ETV Bharat / health

ଖରାଦିନେ ସୁପର ଫୁଡ୍ ଛତୁଆ, ଶରୀରକୁ ମିଳିବ ଅନେକ ଫାଇଦା - Benefits of Sattu

author img

By ETV Bharat Odisha Team

Published : May 14, 2024, 10:41 AM IST

Benefits of Sattu: ଗ୍ରୀଷ୍ମ ଋତୁରେ ଛତୁଆକୁ ସୁପର ଫୁଡ ବୋଲି କୁହାଯାଏ । ଏହାକୁ ପାଣିରେ ଗୋଳାଇ ଖିଆଯାଏ ଏବଂ ରୁଟି କରି ମଧ୍ୟ କରାଯାଇଥାଏ । ଏହା ଦ୍ବାରା ଶରୀରକୁ ମିଳେ ଏହି ଫାଇଦା

Benefits of Sattu
Benefits of Sattu (ETV Bharat Odisha)

ହାଇଦ୍ରାବାଦ: ଛତୁଆ ଏଭଳି ଏକ ଖାଦ୍ୟ ଯାହାକୁ ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଖାଇଥାନ୍ତି । ଏହା ଗ୍ରୀଷ୍ମ ଋତୁରେ ଶରୀରର ଉତ୍ତାପକୁ ହ୍ରାସ କରିଥାଏ । କେବେଳ ଏତିକି ନୁହେଁ ବରଂ ଏହା ଶରୀରକୁ ପୃଷ୍ଟିକର କରିବା ସହିତ ଶରୀରରେ ଶକ୍ତି ମଧ୍ୟ ବଜାୟୀ ରଖିଥାଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଛତୁଆରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଥାଏ । ଯାହା ଅନେକ ପ୍ରକାର ଶାରୀରିକ ସମସ୍ୟାରୁ ମୁକ୍ତି ଦେଇଥାଏ । ନିୟନ୍ତ୍ରିତ ପରିମାଣରେ ଛତୁଆକୁ ନିୟମିତ ଖାଇବା ଦ୍ୱାରା ମାନସିକ ଚାପରୁ ମଧ୍ୟ ମୁକ୍ତି ମିଳିଥାଏ ବୋଲି ସ୍ବାସ୍ଥ୍ଯ ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି । ତେଣୁ ଆୟୁର୍ବେଦ ଏବଂ ନାଥୁରୋପାଥିରେ ଛତୁଆ ଖାଇବା ଲାଭଦାୟକ ବୋଲି ବିବେଚନା କରାଯାଇଥାଏ ।

ଛତୁଆର ସ୍ବାସ୍ଥ୍ୟ ଉପକାରିତା: ଛତୁଆ ଏକ ପ୍ରକାର ଭାରତୀୟ ଖାଦ୍ୟ ଯାହା ସାଧାରଣତଃ ଚଣା, ଗହମ ଏବଂ ବାର୍ଲିରୁ ତିଆରି ହୋଇଥାଏ । ଏନେଇ ମଧ୍ୟପ୍ରଦେଶର ଇନ୍ଦୋରର ନାଥୁରୋପାଥିକ୍ ଡାକ୍ତର ତଥା ଡାଏଟିସିଆନ୍ ଡାକ୍ତର ଆରତୀ ପରମାର କହିଛନ୍ତି, ଛତୁଆ ଅନେକ ପ୍ରକାର ଶସ୍ୟରୁ ତିଆରି ହୋଇଥିବା କାରଣରୁ ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍ସ ରହିଥାଏ । ବିଶେଷ କରି ଭିଟାମିନ୍ ବି, ଭିଟାମିନ୍ ସି, ଫୋଲିକ୍ ଏସିଡ୍, ଫସଫରସ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଆଇରନ୍ ଭଳି ଖଣିଜ ପଦାର୍ଥ ମିଳିଥାଏ ।

ଛତୁଆରେ ଅଧିକ ପରିମାଣରେ ଫାଇବର ରହିଥିବା କାରଣରୁ ଏହା ହଜମ ପାଇଁ ଉତ୍ତମ ବିବେଚନା କରାଯାଇଥାଏ । ଏହାକୁ ଖାଇବା ଦ୍ବାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ । ଏହା କ୍ଷୁଧାକୁ ହ୍ରାସ କରିବା ସହିତ ଓଜନକୁ ନିୟନ୍ତ୍ରଣ ରଖିଥାଏ । ଏହାର ବ୍ୟବହାର ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ଅଟେ ।

ଏହା ମଧ୍ୟ ପଢନ୍ତୁ: ଖାଦ୍ୟ ଗ୍ରହଣକୁ ନେଇ ICMRର ନିର୍ଦ୍ଦେଶନାମା, ପ୍ରୋଟିନ ସପ୍ଲିମେଣ୍ଟକୁ ନେଇ ସତର୍କତା - ICMR Dietary Guidelines

ଛତୁଆର ବ୍ୟବହାର:

  • ଛତୁଆକୁ ଖାଦ୍ୟ ଏବଂ ପାନୀୟ ଉପାୟରେ ବ୍ୟବହାର କରିପାରିବେ ।
  • ଛତୁଆକୁ କ୍ଷୀର, କଦଳୀ କିମ୍ବା ବଟରମିଲ୍କରେ ଖାଇପାରିବେ । ବଜାରରେ ମିଳୁଥିବା ପ୍ରୋଟିନ ସେକ୍ ଅପେକ୍ଷା ଏହା ବହୁତ ଭଲ ବୋଲି ବିବେଚନା କରାଯାଇଥାଏ ।
  • ଛତୁଆକୁ ଦହି ଏବଂ ପାଣିରେ ମିଶାଇ ରୋଟି କରି ଖାଇପାରିବେ । ସେହିପରି ଆଳୁ ସହିତ ମିଶାଇ ପରଟା ମଧ୍ୟ ଖାଇପାରିବେ ।
  • ଛତୁଆକୁ ପାଣିରେ ମିଶାଇ ସରବତ କରିବା ଦ୍ବାରା ସ୍ବାସ୍ଥ୍ୟକୁ ଅନେକ ପ୍ରକାର ଫାଇଦା ମିଳିଥାଏ ।

ଛତୁଆର ସ୍ବାସ୍ଥ୍ୟ ଅପକାରିତା: ଛତୁଆ ଖାଇବା ସ୍ବାସ୍ଥ୍ୟପକ୍ଷେ ଲାଭଦାୟକ । କିନ୍ତୁ ଏହାକୁ ଅଧିକ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡିଥାଏ ।

  • ଅଧିକ ଛତୁଆ ଖାଇବା ଦ୍ବାରା ପେଟରେ ଗ୍ୟାସ ସମସ୍ୟା ହୋଇଥାଏ ।
  • ପେଟରେ ଷ୍ଟୋନ ହୋଇଥିଲେ ଛତୁଆ ଖାଇବା ଅନୁଚିତ
  • ବାତ ସମସ୍ୟା ଥିଲେ ମଧ୍ୟ ଛତୁଆ ଠାରୁ ଦୂରରେ ରହିବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.