ETV Bharat / opinion

କାହିଁକି ଚୀନ ତିଆରି କଲା ନୂଆ ୟୁନିଟ ? କଣ ଏହି ISF - CHINA DEFENCE

author img

By Major General Harsha Kakar

Published : May 1, 2024, 10:01 AM IST

Updated : May 16, 2024, 4:07 PM IST

Chinese restructuring: ସାମରିକ ଶକ୍ତିକୁ ବଢାଇବା ପାଇଁ ଚୀନ ସେନାରେ ବଡ ପରିବର୍ତ୍ତନ କରିଛି । ତେବେ ପଢନ୍ତୁ ଏନେଇ ଅବସରପ୍ରାପ୍ତ ମେଜର ଜେନେରାଲ ହରସା କକ୍କରଙ୍କ ଆଲେଖ୍ୟ

Chinese restructuring
Chinese restructuring (ETV Bharat Odisha)

ହାଇଦ୍ରାବାଦ: ପ୍ରାୟ ଏକ ଦଶନ୍ଧି ପରେ ଚୀନ ନିଜର ସେନାରେ ବଡ଼ ପରିବର୍ତ୍ତନ କରିଛି ଏବଂ ଆଧୁନିକ ଯୁଦ୍ଧର ଆହ୍ବାନର ମୁକାବିଲା ପାଇଁ ଏକ ନୂତନ ୟୁନିଟ୍ ଗଠନ କରିବାକୁ ଘୋଷଣା କରିଛି । ଏହାକୁ ସୂଚନା ସହାୟତା ବଳ(ISF) ନାମରେ ନାମିତ କରାଯାଇଛି । ଗତ ଏପ୍ରିଲ 19 ତାରିଖରେ ଚୀନ ଷ୍ଟାଟରଜିକ ସପୋର୍ଟ ଫୋର୍ସ(SSF)ର ଟର୍ମିନେସନ ନେଇ ଘୋଷଣା କରିଥିଲେ । ଏହାକୁ 2015 ମସିହାରେ ସି ଜିନପିଙ୍ଗ PLA (ପିପୁଲ୍ସ ଲିବରେସନ୍ ଆର୍ମି)ର ସଂସ୍କରଣର ଏକ ଅଂଶ ଭାବରେ ତିଆରି କରିଥିଲେ । SSF ଅନ୍ୟ ସଂସ୍ଥାଗୁଡ଼ିକରୁ ମିଳିତ ଭାବେ ଅନ୍ତର୍ଭୁକ୍ତ କରିଥିଲା । ସ୍ସେସ, ସାଇବର ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଯୁଦ୍ଧରେ କ୍ଷମତା ବୃଦ୍ଧି କରିବା ଏହାର ମୌଳିକ ଉଦ୍ଦେଶ୍ୟ ରହିଥିଲା । ତେବେ ଏସଏସଏଫକୁ 3ଟି ସ୍ବାଧୀନ ଶାଖାରେ ବିଭକ୍ତ କରାଯାଇଛି । ସୂଚନା ସହାୟତା ବଳ(ISF), ସାଇବର ସ୍ପେସ୍ ଫୋର୍ସ ଏବଂ ଏରୋସ୍ପେସ୍ ଫୋର୍ସ ।

ତେବେ ନୂତନ ୟୁନିଟ୍ ଘୋଷଣା କରି ଜିଙ୍ଗପିଙ୍ଗ କହିଛନ୍ତି, ନୂତନ ସ୍ୱତନ୍ତ୍ର ୟୁନିଟ୍ ଏକ ରଣନୈତିକ ଶକ୍ତି ହେବ । ଯାହାର କାର୍ଯ୍ୟ ନେଟୱର୍କ ସୂଚନା ବ୍ୟବସ୍ଥାକୁ ମଜଭୁତ କରିବ । ଏହି ଶକ୍ତି ଦଳ ପ୍ରତି ସମ୍ପୂର୍ଣ୍ଣ ବିଶ୍ୱସ୍ତ ରହିବା ଆବଶ୍ୟକ ଏବଂ ଯୁଦ୍ଧ ପାଇଁ ସୂଚନା ସମ୍ପତ୍ତି ଯୋଗାଇବା ଭଳି ମୁଖ୍ୟ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ପଡ଼ିବ ।

ଜିନପିଙ୍ଗ ମଧ୍ୟ ଚୀନ୍‌ର କେନ୍ଦ୍ରୀୟ ସାମରିକ ଆୟୋଗର ଚେୟାରମ୍ୟାନ୍ ଅଟନ୍ତି । ଏହି ଭର୍ଟିକାଲ କେନ୍ଦ୍ରୀୟ ମିଲିଟାରୀ କମିଶନ(CMC) ପାଇଁ କାର୍ଯ୍ୟ କରୁଥିଲା । ସି ଜିନପିଙ୍ଗଙ୍କ ନେତୃତ୍ୱରେ ସିଏମସି ତାଙ୍କ ଉପରେ ନଜର ରଖିବ ବୋଲି ବାର୍ତ୍ତା ପଠାଯିବ । ଦିନର ଅନ୍ତରେ ପିଏଲଏରେ ଚାରୋଟି ହତିହାର, ସେନା, ସୈନ୍ୟ, ବାୟୁସେନା ଏବଂ ରକେଟ୍ ଫୋର୍ସ ସହିତ 4ସ୍ବତନ୍ତ୍ର କାର୍ଯ୍ୟକ୍ଷେତ୍ର ମଧ୍ୟରୁ ବର୍ତ୍ତମାନ 3ଟି ତିଆରି ହୋଇଛି । ଏହାର ଅର୍ଥ ହେଉଛି ସାଇବର, ଇନଫରମେସନ ଏବଂ ସ୍ପେସ୍ ହେଉଛି ଏକ କ୍ଷେତ୍ର ଯାହାକି ଚାଇନାର ହାଇରେଚି ପାଇଁ ବିଶେଷ ଆଗ୍ରହ ବୋଲି ବିବେଚନା କରାଯାଇଥାଏ । ଏହି ଘୋଷଣା ଏପ୍ରିଲରେ କରାଯାଇଥିଲା । ପୁନର୍ଗଠନ ପୂର୍ବରୁ ଏହି ବିଷୟ ଉପରେ ତୀବ୍ର ଆଲୋଚନା ହୋଇଥିଲା । ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଏକ ବୈଠକରେ ସାଇବର ସ୍ପେସ୍ ଫୋର୍ସର ଭୂମିକାକୁ ବ୍ୟାଖ୍ୟା କରି କହିଛନ୍ତି, ଜାତୀୟ ସାଇବର ସୀମା ପ୍ରତିରକ୍ଷାକୁ ଦୃଢ କରିବା, ନେଟୱାର୍କର ଅନୁପ୍ରବେଶକୁ ତୁରନ୍ତ ଚିହ୍ନଟ କରିବା, ପ୍ରତିରୋଧ କରିବା ଏବଂ ଜାତୀୟ ସାଇବର ସାର୍ବଭୌମତ୍ବ ତଥା ସୂଚନା ସୁରକ୍ଷା ବଜାୟୀ ରଖିବା । ଏହା ଆପତ୍ତିଜନକ ସାଇବର ଅପରେସନ୍ ପାଇଁ ମଧ୍ୟ ଦାୟୀ ରହିବ । ଯାହା ଦର୍ଶାଉଛି ଯେ ସାଇବର ଆକ୍ରମଣର ସମ୍ମୁଖୀନ ହେବାକୁ ସିଏମସି ସ୍ଥିର କରିବ ।

ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ବୁ କିଆନଙ୍କ ମତରେ ଏରୋସ୍ପେସ୍ ଫୋର୍ସ ଚୀନ୍‌କୁ ଅନ୍ତରୀକ୍ଷରେ ମଜଭୁତ କରିବାରେ ସାହାଯ୍ୟ କରିବ । ଏଠାରେ ସାଇବର ସ୍ପେସ ଫୋର୍ସ ଚାଇନାକୁ ସାଇବର ଆକ୍ରମଣରୁ ରକ୍ଷା କରିବା ସହିତ ସୂଚନା ପ୍ରଯୁକ୍ତି ବିଦ୍ୟାରେ କାର୍ଯ୍ୟ କରିବ । ଡାଟା ସୁରକ୍ଷା ଦାୟିତ୍ବ ମଧ୍ୟ ଏହା ଉପରେ ରହିବ । ସୂଚନା ସପୋର୍ଟ ଫୋର୍ସ (ଆଇଏସ୍ଏଫ୍) ଚୀନ୍ ସେନାର ମିଳିତ ଅପରେସନ୍ ସିଷ୍ଟମ୍ ପାଇଁ ଏକ ମଜଭୁତ ଇନଫରମେସନ ଏନଭାଇରୋମେଣ୍ଟ ତିଆରି କରିବ । ସୂଚନା କ୍ଷେତ୍ର ଉପରେ ପ୍ରାଧାନ୍ୟ ଦେବା ବ୍ୟତୀତ ISF ପିଏଲଏ ପାଇଁ ଯୋଗାଯୋଗ ଏବଂ ନେଟୱାର୍କ ପ୍ରତିରକ୍ଷା ଦାୟିତ୍ବ ଗ୍ରହଣ କରିବ । ଯଦି ଭବିଷ୍ୟତରେ କୌଣସି ଯୁଦ୍ଧ ହୁଏ ତେବେ ଶତ୍ରୁମାନେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଆଇଏସଅଫ ସୂଚନା ସ୍ଥାନ ଉପରେ ପ୍ରାଧାନ୍ୟ ଦେବ । ଭାରତ ଏଲଏସି ଉପରେ ଗ୍ରୀନ ଜୋନ ଅପରେସନର ଅଂଶ ଭାବେ ଚୀନ୍ ସୂଚନା ଯୁଦ୍ଧର ସମ୍ମୁଖୀନ ହେଉଛି । ଏହି କାର୍ଯ୍ୟଗୁଡ଼ିକ ଚୀନ୍‌ର ତିନୋଟି ଯୁଦ୍ଧ ଧାରଣାର ଏକ ଅଂଶ, ଯାହା ଜନମତ, ମାନସିକ ଏବଂ ଆଇନଗତ ଯୁଦ୍ଧକୁ ଅନ୍ତର୍ଭୁକ୍ତ କରିଥାଏ । ଏହି ଯୁଦ୍ଧ ବର୍ତ୍ତମାନ ଆଇଏସ୍ଏଫ୍ ଦ୍ୱାରା ପରିଚାଳିତ ହେବ ।

ଚାଇନାର ନୂତନ ସ୍ପେସ ପାଇଁ ଏକାଧିକ କାରଣ ଦିଆଯାଉଛି । ପ୍ରଥମତଃ ବର୍ତ୍ତମାନର SSF ଏକ ସଫଳ ନୁହେଁ । ସ୍ପେସ୍, ସାଇବର ଏବଂ ନେଟୱାର୍କ ପ୍ରତିରକ୍ଷା ବାହିନୀ ମଧ୍ୟରେ ଏବଂ PLA ର ଅନ୍ୟ ଆର୍ମ୍ସ ମଧ୍ୟରେ ସମନ୍ବୟ ରକ୍ଷା କରିପାରିଲା ନାହିଁ । ଦ୍ବିତୀୟ ହେଉଛି ବେଲୁନ । ଗତ ବର୍ଷ ଯେତେବେଳେ ଚୀନ୍‌ର ଏକ ସର୍ଭିଲାନ୍ସ ବେଲୁନ୍‌ ଆମେରିକା ଉପରେ ଗୁଳି ଚଳାଇଥିଲା, ଏହା ବେଜିଂକୁ ଲଜ୍ଜାଜନକ କରିଥିଲା । ଏହା ଆମେରିକା ଏବଂ ଚୀନ୍ ମଧ୍ୟରେ ବିଭେଦକୁ ବଢାଇଥିଲା । ତୃତୀୟଟି ହେଉଛି PLAର ବିଭିନ୍ନ ଶାଖା, ମୁଖ୍ୟତଃ ରକେଟ୍ ଫୋର୍ସ ମଧ୍ୟରେ ଦୁର୍ନୀତି ଉପରେ କଟକଣା । ଚତୁର୍ଥ ସମ୍ଭାବ୍ୟ କାରଣ ହେଉଛି ଥିଏଟର କମାଣ୍ଡ ଏବଂ ସପୋର୍ଟ ସଂସ୍ଥାଗୁଡ଼ିକ ମଧ୍ୟରେ ନିରନ୍ତର ସହଯୋଗକୁ ସକ୍ଷମ କରିବା । ମିଳିତ ଲଜିଷ୍ଟିକ୍ ସପୋର୍ଟ ଫୋର୍ସର ସଫଳତା ହେଉଛି ଏକ ମାମଲା, ଯେଉଁଠାରେ CMC ଅଧୀନରେ ଏହାର ପ୍ରତ୍ୟକ୍ଷ କାର୍ଯ୍ୟ ସମସ୍ତ ପ୍ରେକ୍ଷାଳୟରେ ସହଯୋଗ ବୃଦ୍ଧି କରିଛି । ପଞ୍ଚମଟି ହେଲା ଋଷ-ୟୁକ୍ରେନ ଏବଂ ଇସ୍ରାଇଲ-ଗାଜା-ଇରାନ ମଧ୍ୟରେ ଯୁଦ୍ଧ । ସୂଚନା ପରିଚାଳନା ଏବଂ ସୂଚନା ସ୍ଥାନ ଉପରେ ନିୟନ୍ତ୍ରଣ କାର୍ଯ୍ୟରେ ମଧ୍ୟ ଜରୁରୀ ଅଟେ ।

ଯଦି ଭାରତ କଥା ଦେଖିବା ତାହେଲେ ଭାରତର ମଧ୍ୟ ନିଜର ସ୍ସେସ ଏବଂ ସାଇବର କମାମ୍ଡ ରହିଛି । ଷ୍ଟାଫ୍ କମିଟିର ମୁଖ୍ୟଙ୍କ 2012 ସୁପାରିଶ ଉପରେ ଏହା ଆଧାରିତ ହୋଇଥିଲା । ଏହି କମାଣ୍ଡ ଇସ୍ରୋ ଏବଂ ଡିଆରଡିଓ ସହିତ ଏଜେନ୍ସି ସହିତ ମିଶି କାର୍ଯ୍ୟର ସମନ୍ବୟ କରିବ । ଦକ୍ଷିଣ ଏବଂ ପୂର୍ବ ଚୀନ୍ ସାଗରରେ ଥିବା ଦ୍ୱୀପପୁଞ୍ଜ ଉପରେ ଚୀନ୍ ଏବଂ ଏହାର ପଡ଼ୋଶୀ ଦେଶ ମଧ୍ୟରେ ତିକ୍ତତା ଲାଗିଥିବା ବେଲେ ଚୀନ ସେନାରେ ପରିବର୍ତ୍ତନ କରିଛି । ଭାରତ ସହିତ LACରେ ମଧ୍ୟ ସେନାକୁ ବୃଦ୍ଧି କରାଯାଇଛି । ଚୀନର ଆକ୍ରମଣାତ୍ମକ ଯୁଦ୍ଧାଭ୍ୟାସ ଏବଂ ଋଷକୁ ସମର୍ଥନ ଯୋଗୁଁ ଆମେରିକା ଏବଂ ଚୀନ ମଧ୍ୟରେ ସୁସମ୍ପର୍କ ନାହିଁ । ତେବେ ବର୍ତ୍ତମାନ ଆମେରିକା, ବ୍ରିଟେନ ଏବଂ ନ୍ୟୁଜିଲ୍ୟାଣ୍ଡ ଦ୍ୱାରା ଯୋଜନାବଦ୍ଧ ସାଇବର ଆଟାକ କରାଯାଉଥିବା ଅଭିଯୋଗ ଆଣିଛି ଚୀନ । ISRO ଏବଂ DRDO ସମେତ ଭାରତୀୟ ରଣନୀତିକ ସ୍ଥାନଗୁଡିକ ଦୈନିକ ସାଇବର ଆଟାକର ସମ୍ମୁଖୀନ ହେଉଛନ୍ତି ।

ଚୀନର ସୁଧାର ମଧ୍ୟ 2035 ସୁଦ୍ଧା PLA କୁ ଆଧୁନିକୀକରଣ କରିବା ପାଇଁ ଯୋଜନାର ଏକ ଅଂଶ ବୋଲି ଜଣାପଡିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହା ପିଏଲଏର ଅନ୍ତୀମ ପୁର୍ନଗଠନ କି ନା ଆଉ ଥରେ ଗଠିତ ହେବ । ଭାରତୀୟ ବାୟୁ ମୁଖ୍ୟ, ଏୟାର ଚିଫ୍ ମାର୍ଶଲ ଭି ଆର ଚୌଧୁରୀ, ନିକଟରେ ହୋଇଥିବା ଏକ ସମ୍ମିଳନୀରେ କହିଥିଲେ, ସ୍ଥଳ, ସମୁଦ୍ର, ବାୟୁ, ସାଇବର ଏବଂ ସ୍ପେସ୍ ଡୋମେନର ପାରମ୍ପାରିକ ସୀମା ଦିନକୁ ଦିନ ଅସ୍ପଷ୍ଟ ହୋଇ ଯୁଦ୍ଧରେ ଏକ ଆଦର୍ଶ ପରିବର୍ତ୍ତନ ଆଣୁଛି ।

Last Updated : May 16, 2024, 4:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.