ETV Bharat / health

ବଜାରରୁ ଭ୍ୟାକ୍ସିନ ଫେରାଇ ନେବ କମ୍ପାନୀ, କୋଭିଡ୍ ଟିକାର ସୁରକ୍ଷା ନେଇ ଉଠିଥିଲା ପ୍ରଶ୍ନବାଚୀ - AstraZeneca COVID Vaccine

author img

By ETV Bharat Odisha Team

Published : May 8, 2024, 11:19 AM IST

AstraZeneca COVID Vaccine: ବିବାଦ ପରେ ଆଷ୍ଟ୍ରାଜେନିକାର ପଦକ୍ଷେପ । ବିଶ୍ବରେ ବିକ୍ରି ହେବନି କୋରୋନା ଭ୍ୟାକ୍ସିନ । ଅଧିକ ପଢନ୍ତୁ

AstraZeneca COVID Vaccine
AstraZeneca COVID Vaccine (ETV Bharat)

ହାଇଦ୍ରାବାଦ: ଆଉ ବିଶ୍ବରେ ବିକ୍ରି ହେବନି ଆଷ୍ଟ୍ରାଜେନେକା କମ୍ପାନୀର କୋଭିଡ ଟିକା । ବିଶ୍ବରୁ ଟିକା ପ୍ରତ୍ୟାହାର ନେଇ ଘୋଷଣା କରିଛି କମ୍ପାନୀ । ଏନେଇ ବ୍ରିଟିସ ନ୍ୟୁଜ ପେପର ଦ ଟେଲିଗ୍ରାଫରେ ପ୍ରକାଶ ପାଇଛି । ତେବେ ଅନେକ ବିବାଦ ଏବଂ ଚାହିଦା ହ୍ରାସ ପରେ ଏହି ପଦକ୍ଷେପ ନେବାକୁ କମ୍ପାନୀ ବାଧ୍ୟ ହୋଇଥିବା କୁହାଯାଇଛି ।

AZN ଲିମିଟେଡ୍ ପକ୍ଷରୁ ସୂଚନା ଦିଆଯାଇଛି ଯେ, ୟୁରୋପରୁ ଭ୍ୟାକ୍ସଜେଭରିଆ ଟୀକାର ମାର୍କେଟିଂ ଅଥରାଇଜେସନକୁ ଆମେ ପ୍ରତ୍ୟାହାର କରିବୁ । କେରାନା ମହାମାରୀ ପରେ ଅନେକ କୋଭିଡ -19 ଟିକା ପ୍ରସ୍ତୁତ କରାଯାଇଛି । ଏହାରି ଭିତରେ ମାର୍କେଟରେ ଅପଡେଟେଡ ଭ୍ୟାକ୍ସିନ ମଧ୍ୟ ଉପଲବ୍ଧ ରହିଛି । ବଜାରେ ଅନେକ ପ୍ରକାର କୋଭିଡ ଟିକା ରହିଥିବା କାରଣରୁ ଭ୍ୟାକ୍ସଜେଭରିଆ ଟୀକାର ଚାହିଦା ହ୍ରାସ ପାଇଛି । ଏହାର ମେନ୍ୟୁଫେକ୍ଚର କରାଯାଉ ନାହିଁ କି ଯୋଗାଣ ମଧ୍ୟ ହୋଇପାରୁ ନାହିଁ ।

ଏହା ମଧ୍ୟ ପଢନ୍ତୁ: କୋଭିସିଲ୍ଡ ଭ୍ୟାକସିନର ସାଇଡ ଇଫେକ୍ଟ: ରକ୍ତ ଜମାଟ ବାନ୍ଧିବା ସହ ହୋଇପାରେ ମସ୍ତିଷ୍କଘାତ ଓ ହୃଦଘାତ, କମ୍ପାନୀର ସ୍ୱୀକାର - Covishield Side Effect

ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ଅଧିକ: କୋର୍ଟରେ କମ୍ପାନୀର ସ୍ବୀକାରୋକ୍ତି

କିଛି ଦିନ ପୂର୍ବରୁ ଟିକା ପ୍ରସ୍ତୁତକାରୀ କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏହି ଟିକାକୁ ନେଇ ଖୁବ କମ୍ ଲୋକଙ୍କ କ୍ଷେତ୍ରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଉଛି । ଅକ୍ସଫୋର୍ଡ ୟୁନିଭରସିଟି ସହଭାଗିତାରେ ବିକଶିତ ହୋଇଥିବା ଏହି ଟିକା କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ରକ୍ତରେ ଥିବା ପ୍ଲେଟଲେଟର ସଂଖ୍ୟା ହ୍ରାସ ପାଇବା ସହ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ଦେଖାଦେଇପାରେ ବୋଲି କୋର୍ଟରେ ପ୍ରଥମ ଥର ପାଇଁ ସ୍ବୀକାର କରିଥିଲା । କିନ୍ତୁ ଏହି ବିରଳ ସାଇଡ ଇଫେକ୍ଟ ଅଳ୍ପ କିଛି ବ୍ୟକ୍ତିଙ୍କଠାରେ ଦେଖାଯାଇପାରେ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ତେବେ ଏନେଇ ଅନେକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା । ବ୍ରିଟେନର ଏକ କୋର୍ଟରେ ସତ୍ୟପାଠ କରି ସ୍ବିକାର କରିଥିଲା କମ୍ପାନୀ । ମମଲା ଅଦାଲତକୁ ଆସିବା ପରେ ଟିକାର ପାଶ୍ବପ୍ରତିକ୍ରିୟା ନେଇ ଖବର ସାମ୍ନାକୁ ଆସିଥିଲା । ଟିକାର ଏହି ପାର୍ଶ୍ବ ପ୍ରତିକ୍ରିୟାକୁ ଟମ୍ବୋସିସ ବା TTS କୁହାଯାଉଛି । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏହାର ଅଧିକ ପାଶ୍ବପ୍ରତିକ୍ରିୟା ନାହିଁ ବୋଲି ମତ ପ୍ରକାଶ କରିଛନ୍ତି । ପ୍ରକାଶଥାଉକି, ବ୍ରିଟେନ ଭିତ୍ତିକ ଫାର୍ମା କମ୍ପାନୀ ମଧ୍ୟ ସର୍ବଭାରତୀୟ ସ୍ତରରେ ଭାରତ ସରକାରଙ୍କୁ କୋଭିସିଲ୍ଡ ଟିକା ଯୋଗାଇବା ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ସହିତ ସହାଭାଗିତା କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.