ETV Bharat / state

ଦୃଢ଼ୀଭୂତ ହେବ ଡାକ୍ତରୀ ଶିକ୍ଷା; କ୍ୟାପିଟାଲ ହସ୍ପିଟାଲରେ ପିଜି ପାଇଁ ଆଉ ଦୁଇଟି ବିଭାଗକୁ ଅନୁମତି - PG Course in Capital Hospital

author img

By ETV Bharat Odisha Team

Published : May 8, 2024, 8:26 AM IST

PG Course in Capital Hospital: କ୍ୟାପିଟାଲ ହସ୍ପିଟାଲରେ ପୋଷ୍ଟ ଗ୍ରାଜୁଏଟ୍‌ ପାଇଁ ଆହୁରି ଦୁଇଟି ବିଭାଗକୁ ଅନୁମତି । ଆନାସ୍ଥେସିଓଲୋଜି ବିଭାଗ ଏବଂ ଚକ୍ଷୁ ଚିକିତ୍ସା ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରାଯିବ । ଅଧିକ ପଢ଼ନ୍ତୁ

PG Course in Capital Hospital
PG Course in Capital Hospital (ETV BHARAT ODISHA)

ଭୁବନେଶ୍ବର: ରାଜ୍ୟରେ ଡାକ୍ତରୀ ଶିକ୍ଷାକୁ ଦୃଢ଼ୀଭୂତ କରିବାକୁ ପଦକ୍ଷେପ ନେଇଛି ସ୍ବାସ୍ଥ୍ୟ ବିଭାଗ । ଏଣିକି କ୍ୟାପିଟାଲ ହସ୍ପିଟାଲରେ ପୋଷ୍ଟ ଗ୍ରାଜୁଏଟ୍‌ ପାଇଁ ଆହୁରି ଦୁଇଟି ବିଭାଗକୁ ଅନୁମତି ପ୍ରଦାନ କରାଯାଇଛି । ପୋଷ୍ଟ ଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ ଏବଂ କ୍ୟାପିଟାଲ୍‌ ହସ୍ପିଟାଲରେ ଆନାସ୍ଥେସିଓଲୋଜି ବିଭାଗ ଏବଂ ଚକ୍ଷୁ ଚିକିତ୍ସା ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରାଯିବ । ଉଭୟ ଆନାସ୍ଥେସିଓଲୋଜି ଓ ଚକ୍ଷୁ ଚିକିତ୍ସା ବିଭାଗରେ ୩ଟି ଲେଖାଏଁ ସିଟ୍‌ରେ ଆରମ୍ଭ ହେବ ପାଠ୍ୟକ୍ରମ । ଏନେଇ ଜାତୀୟ ମେଡିକାଲ୍‌ କମିଶନ ଏହାକୁ ଅନୁମୋଦନ କରିଛନ୍ତି ।

ନୂତନ ପାଠ୍ୟକ୍ରମ ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବ । ଫଳରେ ରାଜ୍ୟରେ ଡାକ୍ତରୀ ଶିକ୍ଷା ଆହୁରି ଦୃଢ଼ୀଭୂତ କରିବ ବୋଲି ଆଶା କରାଯାଉଛି । କ୍ୟାପିଟାଲ ହସ୍ପିଟାଲରେ କଲେଜ ନିର୍ମାଣ ଏହାର ପାଖରେ ଥିବା ସାଢ଼େ ୪ ଏକର ଜମିରେ କରାଯାଉଛି । ତେବେ ୨୦୨୨-୨୩ ଶିକ୍ଷାବର୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଥିଲା ପ୍ରଥମ ବ୍ୟାଚ୍‌ ପିଜି ପାଠ୍ୟକ୍ରମ । ମୋଟ ୧୫ଟି ବିଭାଗରେ ପାଠ୍ୟକ୍ରମ ଖୋଲିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୬ଟି ବିଭାଗକୁ ମିଳିଥିଲା ଅନୁମତି । ୬ଟି ବିଭାଗରେ ୨୪ଟି ସିଟ୍‌ ପାଇଁ ପିଜି ଓ ୬ଟି ସ୍ପେଶାଲ MS/MD ପାଠ୍ୟକ୍ରମକୁ ଅନୁମତି ମିଳିଥିଲା । ମେଡିସିନ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବଂ ସର୍ଜରୀ ବିଭାଗକୁ ୫ଟି ଲେଖାଏଁ ସିଟ୍‌ ସହିତ, ଅସ୍ଥିଶଲ୍ୟ ବିଭାଗରେ ୨ଟି, ଶିଶୁରୋଗ ବିଭାଗରେ ୪ଟି, ଶ୍ବାସରୋଗ ବିଭାଗରେ ୩ଟି ସିଟରେ ପିଜି ପାଠ୍ୟକ୍ରମ ଖୋଲିଥିବା ବେଳେ ଆହୁରି ପର୍ଯ୍ୟାୟକ୍ରମେ ଅନ୍ୟ ବିଭାଗ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଆହୁରି ଡାକ୍ତରୀ ଶିକ୍ଷାକୁ ଗୁରୁତ୍ଵ ଦେବା ସହ ଆଗକୁ କିଭଳି ଭାବରେ ଅନ୍ୟ ବିଭାଗରେ ପାଠ୍ୟକ୍ରମ ଆରମ୍ଭ କରାଯିବ ସେନେଇ ରାଜ୍ୟ ସରକାର ମଧ୍ୟ ଗୁରୁତ୍ବାରୋପ କରୁଛନ୍ତି । ଆଗକୁ କ୍ୟାପିଟାଲ ହସ୍ପିଟାଲ ସରକାରୀ ହସ୍ପିଟାଲ ଭାବରେ ରାଜ୍ୟବାସୀଙ୍କ ଚିକିତ୍ସା ଯୋଗାଇବାରେ ଅଧିକରୁ ଅଧିକ ସୁଯୋଗ ମିଳିବ ।

ଏହା ମଧ୍ୟ ପଢ଼ନ୍ତୁ...ଘରୋଇ ଔଷଧ ଦୋକାନୀଙ୍କୁ ଝଟକା, ହସ୍ପିଟାଲ ପରିସରରେ ଖୋଲି ପାରିବେନି ଦୋକାନ - Campus medicine stores

ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି ପିଜିଆଇଏମ୍‌‌ଇଆର୍‌ ଆଣ୍ଡ୍‌‌ କ୍ୟାପିଟାଲ ହସ୍ପିଟାଲ । ଓଡ଼ିଶାର ୧ ନମ୍ବର ଡାକ୍ତରଖାନା ଭାବେ ସାରା ଭାରତବର୍ଷରେ ସମ୍ମାନ ସାଉଁଟିଛି । ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ଜାତୀୟ ଗୁଣାତ୍ମକ ଆସ୍ୟୁରାନ୍‌‌ସ୍‌‌ ଷ୍ଟାଣ୍ଡାର୍ଡ (ଏନ୍‌‌କ୍ବାସ୍‌‌) ତରଫରୁ କ୍ବାଲିଟି ସାର୍ଟିଫିକେଟ୍‌‌ ପ୍ରଦାନ କରାଯାଇଛି । ତେବେ ଓଡ଼ିଶାର ସମସ୍ତ ଡାକ୍ତରଖାନା ମଧ୍ୟରୁ କ୍ୟାପିଟାଲ ହସ୍ପିଟାଲକୁ ନମ୍ବର ୱାନ ହସ୍ପିଟାଲ ଭାବେ ବିବେଚନା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.