ETV Bharat / bharat

ହଟିବ ସାମ୍ରାଜ୍ୟବାଦର ଛାପ, ମେସରେ କୁର୍ତ୍ତା-ପାଇଜାମା ପିନ୍ଧିବେ ନୌସୈନିକ

author img

By ETV Bharat Odisha Team

Published : Feb 14, 2024, 5:35 PM IST

Indian Navy: ନାଭାଲ ଏକାଡେମୀରେ ପାରମ୍ପରିକ କୁର୍ତ୍ତା ପାଇଜାମାରେ ନଜର ଆସିବେ ନୌଯୋଦ୍ଧା । ହଟିବ ବ୍ରିଟଶ ଅମଳର ସାମ୍ରାଜ୍ୟବାଦର ଛାପ । ଜାରି ହେଲା ନୂଆ ଡ୍ରେସକୋଡ । ଅଧିକ ପଢନ୍ତୁ

ବଦଳିବ ସାମ୍ରାଜ୍ୟବାଦ ପରମ୍ପରା, ମେସରେ କୁର୍ତ୍ତା- ପାଇଜାମା ପିନ୍ଧିବେ ନୌସେନିକ
ବଦଳିବ ସାମ୍ରାଜ୍ୟବାଦ ପରମ୍ପରା, ମେସରେ କୁର୍ତ୍ତା- ପାଇଜାମା ପିନ୍ଧିବେ ନୌସେନିକ

ନୂଆଦିଲ୍ଲୀ: ଭାରତୀୟ ନୌସେନାରୁ ହଟିବ ବ୍ରିଟିଶ ଅମଳର ସାମ୍ରାଜ୍ୟବାଦ ପ୍ରଥା ଓ ପରମ୍ପରାର ଝଲକ । ଏଣିକି ନୈସେନା ଅଧିକାରୀ ଓ ଯବାନମାନେ ଅବସର ସମୟରେ ସର୍ଭିସ ଡ୍ରେସକୋଡ ଛଡା ଅନପୌଚାରିକ ତଥା ଭାରତୀୟ ପାରମ୍ପରିକ ପୋଷାକ କୁର୍ତ୍ତା-ପାଇଜାମା ପରିଧାନ କରିପାରିବେ । ଏନେଇ ସରକାରୀ ଅନୁମତି ମିଳିଛି । ଏହି ନିୟମ ଅନୁସାରେ, ନାଭାଲ ଏକାଡେମୀ ଓ ପ୍ରଶିକ୍ଷଣ ସଂସ୍ଥାନରେ ଅବସର ସମୟରେ ନୌସେନାଧିକାରୀ, ସେଲର ଓ ଯବାନମାନେ କୁର୍ତ୍ତା-ପାଇଜାମା ଓ ସ୍ଲିଭଲେସ ଜ୍ୟାକେଟ ପରିଧାନ କରିପାରିବେ । କ୍ୟାମ୍ପସରେ କୌଣସି ପ୍ରକାରର ଅନୌପଚାରିକ କାର୍ଯ୍ୟକ୍ରମ, ସଭା-ସମିତି ଓ ରେସ୍ତୋରାଁରେ ପରି ଅବସର ସମୟରେ ଏହାକୁ ପରିଧାନ କରାଯାଇପାରିବ ।

ପୁରୁଷ ମହିଳା ଅଧିକାରୀଙ୍କ ପାଇଁ ସମାନ ଡ୍ରେସକୋଡ:-

ନୂଆ କରି ସ୍ଥିର କରାଯାଇଥିବା ଡ୍ରେସକୋଡରେ ସମସ୍ତ ପୁରୁଷ ଅଧିକାରୀମାନେ ଆକାଶୀ ରଙ୍ଗର କୁର୍ତ୍ତା ପରିଧାନ କରିବେ । ଏହାର ଲମ୍ବ ଆଣ୍ଠୁ ପର୍ଯ୍ୟନ୍ତ ରହିବ । ସେହିପରି ପରିଧାନରେ ସହଜତାକୁ ଧ୍ୟାନରେ ରଖି ପାଇଜାମା ମଧ୍ୟ ଇଲାଷ୍ଟିକ ସହ ରହିବ । କୁର୍ତ୍ତା ଉପରେ ଏକ ସ୍ଲିଭଲେସ (ହାତ ନଥିବା ବା ଅଧା) ଜ୍ୟାକେଟ ମଧ୍ୟ ପରିଧାନ କରିପାରିବେ । ସେହିପରି ମହିଳା ନୌସେନା ଅଧିକାରୀମାନେ ଆକାଶୀ ରଙ୍ଗର ଚୁଡିଦାର ଓ କୁର୍ତ୍ତା ପରିଧାନ କରିବେ । ସେମାନେ ମଧ୍ୟ ପୁରୁଷ ଅଧିକାରୀଙ୍କ ପରି ସ୍ଲିଭଲେସ ଜ୍ୟାକେଟ ପରିଧାନ କରିପାରିବେ । ଏହା ସହ ପାଦରେ କାଜୁଆଲ ଜୋତା କିମ୍ବା ସ୍ୟାଣ୍ଡେଲ ମଧ୍ୟ ପିନ୍ଧି ପାରିବେ ନୌଅଧିକାରୀ ।

ଏହା ମଧ୍ୟ ପଢନ୍ତୁ :- ସନ୍ଦେଶଖାଲି ହିଂସା: ବିରୋଧ ପ୍ରଦର୍ଶନ ବେଳେ ପୋଲିସ ମାଡରେ ରାଜ୍ୟ ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ଆହତ

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦେଶ ସ୍ବାଧୀନତା ପୂର୍ବରୁ ବ୍ରିଟିଶ ଶାସନ କାଳରେ ପ୍ରତିଷ୍ଠା ହୋଇଥିବା ନୈସେନାର ବିଭିନ୍ନ କାର୍ଯ୍ୟଶୈଳୀରେ ବ୍ରିଟିଶ ପରମ୍ପରାର ସ୍ପଷ୍ଟ ଝଲକ ଦେଖିବାକୁ ମିଳେ । ନିକଟରେ ଏଥିରେ ଅନେକାଂଶରେ ସଂଶୋଧନ ମଧ୍ୟ କରାଯାଇଛି । କିଛି ମାସ ପୂର୍ବରୁ ନୌସେନାର ‘ଲୋଗୋ’ ମଧ୍ୟ ପରିବର୍ତ୍ତନ କରାଯାଇଥିଲା । ଏବେ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସାମ୍ରାଜ୍ୟବାଦର ଝଲକକୁ ବାଦ ଦେଇ ସ୍ବଦେଶୀ ଓ ଭାରତୀୟ ପରମ୍ପରାକୁ ସାମିଲ କରାଯିବା ପାଇଁ ଏକାଧିକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ସେହିକ୍ରମରେ ଏବେ ନାଭାଲ ଏକାଡେମୀରେ ଭାରତୀୟ ପାରମ୍ପରିକ ପୋଷାକରେ ନୌଯୋଦ୍ଧାମାନେ ନଜର ଆସିବାକୁ ଯାଉଛନ୍ତି । ଏହା ସ୍ବଦେଶୀ ପରମ୍ପରା ଓ ଆତ୍ମନିର୍ଭରତାକୁ ବୃଦ୍ଧି କରିବ । ସଶସ୍ତ୍ର ବଳରେ ଏହି ସ୍ବଦେଶୀ ବିଚାରକୁ ସ୍ବାଗତ ମଧ୍ୟ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.