ETV Bharat / politics

ଆମେଠୀ ନୁହେଁ, ରାୟବରେଲୀରୁ ରାହୁଲ, ପ୍ରିୟଙ୍କାଙ୍କ ନିର୍ବାଚନୀ ଡେବ୍ୟୁରେ ପୂର୍ଣ୍ଣଚ୍ଛେଦ ! - Raebareli constituency

author img

By ETV Bharat Odisha Team

Published : Apr 29, 2024, 2:00 PM IST

ଆମେଠୀ ନୁହେଁ ରାୟବରେଲୀରୁ ଲଢିପାରନ୍ତି ରାହୁଲ ଗାନ୍ଧୀ । ପ୍ରିୟଙ୍କା କରିନପାରନ୍ତି ଚଳିତଥର ନିର୍ବାଚନୀ ଏଣ୍ଟ୍ରି । ରାଜନୈତିକ ସୂତ୍ରରୁ ଏପରି ସୂଚନାକୁ ନେଇ ବଢିଲା ଚର୍ଚ୍ଚା । ଅଧିକ ପଢନ୍ତୁ

ଆମେଠୀ ନୁହେଁ ରାୟବରେଲୀରୁ ରାହୁଲ, ପ୍ରିୟଙ୍କା କରିବେନି ନିର୍ବାଚନୀ ଡେବ୍ୟୁ !
ଆମେଠୀ ନୁହେଁ ରାୟବରେଲୀରୁ ରାହୁଲ, ପ୍ରିୟଙ୍କା କରିବେନି ନିର୍ବାଚନୀ ଡେବ୍ୟୁ !

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଦୁଇ ଚର୍ଚ୍ଚିତ ଆସନ ଆମେଠୀ ଓ ରାୟବରେଲୀରେ କଂଗ୍ରେସର ପ୍ରାର୍ଥୀ କିଏ ହେବେ, ସେ ନେଇ ଚର୍ଚ୍ଚା ଜାରି ରହିଛି । ସେଥିରେ ଏବେ ଭିନ୍ନମୋଡ ଦେଖିବାକୁ ମିଳିପାରେ । ଏବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆମେଠୀ ଆସନରୁ ନୁହେଁ ବରଂ ରାୟବରେଲୀରୁ ନାମାଙ୍କନ ଭରିପାରନ୍ତି ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେହିପରି ପ୍ରିୟଙ୍କାଙ୍କ ନିର୍ବାଚନୀ ଡେବ୍ୟୁ ରାୟବରେଲୀରୁ ହେବା ନେଇ ଚର୍ଚ୍ଚା ଜାରି ରହିଥିଲା, ସେଥିରେ ମଧ୍ୟ ଭିନ୍ନ ସଙ୍କେତ ମିଳିଛି । ପ୍ରିୟଙ୍କା ଏଥର ରାଏବରେଲୀ ନୁହେଁ ବରଂ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତାରେ ଡେବ୍ୟୁ କରିନପାରନ୍ତି । ନିକଟରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଶେଷ ହୋଇଥିଲେ ସୁଦ୍ଧା ଦଳ ଏପର୍ଯ୍ୟନ୍ତ କେହି ପ୍ରାର୍ଥୀଙ୍କ ନାମ ସାମ୍ନାକୁ ଆଣିନି । ଅହେତୁକ ବିଳମ୍ବ ମଧ୍ୟରେ ରାଜନୈତିକ ସୂତ୍ରରୁ ଏପରି ଖବର ଜାତୀୟ ରାଜନୀତିକୁ ଉଷ୍ମ କରିବାରେ ଲାଗିଛି ।

ପୂର୍ବରୁ ମିଳିଥିବା ସୂଚନା ଅନୁସାରେ, ଉତ୍ତର ପ୍ରଦେଶ କଂଗ୍ରେସ କମିଟି ରାହୁଲଙ୍କୁ ଆମେଠୀରୁ ଓ ପ୍ରିୟଙ୍କାଙ୍କୁ ରାୟବରେଲୀରୁ ନିର୍ବାଚନ ଲଢାଇବା ପାଇଁ କେନ୍ଦ୍ରୀୟ କମିଟିକୁ ସୁପାରିଶ କରିଥିଲା । ଦଳର ପ୍ରଦେଶ ପ୍ରଭାରୀ ଅବିନାଶ ପାଣ୍ଡେ ଓ ବିଧାୟକ ଦଳ ନେତା ଆରାଧାନା ମିଶ୍ର ଓ ଅନ୍ୟ ନେତାମାନେ ଏହି ପ୍ରସ୍ତାବ ସହ ହାଇକମାଣ୍ଡ ଖଡଗେଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଶେଷ ହୋଇଥିଲେ ସୁଦ୍ଧା ଦଳ ଏହି ଦୁଇ ଆସନରେ ପ୍ରାର୍ଥୀ ଘୋଷଣା କରିନି ।

ଏହା ମଧ୍ୟ ପଢନ୍ତୁ :- ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ, ମେ 25ରେ ପଡ଼ିବ ଭୋଟ୍ - sixth phase lok sabha election

ତେବେ ମା’ ସୋନିଆ ଗାନ୍ଧୀ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ତାଙ୍କ ପାରମ୍ପରିକ ଆସନ ରାୟବରେଲୀର ଝିଅ ତଥା କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ଏଣ୍ଟ୍ରି କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ରାହୁଲ କେରଳ ଓ୍ବାଇନାଡରୁ ପ୍ରାର୍ଥୀ ହୋଇଛନ୍ତି । ଏହି ଆସନରେ ଭୋଟିଂ ମଧ୍ୟ ଶେଷ ହୋଇଛି । ହେଲେ ଆମେଠୀ ଆସନରୁ ମଧ୍ୟ ରାହୁଲଙ୍କ ଲଢିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡୁନି । ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏହି ଆସନରୁ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ବିରୋଧରେ ରାହୁଲଙ୍କୁ ପ୍ରାର୍ଥୀ ନକରି ଦଳ କାହିଁକି ରାୟବରେଲୀରୁ ପ୍ରାର୍ଥୀ କରିବାକୁ ବିଚାର କରୁଛି, ତାହା ମଧ୍ୟ ପ୍ରଶ୍ନଘେରରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.