ETV Bharat / politics

ଗଡ଼ ଦଖଲ ପାଇଁ ବିଜେଡିର ଜୋରଦାର ପ୍ରସ୍ତୁତି, କଣ୍ଟାମାଳରେ ଜମୁଛି ପ୍ରଚାର - Lok Sabha Election 2024

author img

By ETV Bharat Odisha Team

Published : May 14, 2024, 9:24 PM IST

BJD Campaigning in Boudh: ବୌଦ୍ଧରେ ନିଜ ଆସନ ବଜାୟ ରଖିବା ପାଇଁ ବିଜେଡ଼ି କରୁଛୁ କସରତ । ଜୋରଦାର ପ୍ରଚାର ସହିତ ଲୋକଙ୍କ ନିକଟତର ହେବାକୁ ଚାଲିଛି ପ୍ରୟାସ । ଅଧିକ ପଜନ୍ତୁ

BJD Campaigning in Boudh
BJD Campaigning in Boudh (ETV Bharat Odisha)

BJD Campaigning in Boudh (ETV Bharat Odisha)

ବୌଦ୍ଧ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆଉ 5 ଦିନ ପରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ୩ଟି ପ୍ରମୁଖ ଦଳର ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ନିଜ ସପକ୍ଷରେ ଜନମତ କରିବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି । ଏହି କ୍ରମରେ ପୁନଃ ବୌଦ୍ଧ ଗଡ଼ ଦଖଲ ପାଇଁ ବିଜେଡିର ମାରାଥନ ପ୍ରଚାର । ଜନତାଙ୍କୁ ହାତେଇବା ପାଇଁ ଚାଲିଛି ପ୍ରୟାଶ । ତେବେ ବିଭିନ୍ନ ସ୍ଥାନରେ ସଭାସମିତି ସାଙ୍ଗକୁ ଚାଲିଛି ଶୋଭାଯାତ୍ରା ଏବଂ ପଥପ୍ରାନ୍ତ ସଭା । ଯେଉଁଠାରେ ଯୋଡ଼ି ଶଙ୍ଖରେ ମତଦାନ ପାଇଁ ପ୍ରାର୍ଥୀ ଭୋଟ ଭିକ୍ଷା କରିଛନ୍ତି ।

ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଗତ ୨୦୦୯ ମସିହାରେ ସ୍ବତନ୍ତ୍ର ନିର୍ବାଚନ ମଣ୍ଡଳୀର ମାନ୍ୟତା ପାଇଥିଲା । ତା’ ପରଠାରୁ ଏହା ବିଜେଡିର ଗଡ଼ ହୋଇ ରହିଛି । ଗତ ଦୁଇ ଥର ବିଜେଡି ପକ୍ଷରୁ ମହୀଧର ରଣା ସେଠାରେ ବିଧାୟକ ହୋଇଆସୁଛନ୍ତି । ତେବେ ଚଳିତ ବର୍ଷ ମଧ୍ୟ ଦଳ ତାଙ୍କୁ ସେଠାରୁ ଟିକେଟ ଦେଇ ତୃତୀୟ ଥର ପାଇଁ ପ୍ରାର୍ଥୀ କରିଛି । ତାଙ୍କ ବିପକ୍ଷରେ ବିଜେପି ବରିଷ୍ଠ ନେତା କହ୍ନେଇ ଚରଣ ଡାଙ୍ଗ ଓ କଂଗ୍ରେସର ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ପ୍ରାର୍ଥୀ କରିଛି । ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ ସେମାନଙ୍କ ପ୍ରଚାର ଅଭିଯାନକୁ ଜୋରଦାର କରିବା ସହିତ ବିଭିନ୍ନ ଶୋଭାଯାତ୍ରା, ପଥପ୍ରାନ୍ତ ସଭାରେ ଯୋଗଦେଇ ଜନତାଙ୍କ ଠାରୁ ଭୋଟ ଭିକ୍ଷା କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ବିଜେଡି-ବିଜେପି ବିଫଳତା ନେଇ ସୁବର୍ଣ୍ଣପୁରରେ କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର - Lok Sabha Election 2024

ସୋମବାର ଦିନ ତମାମ କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତାନନ୍ଦ ସାମନ୍ତ ଓ କଣ୍ଟାମାଳ ବିଧାୟକ ପ୍ରାର୍ଥୀ ମହୀଧର ରଣା ଘଣ୍ଟାପଡାଠାରୁ ବହିରା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ସହିତ ସାଧାରଣ ନାଗରୀକଙ୍କ ଭୋଟ ଭିକ୍ଷା କରିଥିଲେ । ବହିରାଠାରେ ଅନୁଷ୍ଠିତ ବିଜେଡି ଦଳର ସଭାରେ କେତେକ ସ୍ଥାନୀୟ ବିଜେପି କର୍ମୀଙ୍କୁ ବିଜେଡି ଦଳରେ ସାମିଲ କରାଯାଇଥିଲା । ଗୋଟିଏ ପଟରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ମୋଦି ଗ୍ୟାରେଣ୍ଟିର ଲହରୀ ଜାରି ରହିଥିବା ବେଳେ ଅନ୍ୟ ପଟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତି ତଥା ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ନେଇ ବିଜେଡିର ଶକ୍ତି ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ତେବେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଚଳିତ ନିର୍ବାଚନରେ ଶାସକ ବିଜେଡ଼ି ଦଳ ସହିତ ବିଜେପି ଦଳର କଡ଼ା ଟକ୍କର ହେବାର ସମ୍ଭାବନା ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.