ETV Bharat / t20-world-cup-2022

ଗ୍ରୀଷ୍ମ ଋତୁରେ ହୁଏ ଏହି 5 ଚର୍ମ ସମସ୍ୟା, ଜାଣନ୍ତୁ କେମିତି କରିବେ ଚିକିତ୍ସା

author img

By

Published : Apr 1, 2023, 2:01 PM IST

ଗ୍ରୀଷ୍ମଋତୁ ଆସିଲେ ଏହି ସବୁ ରୋଗ ସୃଷ୍ଟି କରେ ସ୍ବାସ୍ଥ୍ୟ ସମସ୍ୟା । କିପରି ନିଜକୁ ସୁସ୍ଥ ରଖିବେ, ଜାଣନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ପ୍ରତ୍ୟେକ ଋତୁରେ କିଛି ନିର୍ଦ୍ଦିଷ୍ଟ ସ୍ବାସ୍ଥ୍ୟ ସମସ୍ୟା ରହିଥାଏ । ବର୍ତ୍ତମାନ ଗ୍ରୀଷ୍ମଋତୁ ଚାଲିଛି । ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବା ସହିତ କେତେକ ଋତୁକାଳୀନ ରୋଗ ମଧ୍ୟ ପରିବେଶରେ ପ୍ରବେଶ କରିଛି । ତାପମାତ୍ରା ବଢିବା ସହିତ ଏହି ରୋଗର ବିସ୍ତାର ମଧ୍ୟ ବୃଦ୍ଧି ପାଇବ । ହେଲେ ଏପରି ନୁହେଁ ଯେ, ଏସବୁ ରୋଗ ଦୀର୍ଘଦିନ ପର୍ଯ୍ୟନ୍ତ ରହିବ । ସ୍ବାସ୍ଥ୍ୟର ଯତ୍ନ ନେଲେ, ଡାଏଟ୍ ଏବଂ ଦୈନନ୍ଦିନ କାର୍ଯ୍ୟ ପ୍ରତି ଧ୍ୟାନ ଦେଲେ ସମସ୍ୟା ଦୂର ହୋଇଯିବ । ତେବେ କେଉଁ ସବୁ ରୋଗ ଗ୍ରୀଷ୍ମ ସମୟରେ ସମସ୍ୟା ସୃଷ୍ଟି କରେ ଏବଂ ଏହାକୁ କିପରି ଏଡାଯାଇପାରିବ, ଜାଣନ୍ତୁ

ହିଟ୍ ଷ୍ଟ୍ରୋକ୍

ଗ୍ରୀଷ୍ମର ସବୁଠାରୁ ସାଧାରଣ ସମସ୍ୟା ହେଉଛି ଉତ୍ତାପ ଆଘାତ(ହିଟ୍ ଷ୍ଟ୍ରୋକ୍) । ଉତ୍ତାପରୁ ରକ୍ଷା ପାଇବା ପାଇଁ ଖରାରେ ବାହାରକୁ ଯାଆନ୍ତୁ ନାହିଁ । ନିହାତି ଯିବାର ଥିଲେ, ସକାଳ ସମୟରେ, ନଚେତ୍ ମୁଣ୍ଡରେ ଟୋପି, ଛତା, ଥଣ୍ଡା ପାନୀୟ ଆଦି ସାଥିରେ ନେଇଯାଆନ୍ତୁ । ସବୁବେଳେ ହାଇଡ୍ରେଟ୍ ରହିବାକୁ ଚେଷ୍ଟା କରନ୍ତୁ । ଶରୀରରେ ଜଳର ଅଭାବ ହେବାକୁ ଦିଅନ୍ତୁ ନାହିଁ । ଯଦି ବାନ୍ତି, ଜ୍ୱର, ଦ୍ରୁତ ଶ୍ବାସକ୍ରିୟା, ଦୁର୍ବଳ ଅନୁଭବ ଏବଂ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖାଯାଏ, ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

ଚର୍ମ ଦାଗ

ଗ୍ରୀଷ୍ମଋତୁରେ ଉତ୍ତାପ କାରଣରୁ ଅତ୍ୟଧିକ ଝାଳ ବାହାରିଥାଏ, ଯେଉଁ କାରଣରୁ ଘା' ଏବଂ ଚର୍ମ ରୋଗ ହୁଏ । ଏଥିରୁ ରକ୍ଷା ପାଇବା ପାଇଁ ହାଲୁକା ରଙ୍ଗ(ଲାଇଟ୍ କଲର୍‌)ର ପୋଷାକ ପିନ୍ଧନ୍ତୁ ଏବଂ ପ୍ରତିଦିନ ପରିଷ୍କାର-ପରିଚ୍ଛନ୍ନ ହୁଅନ୍ତୁ ।

ଏହା ମଧ୍ୟ ପଢନ୍ତୁ:- ଦୃଷ୍ଟିହୀନତା ନିବାରଣ ସପ୍ତାହ: ଏହି ସବୁ କାରଣ ବିଗାଡି ଦିଏ ଆଖିର ସ୍ବାସ୍ଥ୍ୟ

ଜଣ୍ଡିସ୍

ଗ୍ରୀଷ୍ମଋତୁରେ ଜଣ୍ଡିସ ଏକ ସାଧାରଣ ସମସ୍ୟା । ଯଦ ଦୂଷିତ ପାଣି ପିଇଛନ୍ତି କିମ୍ବା ଖାଦ୍ୟ ଖାଇଛନ୍ତି, ତେବେ ହେପାଟାଇଟିସ୍ କିମ୍ବା ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ଯେତେବେଳେ ଜଣ୍ଡିସ୍ ହୁଏ, ନଖ ଏବଂ ଆଖି ହଳଦିଆ ହୋଇଯାଏ । ଜଣ୍ଡିସକୁ ଏଡାଇବା ପାଇଁ ଯକୃତକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ । ଯକୃତକୁ ସୁସ୍ଥ ରଖିବା ପାଇଁ ହାଲୁକା ଏବଂ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ ।

ଟାଇଫଏଡ୍

ଗ୍ରୀଷ୍ମ ଆସିବା ମାତ୍ରେ ଟାଇଫଏଡ୍ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ଲାଗେ । ଟାଇଫଏଡ୍ ଦୂଷିତ ଖାଦ୍ୟ ଖାଇବା ଏବଂ ମଇଳା ପାଣି ପିଇବା ଦ୍ବାରା ବ୍ୟାପିଥାଏ । ଦୂଷିତ ଜଳ ଏବଂ ଖାଦ୍ୟ ମାଧ୍ୟମରେ ଜୀବାଣୁ ଶରୀରରେ ପ୍ରବେଶ କରିବା ଦ୍ବାରା ଟାଇଫଏଡର ଲକ୍ଷଣ ଦେଖାଯାଏ । ଟାଇଫଏଡକୁ ଏଡାଇବା ପାଇଁ ପିଲାମାନଙ୍କ ଟୀକାକରଣ କରାଯିବା ଆବଶ୍ୟକ ।

ମିଳିମିଳା

ମିଳିମିଳା ରୁବେଲା ନାମରେ ମଧ୍ୟ ଜଣାଶୁଣା । ଏହି ରୋଗ ପାରାମୋଇକ୍ସୋ ଭାଇରସ ଦ୍ୱାରା ବ୍ୟାପିଥାଏ । ଏଥିରେ ସଂକ୍ରମିତ ହେବା ପରେ ଶରୀରରେ ଉଚ୍ଚ ଜ୍ୱର, ଆଖିରୁ ପାଣିବୋହିବା ଏବଂ ଗଳା ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଏ । ଏହାକୁ ଏଡାଇବା ପାଇଁ ରୁବେଲା ଟୀକାକରଣ କରାଯାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.