ETV Bharat / opinion

ପରସ୍ପରକୁ ମାତ୍ ଦେବାକୁ ଆମେରିକା-ଚୀନ୍ ପ୍ରତିଯୋଗିତା, ଭାରତର ଆଭିମୁଖ୍ୟ କ'ଣ? - US China Relations

author img

By Vivek Mishra

Published : May 4, 2024, 9:47 AM IST

Updated : May 16, 2024, 3:59 PM IST

US China Relations: ଅନେକ ଦେଶରେ ସୀମା ସଂଘର୍ଷ ଯୋଗୁଁ ବିଭାଜନ ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଆମେରିକା-ଚୀନ ସମ୍ପର୍କ ଓ ଭାରତର ସ୍ଥିତି ବିଷୟରେ ପଢନ୍ତୁ ବିବେକ ମିଶ୍ରାଙ୍କ ଆଲେଖ୍ୟ ।

US China Relations
US China Relations (ANI)

ହାଇଦ୍ରାବାଦ: ପାଶ୍ଚାତ୍ୟ ଦେଶ, ଋଷ ଓ ମଧ୍ୟ ପୂର୍ବ ଅଞ୍ଚଳର ପ୍ରମୁଖ ଇଲାକାରେ ଲାଗି ରହିଥିବା ସଂଘର୍ଷ ଯୋଗୁଁ ରାଜନୈତିକ ବିଭାଜନ ସୃଷ୍ଟି ହୋଇଛି । ଚୀନ ମଧ୍ୟ ନିଜର ଆଧିପତ୍ୟ ବିସ୍ତାର କରିବାକୁ ସୁଯୋଗ ପାଇଛି । ଏହାଦ୍ବାରା ଦୁଇଟି ପୃଥକ ପୃଥକ ସ୍ଥିତି ଉପୁଜିଛି । ଋଷ, ଚୀନ, ଇରାନ, ଉତ୍ତର କୋରିଆ, ସିରିଆ ଓ ଗ୍ଲୋବାଲ ସାଉଥର କିଛି ଦେଶ ସାମିଲ ରହିଛି । ଏହି ଦେଶଗୁଡିକ ମଧ୍ୟରୁ ଚୀନ ଅନେକ କ୍ଷେତ୍ରରେ ଉନ୍ନତ ଅଟେ । ଇତିହାସକୁ ଦେଖିଲେ ଗ୍ଲୋବାଲ ସାଉଥରୁ ଉତ୍ପନ ଚୀନର ସାମ୍ରାଜ୍ୟ ଜାପାନର ନିର୍ଯାତନାର ସମ୍ମୁଖୀନ ହୋଇଥିଲା । ୧୯୭୦ ଦଶକରେ ଅର୍ଥନୀତିରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନର ଇତିହାସ ରଚିଥିଲା ଚୀନ ।

ମୁଖ୍ୟତଃ ତାଇୱାନ ସହ ଜଡିତ ମାଳଦ୍ବୀପ ତଥା ଅନ୍ୟାନ୍ୟ ସାମୁଦ୍ରିକ ବିବାଦର ସମାଧାନ ପାଇଁ ଚୀନର ଆଭିମୁଖ୍ୟରେ ଆସିଛି ପରିବର୍ତ୍ତନ । ଦକ୍ଷିଣ ଚୀନ୍ ସାଗରରେ ଫିଲିପାଇନ୍ସକୁ ଚୀନ ଟାର୍ଗେଟ୍ କରିଛି । ତାଇୱାନ ବିଷୟରେ, ଆମେରିକାର ଗୁପ୍ତଚର ଅଧିକାରୀଙ୍କ କହିବା କଥା ଯେ, ଚୀନ 2027 ସୁଦ୍ଧା ଏହି ମାଳଦ୍ବୀପକୁ କାବୁ କରିବାକୁ ଲକ୍ଷ୍ୟ ରଖିଥାଇପାରେ । ଆଉ ସି ଜିନପିଙ୍ଗଙ୍କ ଦାବି ଏହି ଆକଳନକୁ ସତ ପ୍ରମାଣିତ କରିଛି ।

ଟେକ୍ନୋଲୋଜି ଚାଳିତ ନେତୃତ୍ବ ପ୍ରସଙ୍ଗକୁ ନେଇ ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଆମେରିକାର ଜୋ ବାଇଡେନ ପ୍ରଶାସନ ଚୀନ ନିକଟକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଜନିତ ଯନ୍ତ୍ରପାତି ବା ଅସ୍ତ୍ରଶସ୍ତ୍ର ରପ୍ତାନୀ ପାଇଁ ପଛଘୁଞ୍ଚା ଦେଉଛି । ଏହାପଛରେ ଅନେକ କାରଣ ରହିଛି । ଚୀନକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟା ରପ୍ତାନିକୁ ସୀମିତ ରଖିବା ପାଇଁ ଆମେରିକା ଅନେକ ପଦକ୍ଷେପ କାର୍ଯ୍ୟକାରୀ କରିଛି । ପ୍ରଥମତଃ ଆମେରିକା କିଛି ଅଞ୍ଚଳରେ ଚୀନ୍‌ର ଆଚରଣକୁ ବିରୋଧ କରୁଛି । ଆଉ ଦ୍ବିତୀୟ କାରଣ ହେଉଛି ଏସବୁ ନୂତନ ଟେକ୍ନୋଲୋଜିର ପ୍ରୟୋଗ କରାଗଲେ ଆମେରିକା ପ୍ରତି ବିପଦ ରହିଛି ।

2022 ମସିହାରେ, ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କ ଚିପ୍ସ ଆଣ୍ଡ ସାଇନ୍ସ ଆକ୍ଟ (CHIPS and Sciences Act) ଅନୁଯାୟୀ, ଚୀନକୁ ରପ୍ତାନି ଉପରେ ପ୍ରତିବନ୍ଧକ ରହିଛି । ବୈଷୟିକ ପ୍ରତିଯୋଗିତାରେ ନିଜକୁ ଚୀନଠାରୁ ଆଗରେ ରଖିବାକୁ ଲକ୍ଷ୍ୟ ରଖିଛି ଆମେରିକା । କହିବାକୁ ଗଲେ ଏହାଦ୍ବାରା ଫଳାଫଳ ମଧ୍ୟ ମିଳିଛି । ଏହି ପ୍ରତିବନ୍ଧକଗୁଡିକ ଚୀନର ପ୍ରବେଶକୁ ସୀମିତ କରିଛି । ତଥାପି, ଏହିପରି ଟେକ୍ନୋଲୋଜିରେ ଆତ୍ମନିର୍ଭରଶୀଳ ହେବା ପାଇଁ ଚୀନ ଜାତୀୟତାବାଦୀ ଭାବନା ଦ୍ବାରା ପ୍ରେରିତ ହୋଇଥାଇପାରେ ।

ଋଷ, ଇରାନ ଏବଂ ଉତ୍ତର କୋରିଆକୁ ଚୀନ ପ୍ରଯୁକ୍ତିବିଦ୍ୟା ସହାୟତା ଯୋଗାଇଥାଏ । ଏହା ବ୍ୟତୀତ ଇରାନ ଏବଂ ଋଷ ପରି ଶକ୍ତି ରପ୍ତାନି କରୁଥିବା ଦେଶଗୁଡିକ ପାଇଁ ଏହା ମଧ୍ୟ ରାଜସ୍ବର ମୂଳ ଉତ୍ସ ଅଟେ । ପ୍ରତିରକ୍ଷା ରପ୍ତାନି ହେତୁ ଇରାନର ପ୍ରତିରକ୍ଷା କ୍ଷେତ୍ର ଯଥେଷ୍ଟ ବୃଦ୍ଧି ପାଇଛି । ବିଶେଷକରି ଋଷ-ୟୁକ୍ରେନ ଯୁଦ୍ଧରେ ଇରାନର ଡ୍ରୋନ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଚୀନ ସହାୟତାରେ ଉଭୟ ଇରାନ ଏବଂ ଋଷ ପାଶ୍ଚାତ୍ୟ ପ୍ରତିବନ୍ଧକରୁ ରକ୍ଷା ପାଇଛନ୍ତି । ଉଭୟ ଦେଶ ଏକ ଅଂଶୀଦାର ଭାବେ ବିଶ୍ବସ୍ତରୀୟ ବ୍ୟବସ୍ଥାରେ ମତଭେଦ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଚଳିତ ବର୍ଷ ଏପ୍ରିଲରେ ଆଣ୍ଟୋନି ବ୍ଲିଙ୍କେନଙ୍କ ତିନି ଦିନିଆ ଗସ୍ତ ସମୟରେ ୱାଶିଂଟନ ଚୀନକୁ ଚେତାବନୀ ଦେଇଛି । ଏହା ସହିତ ଆମେରିକା ମଧ୍ୟ ଚୀନକୁ ରେଡ୍ ଲାଇନ ଅତିକ୍ରମ ନକରିବାକୁ ଚେତାବନୀ ଦେଇଛି । ନଚେତ୍ ସମ୍ପର୍କରେ ତିକ୍ତତା ସହ ସ୍ଥିତି ସାଂଘାତିକ ହୋଇପାରେ ।

ଏହା ବି ପଢନ୍ତୁ...କାହିଁକି ଚୀନ ତିଆରି କଲା ନୂଆ ୟୁନିଟ ? କଣ ଏହି ISF - CHINA DEFENCE

ଗତ ଦଶନ୍ଧି ଧରି ବିଶ୍ବ ବ୍ୟବସ୍ଥାରେ ଭାରତର ଗୁରୁତ୍ବ ଦ୍ରୁତଗତିରେ ବୃଦ୍ଧି ପାଇଛି । ଆମେରିକାର ଦୁଇ ପ୍ରମୁଖ ଅର୍ଥନୀତି ଆମେରିକା ଏବଂ ଚୀନ୍ ସହିତ ଏହାର ବଢୁଥିବା ସମ୍ପର୍କ ସ୍ପଷ୍ଟ ହୋଇଛି । ଭାରତର ଆର୍ଥିକ ସ୍ଥିତି ଦୃଢ ହେବା ସହିତ ଏହା ବିଶ୍ବ ଗତିଶୀଳତାରେ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଆଣିଛି । ଭାରତ ବର୍ତ୍ତମାନ ବିଶ୍ବର ଚତୁର୍ଥ ବୃହତ୍ତମ ଅର୍ଥନୀତି ଭାବରେ ସ୍ଥାନିତ ହୋଇଛି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳଗୁଡିକରେ ଭାରତ ନିଜର ସ୍ଥିତିକୁ ମଜବୁତ କରିବାକୁ ଚେଷ୍ଟା କରୁଛି ।

Last Updated : May 16, 2024, 3:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.