ତାତି - Odisha Weather

author img

By ETV Bharat Odisha Team

Published : Apr 22, 2024, 6:26 PM IST

Odisha Weather Update: କାଳବୈଶାଖୀ ବର୍ଷା ଯୋଗୁଁ ଆଜି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହୋଇଛି । ଅଧିକ ପଢ଼ନ୍ତୁ

25ରୁ ବଢ଼ିବ ତାତି
25ରୁ ବଢ଼ିବ ତାତି

25ରୁ ବଢ଼ିବ ତାତି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି ସାଙ୍ଗକୁ ଗରମ ଗୁଳୁଗୁଳି । ଯଦିଓ କାଳବୈଶାଖୀ ପ୍ରଭାବରେ ତାପମାତ୍ରାରେ ଆଂଶିକ ହ୍ରାସ ଘଟିଛି, ମାତ୍ର ଏହା ଗରମ ଓ ଗୁଳୁଗୁଳିକୁ କମ୍‌ କରିପାରିନାହିଁ । ସେପଟେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ୨୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ପୁଣିଥରେ ୨୫ ତାରିଖରୁ ରାଜ୍ୟରେ ଖରା ବଢିବା ସହ ଗରମ ଅସହ୍ୟ ଗରମ ଅନୁଭୁତି ହେବ ବୋଲି ପୂର୍ବାନୁମାନ କରିଛି ବିଭାଗ । ଅନ୍ୟପକ୍ଷେ ଆଜି 43.8 ଡିଗ୍ରୀ ତାପମାତ୍ରା ସହ ରାଜ୍ୟରେ ଭୁବନେଶ୍ବର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ।

ତେବେ ଆସନ୍ତା ୨୪ ଘଣ୍ଟାରେ ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ରହିବାର ସମ୍ଭାବନା ଥିବା ବେଳେ ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, ମୟୁରଭଞ୍ଜ, କେନ୍ଦୁଝର, ବଲାଙ୍ଗୀର, ବୌଦ୍ଧ, ଯାଜପୁର, ଢେଙ୍କାନାଳ ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ନ ରହିଲେ ମଧ୍ୟ ଗରମ ସହ ଉଷ୍ମ ଓ ଆଦ୍ର ସ୍ଥିତି ଲାଗି ରହିବା । ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ରାଜ୍ୟରେ ବର୍ତ୍ତମାନ ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହେଉଥିବାରୁ ଆସନ୍ତା ୨୪ ଘଣ୍ଟା ପାଇଁ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ସେହିପରି ଆସନ୍ତାକାଲି ଠାରୁ ବର୍ଷା କମିବା ସହ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଓ ୨୪ ତାରିଖରେ କାଁ ଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ୨୪ ପରେ ଅର୍ଥାତ ୨୫ ତାରିଖ ବେଳକୁ ପୁଣି ଟାଣ ଖରା ସହ ଗ୍ରୀଷ୍ମ ପ୍ରବାହ ଫେରିବା ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଯଦିଓ କାଳବୈଶାଖୀ ବର୍ଷା ପ୍ରଭାବରେ ତାପମାତ୍ରା କିଛି ପରିମାଣର କମିବ କିନ୍ତୁ ସେତେ ପରିମାଣରେ ଆଶ୍ୱସ୍ତି ମିଳିବ ନାହିଁ । କାରଣ ତାପମାତ୍ରା ୪୫ ପର୍ଯ୍ୟନ୍ତ ରହିଥିବା ବେଳେ ୨ରୁ ୩ ଡିଗ୍ରୀ କମିଲେ ମଧ୍ୟ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିବ ।

ଏହା ମଧ୍ୟ ପଢ଼ନ୍ତୁ...ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ଛକାପଞ୍ଝା, 25ରୁ ସ୍ଥିତି ସାଙ୍ଘାତିକ - Heat Wave Alert


ସେପଟେ ଗତ ୨୪ ଘଣ୍ଟାରେ ୩୪ ସହରରେ ବର୍ଷା ହୋଇଥିବା ବେଳେ ସର୍ବାଧିକ ବର୍ଷା ୩୪.୦ ମିଲିମିଟର ବରଗଡ଼ର ଗାଇସିଲେଟରେ ରେକର୍ଡ କରାଯାଇଛି । ସେହିପରି ୪୪.୬ ସହ ବାରିପଦା ରାଜ୍ୟର ଉତ୍ତପ୍ତ ସହର ରହିଥିଲା । ୯ ସହରରେ ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରେକର୍ଡ ହୋଇଥିଲା । ସେହିପରି ୩୦ ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.