ETV Bharat / politics

ଓଡ଼ିଶାରେ ଓମ ବିର୍ଲା, ଆଜି ଆସୁଛନ୍ତି ଶାହ ଓ ନଡ୍ଡା - lok sabha election 2024

author img

By ETV Bharat Odisha Team

Published : May 15, 2024, 8:48 AM IST

Updated : May 15, 2024, 9:07 AM IST

Several BJP Central leader in odisha: ଭୁବନେଶ୍ବରରେ ଲୋକସଭା ବାଚସ୍ପତି ଓମ ବିର୍ଲା । ଆଜି ଆସୁଛନ୍ତି ଜେ.ପି ନଡ୍ଡା ଓ ଅମିତ ଶାହ । ରହିଛି ଏକାଧିକ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ଭୁବନେଶ୍ବରରେ ଓମ ବିର୍ଲା, କହିଲେ ଏଥର ଓଡିଶା ପରିବର୍ତ୍ତନ ଚାହୁଁଛି
ଭୁବନେଶ୍ବରରେ ଓମ ବିର୍ଲା, କହିଲେ ଏଥର ଓଡିଶା ପରିବର୍ତ୍ତନ ଚାହୁଁଛି (PIC- ETV Bharat Odisha)

ଭୁବନେଶ୍ବରରେ ଓମ ବିର୍ଲା, କହିଲେ ଏଥର ଓଡିଶା ପରିବର୍ତ୍ତନ ଚାହୁଁଛି (PIC- ETV Bharat Odisha)

ଭୁବନେଶ୍ୱର: ଘନ ଘନ ନିର୍ବାଚନୀ ପ୍ରଚାର ମଧ୍ୟରେ ରାଜ୍ୟ ଗସ୍ତ କରିବାରେ ଲାଗିଛନ୍ତି ଭାରତୀୟ ଜନତା ପାର୍ଟିର ବହୁ କେନ୍ଦ୍ରୀୟ ହେଭିଓ୍ବେଟ । ଭୁବନେଶ୍ବରରେ ପହଞ୍ଚିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଗତକାଲି (ମଙ୍ଗଳବାର) ସଂଧ୍ୟାରେ ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ । ଓଡ଼ିଶାକୁ ପ୍ରଶଂସା କରିବା ସହ ରାଜ୍ୟରେ ଏଥର ପରିବର୍ତ୍ତନ ହେବ ବୋଲି କହିଥିଲେ ।

ଗତକାଲି ସଂଧ୍ୟାରେ ବିମାନ ବନ୍ଦରରେ ପହଞ୍ଚିବା ପରେ ବିର୍ଲା କହିଛନ୍ତି,‘‘ ଓଡ଼ିଶାରେ ଲୋକେ ଏଥର ପରିବର୍ତ୍ତନ ଚାହୁଁଛନ୍ତି । ଲାଗୁଛି ଏଥର କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ ହେବ । ଦେଶର ଜନତା ନିଷ୍ପତ୍ତି ନେଇଛନ୍ତି ତୃତୀୟ ଥର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବେ । ଓଡିଶା ସଂସ୍କୃତି, ଆଧ୍ୟାତ୍ମିକତା ଓ ଜଗନ୍ନାଥଙ୍କ ଭୂମି । ଓଡ଼ିଶାର ଲୋକେ ବେଶ ପରିଶ୍ରମୀ । ସମଗ୍ର ବିଶ୍ବରେ ଓଡ଼ିଶାର କଳାର ପରିଚୟ ରହିଛି ।’’ ଅନ୍ୟପଟେ ଆଜି ବିଜେପିର ଅନ୍ୟ ଦୁଇ ଟପ୍ କେନ୍ଦ୍ରୀୟ ନେତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପାର୍ଟି ମୁଖ୍ୟ ଜେ.ପି ନଡ୍ଡା ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି ।

ରାଜ୍ୟରେ ବିଜେଡି ବିରୋଧରେ କଡା ପ୍ରଚାର ଜାରି ରଖିଛି ଭାରତୀୟ ଜନତା ପାର୍ଟି । ଯାହା ପ୍ରାୟତଃ ପୂର୍ବ ନିର୍ବାଚନଗୁଡିକରେ ଦେଖିବାକୁ ମିଳିନଥିଲା । ଦଳର ଶୀର୍ଷ ଲୋକପ୍ରିୟ ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ତମାମ କେନ୍ଦ୍ରୀୟ ନେତା ରାଜ୍ୟକୁ ସିରିଜ ଗସ୍ତ କରି ନିର୍ବାଚନୀ ପ୍ରଚାର ଜାରି ରଖିଛନ୍ତି । ସେହି କ୍ରମରେ ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆଜି ସଂଧ୍ଯାରେ କଟକରେ ଅମିତ ଶାହ ବିଶାଳ ରୋଡ ଶୋ’ କରିବେ ।


ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶାହା ଆଜି (ବୁଧବାର) ମଧ୍ୟାହ୍ନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଥମେ ଆସିକା ସଂସଦୀୟ କ୍ଷେତ୍ରର ସୋରଡାରେ ଅନୁଷ୍ଠିତ ‘ବିଜୟ ସଂକଳ୍ପ ସମାବେଶ’ରେ ଯୋଗଦେବେ । ଏହାପରେ ସେ ସଂଧ୍ୟା ୫ଟାରେ କଟକରେ ବିଶାଳ ରୋଡ ଶୋ’ରେ ଯୋଗଦେବେ । ପରେ ରାତିରେ ଭୁବନେଶ୍ୱର ଫେରିଯାଇ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

ଏହା ମଧ୍ୟ ପଢନ୍ତୁ :- ETV Bharat EXCLUSIVE: 'ମୋଦି ଆଉଟ୍‌ ଗୋଇଙ୍ଗ୍‌ ପିଏମ୍‌, ୨୦୦୪ ଫଳାଫଳ ପୁନରାବୃତ୍ତି ହେବ' - Jairam Ramesh EXCLUSIVE Interview

ସେହିପରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଆଜି ସଂଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଅନୁଷ୍ଠିତ ଦଳୀୟ କର୍ମଶାଳାରେ ଯୋଗଦେବେ । ନଡ୍ଡା ଆସନ୍ତାକାଲି (୧୬ ତାରିଖ) ବରଗଡ ଜିଲ୍ଲା ପଦ୍ମପୁର ଏବଂ ସୁନ୍ଦରରଗଡରେ ଅନୁଷ୍ଠିତ ‘ବିଜୟ ସଂକଳ୍ପ’ ସମାବେଶରେ ଯୋଗଦେବେ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି । 20 ତାରିଖରେ ପୁଣି ପ୍ରଧାନମନ୍ତ୍ରୀ ରାଜ୍ୟ ଗସ୍ତରେ ଆସୁଛନ୍ତି । ସେ ପୁରୀରେ ବିଶାଳ ରୋଡ ଶୋ କରିବେ । କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ ଓ ନବୀନ ବିରୋଧୀ ଆକ୍ରାମକ ନିର୍ବାଚନୀ ପ୍ରଚାରରେ ବିଜେପି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 15, 2024, 9:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.