ETV Bharat / state

ଖାଦ୍ୟ ଗ୍ରହଣକୁ ନେଇ ICMRର ନିର୍ଦ୍ଦେଶନାମା, ପ୍ରୋଟିନ ସପ୍ଲିମେଣ୍ଟକୁ ନେଇ ସତର୍କତା - ICMR Dietary Guidelines

author img

By ETV Bharat Odisha Team

Published : May 10, 2024, 5:39 PM IST

ICMR Dietary Guidelines: ପ୍ରୋଟିନ ସପ୍ଲିମେଣ୍ଟ୍ ବ୍ୟବହାର କରୁଛନ୍ତି କି ? ଏନେଇ ସତର୍କ କଲା ଆଇସିଏମଆର । ଅଧିକ ପଢନ୍ତୁ

ICMR Dietary Guidelines
ICMR Dietary Guidelines (ETV Bharat Odisha)

ଭୁବନେଶ୍ବର: ଖାଦ୍ୟ ଗ୍ରହଣକୁ ନେଇ ନିର୍ଦ୍ଦେଶାନାମା ଜାରି କରିଛି ଆଇସିଏମଆର (ଭାରତୀୟ ଭେଷଜ ଗବେଷଣା ପରିଷଦ) । ଏହି ବାବଦରେ ପ୍ରୋଟିନ ସପ୍ଲିମେଣ୍ଟ୍ ସଂକ୍ରାନ୍ତରେ ସତର୍କ ମଧ୍ୟ କରାଇଛି ଆଇସିଏମଆର । ପ୍ରୋଟିନ ପାଉଡ଼ର ସାଧାରଣତଃ ଅଣ୍ଡା, ଦୁଗ୍ଧଜାତ ଦ୍ରବ୍ୟ, ସୋୟାବିନ, ବାଦାମ ଏବଂ ଚାଉଳ ଭଳି ବିଭିନ୍ନ ଉତ୍ସରୁ ତିଆରି ହୋଇଥାଏ । ଏହା ଖାଦ୍ୟର ଏକ ବିକଳ୍ପ ଭାବେ ଲୋକପ୍ରିୟ ହେବାରେ ଲାଗିଛି । ଡାଏଟ କଣ୍ଟ୍ରୋଲ କରୁଥିବା କିମ୍ବା ଓଜନ କମାଇବାପାଇଁ ଅନେକ ଲୋକ ଖାଦ୍ୟ ବଦଳରେ ପ୍ରୋଟିନ ପାଉଡରକୁ ବ୍ୟବହାର କରୁଛନ୍ତି । କିନ୍ତୁ ଆଇସିଏମଆର ଏହି ପ୍ରୋଟିନ ପାଉଡର ବ୍ୟବହାର ନେଇ ସତର୍କ କରାଇବା ସହିତ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦେଇଛି ।

Dietary Guidelines
Dietary Guidelines (ICMR)

ପ୍ରୋଟିନ ସପ୍ଲିମେଣ୍ଟକୁ ନେଇ ସତର୍କତା: ଏନେଇ ଆଇସିଏମ୍ଆର ଜାରି କରିଥିବା ନିର୍ଦ୍ଦେଶାବଳୀରେ ସୂଚନା ନିଆଯାଇଛି ଯେ, ପ୍ରୋଟିନ ପାଉଡରରେ କ୍ୟାଲୋରି ବିହୀନ ମିଠା ଏବଂ କୃତ୍ରିମ ଫ୍ଲେଭର ରହିଛି । ଯାହା ଫଳରେ କି ଏହାକୁ ନିୟମିତ ଗ୍ରହଣ କରିବା ସ୍ବାସ୍ଥ୍ୟ ପକ୍ଷେ ଠିକ୍ ନୁହେଁ । ପ୍ରୋଟିନ ପାଉଡର ନିୟମିତ ଖାଉଥିଲେ ଏଥିରେ ବ୍ରେକ୍ ଲଗାଇବା ପାଇଁ କହିଛି ଆଇସିଏମ୍ଆର । ଅନ୍ୟପଟେ ଦେଶରେ ୫୬.୪ ପ୍ରତିଶତ ରୋଗ ଅସ୍ୱାସ୍ଥ୍ୟକର ଖାଦ୍ୟ କାରଣରୁ ହେଉଛି । ଆଇସିଏମଆରର ରିପୋର୍ଟରେ କହିଛି ଯେ, ସ୍ୱାସ୍ଥ୍ୟକର ରହିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ଦିନରେ ୧ ହଜାର ୨୦୦ ଗ୍ରାମ ଭୋଜନ ଆବଶ୍ୟକ ପଡ଼ିଥାଏ । ଯାହା ଦ୍ଵାରା ଜଣେ ବ୍ୟକ୍ତିଙ୍କୁ ୨ ହଜାର କ୍ୟାଲୋରୀ ପ୍ରାପ୍ତ ହୋଇପାରିବ । ଥାଳିରେ ୧୦୦ ଗ୍ରାମ ଫଳ, ୪୦୦ ଗ୍ରାମ ସବୁଜ ପନିପରିବା, ୩୦୦ ମିଲି କ୍ଷୀର କିମ୍ବା ଦହି, ୮୫ ଗ୍ରାମ ଡାଲି କିମ୍ବା ଅଣ୍ଡା, ୩୫ ଗ୍ରାମ ଡ୍ରାଏଫ୍ରୁଟ୍ସ ଓ ୨୫୦ ଗ୍ରାମ ଭାତ ସେବନ କରିବାକୁ ପଡିବ । ଦିନରେ ବିଶେଷ ଭାବରେ ୨୭ ଗ୍ରାମରୁ ଅଧିକ ତେଲ ଜାତୀୟ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

Dietary Guidelines
Dietary Guidelines (ICMR)

କେଉଁ ବୟସ ପାଇଁ କେତେ କ୍ୟାଲୋରୀ ଆବଶ୍ୟକ: ଅନ୍ୟପଟେ ପୋଷକ ତତ୍ତ୍ୱରେ ଭରପୁର ଭୋଜନ ଗ୍ରହଣ କରିବା ଦ୍ୱାରା ୮୦ ପ୍ରତିଶତ ପର୍ଯ୍ୟନ୍ତ ମଧୁମେହ, ରକ୍ତଚାପ ହୃଦୟଜନିତ ରୋଗ ସହ ଅନ୍ୟ ମାରାତ୍ମକ ରୋଗ ହେବାର ସମ୍ଭାବନାକୁ କମ୍ କରିଥାଏ । ୬ ରୁ ୮ ମାସର ଶିଶୁ ପାଇଁ ଦିନରେ ୬୫୦ କ୍ୟାଲୋରୀ ଆବଶ୍ୟକ ପଡିଥାଏ । ମାଆ କ୍ଷୀର ସେବନ କରୁଥିବା ଶିଶୁଙ୍କୁ ୫୦୦ କ୍ୟାଲୋରୀ ମିଳିଥାଏ । ତେଣୁ ମାଆ କ୍ଷୀର ସହ ସକାଳେ ଓ ଖରାବେଳେ ଡାଲି, ଭାତ, ଖରାବେଳ ପରେ କଦଳୀ କିମ୍ବା ସିଝାଯାଇଥିବା ସେଓ ଓ ସନ୍ଧ୍ୟା ସମୟରେ ସାମାନ୍ୟ ଖେଚେଡି ମଧ୍ୟ ଖାଇବାକୁ ଦେଇପାରିବେ । ୯ ରୁ ୧୨ ମାସ ପର୍ଯ୍ୟନ୍ତ ପିଲାଙ୍କୁ ଦିନକ ଯାକରେ ୭୨୦ କ୍ୟାଲୋରୀ ଆବଶ୍ୟକ ପଡିଥାଏ । ଗର୍ଭବତୀ ମହିଳା ମାନେ ସକାଳ ୬ଟାରେ ୧୫୦ ଏମଏଲ କ୍ଷୀର ସେବନ କରିବା ଆବଶ୍ୟକ । ଯେଉଁଥିରେ ପ୍ରାୟ ୧୧୦ କ୍ୟାଲୋରୀ ପ୍ରାପ୍ତି ହୋଇଥାଏ । ସକାଳ ୮ ଟାରେ ଜଳଖିଆ ଯେଉଁଥିରେ ଗହମ ଜାତୀୟ ଜିନିଷ (୬୦ ଗ୍ରାମ), ୭୫ ଗ୍ରାମ ପନିପରିବା, ୨୦ ଗ୍ରାମ ଡାଲି, ୨୦ ଗ୍ରାମ ଡ୍ରାଏଫ୍ରୁଟ୍ସ ଓ ୫ ଗ୍ରାମ ତେଲ ରହିବା ଆବଶ୍ୟକ। ଖରାବେଳ ଦିନ ୧ଟା ଭୋଜନରେ ଭାତ (୧୦୦ ଗ୍ରାମ), ଡାଲି (୩୦ ଗ୍ରାମ), ଦହି, ଫଳର ସେବନ କରିବା ଉଚିତ୍ । ୪ଟା ସମୟରେ ଡ୍ରାଏଫ୍ରୁଟ୍ସ, ୫୦ ମିଲି କ୍ଷୀର ଯଥେଷ୍ଟ ବୋଲି ରିପୋର୍ଟରେ କହିଛି ଆଇସିଏମଆର୍ ।

Dietary Guidelines
Dietary Guidelines (ICMR)
ଇଟିଭି ଭାରତ, ଭୁବନେଶ୍ବର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.