ETV Bharat / state

ସିଲଭରସିଟିରେ ଶାହଙ୍କ ରୋଡ ସୋ’, କମ୍ପିଲା କଟକ - AMIT SHAH ROADSHOW IN CUTTACK

author img

By ETV Bharat Odisha Team

Published : May 15, 2024, 10:26 PM IST

AMIT SHAH ROADSHOW IN CUTTACK: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଗ ମାଗିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହଙ୍କ କଟକ ରୋଡ୍‌ ଶୋରେ ସାମିଲ ହେଲେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ବ ବିଜେପି କର୍ମୀ । ଅଧିକ ପଢନ୍ତୁ

ଶାହଙ୍କ ରୋଡ ଶୋ ପରେ ଉତ୍ସାହିତ ବିଜେପି କର୍ମୀ
ଶାହଙ୍କ ରୋଡ ଶୋ ପରେ ଉତ୍ସାହିତ ବିଜେପି କର୍ମୀ (ETV Bharat Odisha)

ଶାହଙ୍କ ରୋଡ ଶୋ ପରେ ଉତ୍ସାହିତ ବିଜେପି କର୍ମୀ (ETV Bharat Odisha)

କଟକ: ସିଲଭର ସିଟିରେ ବିଶାଳ ରୋଡ ସୋ’ କଲେ ଅମିତ ଶାହ । କଟକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏକ ବିଶାଳ 'ରୋଡ଼ ଶୋ' କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ । କଟକ ବକ୍ସି ବଜାରସ୍ଥିତ ଗୋପବନ୍ଧୁ ପାର୍କରୁ ଆରମ୍ଭ କରି ତିନିକୋଣିଆ ବଗିଚା, ଗୌରୀଶଙ୍କର ପାର୍କ, ବାଲୁବଜାର ଓ ନୟା ସଡ଼କ ପର୍ଯ୍ୟନ୍ତ ଯାଇଥିଲା ଶାହଙ୍କ ରୋଡ ସୋ’ ।

ଏହି ରୋଡ ଶୋରେ କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ବାରବାଟୀ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଚୌଦ୍ୱାର ବିଧାୟକ ପ୍ରାର୍ଥୀ ନୟନ ମହାନ୍ତି, ସଦର ବିଧାୟକ ପ୍ରାର୍ଥୀ ପ୍ରକାଶ ସେଠୀଙ୍କୁ ଭୋଟ ଦେବା ପାଇଁ ଜନ ସାଧାରଣଙ୍କୁ ଅନୁରୋଧ କରିଥିଲେ ଅମିତ । କେବଳ ସେତିକି ନୁହେଁ ରାସ୍ତାର ଉଭୟ ପାର୍ଶ୍ଵରେ ହଜାର ହଜାର ଲୋକ ମଧ୍ୟ ଅମିତ ଶାହଙ୍କୁ ସ୍ୱାଗତ କରିଥିଲେ । ଶୋଭାଯାତ୍ରା ସମୟରେ ସମସ୍ତଙ୍କୁ ହାତ ହଲାଇବା ସହ ଗୋଲାପ ପାଖୁଡା ପକାଇଥିଲେ ସାହା । ତେବେ ଅମିତଙ୍କ କଟକ ଗସ୍ତକୁ ନେଇ ବେଶ ଉତ୍ସହିତ ହୋଇ ପଡ଼ିଥିଲେ ବିଜେପି କର୍ମୀ । ଏଥର ବିଜେପିକୁ ବିପୁଳ ସମର୍ଥନ ମିଳିବ ବୋଲି ପୂର୍ବତନ ମନ୍ତ୍ରୀ ସମୀର ଦେ କହିଛନ୍ତି । ପ୍ରାୟ ୨୦ ହଜାର ବିଜେପି କର୍ମୀ ଏହି ରୋଡ୍‌ ସୋ’ରେ ଭାଗ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ.......ଅଶାନ୍ତ ପିଓକେ ନେଇ ଶାହ କହିଲେ ବଡ କଥା...ସାମ୍ନାକୁ ଆସିଲା ଏହି ପ୍ଲାନ୍ ! - Amit Shah Statement On POK Issue

ଏହା ମଧ୍ୟ ପଢନ୍ତୁ.....ସୋରଡ଼ାରୁ ଶାହଙ୍କ ଗର୍ଜନ, ରତ୍ନ ଭଣ୍ଡାର ପ୍ରସଙ୍ଗରେ ବି ବର୍ଷିଲେ - Amit Shah Targets BJD

ପ୍ରକାଶ ଯୋଗ୍ୟ, ଚଳିତ ନିର୍ବାଚନରେ ବିଜେପି କିପରି ଓଡ଼ିଶାରେ ସରକାର ଗଢିବ ସେ ଲକ୍ଷ୍ୟରେ ଦଳ ପୁରା ଦମ୍ ଲଗାଇ ଦେଇଛି । ରାଜ୍ୟରେ କେନ୍ଦ୍ରୀୟ ନେତାଙ୍କ ମାରାଥନ ପ୍ରଚାର ଦେଖିବାକୁ ମିଳୁଛି । ଆଜି ଭୁବନେଶ୍ୱର ବିମାନମନ୍ଦରରେ ପହଞ୍ଚିବା ପରେ ଅମିତ ଶାହଙ୍କୁ ରାଜ୍ୟ ବିଜେପି ନେତୃବୃନ୍ଦ ଭବ୍ୟ ସ୍ୱାଗତ କରିଥିଲେ । ପରେ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୋରଡ଼ା ଯାଇ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ପରେ ସେଠାରୁ ବୌଦ୍ଧ ଯିବାର କାର୍ଯ୍ୟକ୍ରମ ରହିଥିଲା । ସେଠାରେ ଦଳୀୟ ସମାବେଶରେ ଯୋଗଦେବେ ପରେ ସେଠାରୁ ସନ୍ଧ୍ୟା 5.30ଟା ସମୟରେ କଟକରେ ଏକ ବିଶାଳ ରୋଡ ଶୋରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.