ETV Bharat / politics

ରାଜଗାଙ୍ଗପୁରରେ ବିଜେଡିର ଜୋରଦାର ନିର୍ବାଚନ ପ୍ରଚାର - Rajgangpur assembly constituency

author img

By ETV Bharat Odisha Team

Published : May 15, 2024, 10:29 AM IST

lok sabha election 2024: 20ରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ । ସୁନ୍ଦରଗଡ ରାଜଗାଙ୍ଗପୁରରେ ପ୍ରଚାର କଲେ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀ ଓ ଅନିଲ ବରୁଆ । ଅଧିକ ପଢନ୍ତୁ

ରାଜଗାଙ୍ଗପୁରରେ ବିଜେଡିର ଜୋରଦାର ନିର୍ବାଚନ ପ୍ରଚାର
ରାଜଗାଙ୍ଗପୁରରେ ବିଜେଡିର ଜୋରଦାର ନିର୍ବାଚନ ପ୍ରଚାର (PIC-ETV Bharat Odisha)

ରାଜଗାଙ୍ଗପୁରରେ ବିଜେଡିର ଜୋରଦାର ନିର୍ବାଚନ ପ୍ରଚାର (PIC-ETV Bharat Odisha)

ରାଉରକେଲା: ରାଜ୍ୟରେ 13 ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ 20 ତାରିଖରେ ଦ୍ବିତୀୟ ପର୍ଯ୍ୟାୟରେ 5 ଲୋକସଭା ଆସନ ଓ ଏହା ଅନ୍ତର୍ଗତ 35 ବିଧାନସଭା ଆସନରେ ମତଦାନ ହେବାକୁ ଯାଉଛି । ଏଥିପାଇଁ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରେ ବର୍ତ୍ତମାନ ବିଜେଡି ଦଳ ଚଳାଇଛି ଜୋରଦାର ନିର୍ବାଚନ ପ୍ରଚାର । ଗତକାଲି (ମଙ୍ଗଳବାର) ଖତକୁରବାହାଲରେ ଦଳର ସ୍ଥାନୀୟ ବିଧାୟକ ପ୍ରାର୍ଥୀ ବଶାଳ ଜନସଭାରେ ଭୋଟ ମାଗିଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀକୁ ନେଇ ବର୍ତ୍ତମାନ ରାଜନୀତି ତେଜିବାରେ ଲାଗିଛି । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଚଳିତଥର ରାଜଗାଙ୍ଗପୁର ବିଧାନସଭା କ୍ଷେତ୍ରରେ ବିଜୟୀ ହେବା ଆଶାରେ ବିଜେଡି । ଦଳ ଏଥର ନିଶ୍ଚିତ ପୁନଃ ନିଜ ଗଡ଼ ଫେରି ପାଇବା ସହ ବିପୁଳ ମାତ୍ରାରେ ବିଜୟୀ ହେବ ବୋଲି ବିଜେଡି ପ୍ରାର୍ଥୀ ଅନିଲ ବରୁଆ ଓ ତାଙ୍କ ସମର୍ଥକ ତଥା ଦଳୀୟ କର୍ମୀ ବେଶ ଆଶାବାଦୀ । ତାଙ୍କ ସାଙ୍ଗରେ ମଙ୍ଗ ଧରିଛନ୍ତି ହକି ତାରକା ତଥା ଦଳର ସାଂସଦ ପ୍ରାର୍ଥୀ ଦିଲ୍ଲୀପ ତିର୍କୀ । ପଦଯାତ୍ରା କରି ଡୋର-ଟୁ-ଡୋର କ୍ୟାମ୍ପେନିଂ କରି ଭୋଟ ଭିକ୍ଷା କରିଛନ୍ତି । (ଗତକାଲି) ଆଜି ରାଜଗାଙ୍ଗପୁରର ଖତକୁରବାହାଲରେ ‘ବିଜୁ ଜନତା ଦଳ’ର ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ସାଂସଦ ପ୍ରାର୍ଥୀ ଦିଲ୍ଲୀପ ତିର୍କୀ ଓ ବିଧାୟକ ପ୍ରାର୍ଥୀ ଅନୀଲ ବରୁଆଙ୍କ ସହ ବରିଷ୍ଠ ନେତା ମଙ୍ଗଳା କିଷାନ ଉପସ୍ଥିତ ମଧ୍ୟ ରହିଥିଲେ ।

ଉଭୟ ଦିଲ୍ଲୀପ ଓ ଅନୀଲ ବିଜେଡି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ । ଜନସାଧାରଣଙ୍କୁ ‘ଯୋଡି ଶଙ୍ଖ’ରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ଦୁଇ ପ୍ରାର୍ଥୀ । 5T ଅଧୀନରେ ହେଉଥିବା ଉନ୍ନତିମୂଳକ କାର୍ଯ୍ୟ ସହ ସମସ୍ତ ଶିକ୍ଷା ସ୍ୱାସ୍ଥ୍ୟ ଏବଂ ଗମନାଗମନ ଉପରେ ଜନସାଧାରଣ ମାନଙ୍କୁ ଅବଗତ କରାଇଥିଲେ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ଏହି ସରକାର ସୁନ୍ଦରଗଡ଼ ଜିଲ୍ଲାକୁ ହକି ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସହଯୋଗ କରିଛନ୍ତି ବୋଲି ଉଭୟ ପ୍ରାର୍ଥୀ କହିବା ସହ ନିଜ ସପକ୍ଷରେ ଭୋଟ ଦେବାକୁ ଉପସ୍ଥିତ ଲୋକଙ୍କୁ ନିବେଦନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ETV Bharat EXCLUSIVE: 'ମୋଦି ଆଉଟ୍‌ ଗୋଇଙ୍ଗ୍‌ ପିଏମ୍‌, ୨୦୦୪ ଫଳାଫଳ ପୁନରାବୃତ୍ତି ହେବ' - Jairam Ramesh EXCLUSIVE Interview

ତେବେ 13 ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନ ଓ ଏହା ଅନ୍ତର୍ଗତ 28 ବିଧାନସଭା ଆସନରେ ମତଦାନ ଶେଷ ହୋଇଛି । 20 ତାରିଖରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ 5 ଲୋକସଭା ଆସନ ସହ 35 ବିଧାନସଭା ଆସନରେ ଭୋଟିଂ ହେବ । ଏବେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର ଜାରି ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏଥର ବିଜେପି ଓ ବିଜେଡି ମଧ୍ୟରେ ସିଧା ମୁକାବିଲା ହେଉଛି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.