ETV Bharat / sukhibhava

Healthy Summer Tips: ଆଲକହଲ ଠାରୁ ଦୂରେଇ ରୁହନ୍ତୁ, କମଳା-ତରଭୁଜ ଖାଆନ୍ତୁ

author img

By

Published : Apr 6, 2022, 4:54 PM IST

ବର୍ତ୍ତମାନ ଚାରିଆଡେ ଗ୍ରୀଷ୍ମ ପ୍ରବାହ । ଆଉଟୁପାଉଟୁ ଲୋକେ । କେତେକାଂଶରେ ଟାଣ ଖରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ଏହି ଋତୁରେ ନିଜକୁ ସୁସ୍ଥ ରଖିବା ପାଇଁ କେତେକ ଟିପ୍ସ ଆପଣାନ୍ତୁ

ଗ୍ରୀଷ୍ମଋତୁରେ ସୁସ୍ଥ ରହନ୍ତୁ, ଏହି ଟିପ୍ସ ଆପଣାନ୍ତୁ
ଗ୍ରୀଷ୍ମଋତୁରେ ସୁସ୍ଥ ରହନ୍ତୁ, ଏହି ଟିପ୍ସ ଆପଣାନ୍ତୁ

ହାଇଦ୍ରାବାଦ: ଗ୍ରୀଷ୍ମ ପ୍ରବାହରୁ ଦୂରେଇ ରହି ନିଜକୁ ସୁସ୍ଥ ଏବଂ ଫିଟ୍ ରହିବାକୁ ସମସ୍ତେ ଚାହିଁଥାନ୍ତି । ମାତ୍ର ଏହି ସମୟରେ ଅଧିକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ । ଗ୍ରୀଷ୍ମ ପ୍ରବାହ କେବଳ ଶାରୀରିକ ଭାବେ କ୍ଳାନ୍ତ ଏବଂ ଅସ୍ୱାଭାବିକ କରେ ନାହିଁ ବରଂ ଏହା ଚର୍ମରେ ଦାଗ, ଜ୍ୱର, ଡିହାଇଡ୍ରେସନ୍ ଏବଂ ଫୁଡ୍ ପଏଜନ ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ । ଗ୍ରୀଷ୍ମ ଋତୁରେ ସମସ୍ତେ Enjoy(ଉପଭୋଗ) କରିବା ପାଇଁ ଚାହୁଁଥିଲେ ମଧ୍ୟ ସ୍ବାସ୍ଥ୍ୟ ସମସ୍ୟା ଏଥିରେ ବାଧା ସୃଷ୍ଟି କରିଥାଏ । ଏହି ଋତୁରେ ଉତ୍ତାପକୁ ମୁକାବିଲା କରିବା ଏବଂ ଫିଟ୍ ଓ ସୁସ୍ଥ ରହିବା ପାଇଁ ଶରୀରର ଅତିରିକ୍ତ ଯତ୍ନ ନେବା ଆବଶ୍ୟକ ।

ସନ୍ ଗ୍ଲାସ
ସନ୍ ଗ୍ଲାସ

ପ୍ରଚୁର ପାଣି ପିଅନ୍ତୁ: ଗ୍ରୀଷ୍ମକାଳୀନ ଉତ୍ତାପ ଏବଂ ଝାଳ ଆପଣଙ୍କ ଶରୀରକୁ ଡିହାଇଡ୍ରେଟ୍(ଶୁଷ୍କ) କରିପାରେ, ଫଳସ୍ୱରୂପ ଜ୍ୱର ଏବଂ ଥଣ୍ଡା ଭଳି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ନିଜକୁ ହାଇଡ୍ରେଟ୍(ଜଳୀୟ ଅଂଶ) ରଖିବା ପାଇଁ ପ୍ରତିଦିନ ଅତି କମରେ 2 ରୁ 3 ଲିଟର ପାଣି ପିଅନ୍ତୁ ।

ଉତ୍ତାପରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ: ଗ୍ରୀଷ୍ମ ମାସରେ ବୟସ୍କମାନେ ସମ୍ମୁଖୀନ ହେଉଥିବା ଅନ୍ୟ ଏକ ପ୍ରମୁଖ ସମସ୍ୟା ହେଉଛି ଷ୍ଟ୍ରୋକ । ବୟସ୍କମାନଙ୍କୁ ଅଧିକ ଷ୍ଟ୍ରୋକ୍ ହେବାର ମୁଖ୍ୟ କାରଣ ହେଉଛି ଯେ, ସେମାନଙ୍କ ଶରୀର ଋତୁ ପରିବର୍ତ୍ତନ ସହିତ ଶୀଘ୍ର ଖାପ ଖାଇପାରେ ନାହିଁ । ଅଧିକ ଜ୍ୱର, ବାନ୍ତି, ମୁଣ୍ଡବିନ୍ଧା ଏବଂ ମୁଣ୍ଡ ବୁଲାଇବା ହେଉଛି ଷ୍ଟ୍ରୋକର ସାଧାରଣ ଲକ୍ଷଣ ।

ମିଣ୍ଟ ଡିଟକ୍ସ ୱାଟର
ମିଣ୍ଟ ଡିଟକ୍ସ ୱାଟର

ହାଲୁକା ଏବଂ ସୁହାଇଲା ଭଳି ପୋଷାକ ପିନ୍ଧନ୍ତୁ: ଗ୍ରୀଷ୍ମଋତୁରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି କି ହାଲୁକା ଏବଂ ସୁହାଇଲା ଭଳି ପୋଷାକ ପିନ୍ଧିବା, ଯାହାଦ୍ବାରା ନିଶ୍ବାସ-ପ୍ରଶ୍ବାସ ନେବାରେ ସହଜ ହୋଇଥାଏ । ଏହା ଦ୍ବାରା ଶରୀରର ଉତ୍ତାପ ବାଲାନ୍ସ ରହିଥାଏ । ଏହି ସମୟରେ ପ୍ରାକୃତିକ କପଡା, ଯେପରିକି କଟନ ଏବଂ ଲାନେନ କପଡା ପୋଷାକ ପିନ୍ଧନ୍ତୁ ।

ନିଜ ଅଞ୍ଚଳରେ ରହିବା ଭଲ: ଗ୍ରୀଷ୍ମଋତୁରେ ଅଧିକ ବାହାର ଅଞ୍ଚଳ ବୁଲାବୁଲି କରିବା ଶରୀର ପ୍ରତି ଲାଭପ୍ରଦ ନୁହେଁ । ଏଥିସହ ଥଣ୍ଡା ସମୟରେ ଅର୍ଥାତ୍ ଦିନ ୧୧ ପୂର୍ବରୁ ଏବଂ ସନ୍ଧ୍ୟା ୫ ଟା ପରେ ବାହାରେ ବୁଲାବୁଲି କରନ୍ତୁ ।

ସ୍ବାସ୍ଥ୍ୟକର ଏବଂ ହାଲୁକା ଖାଦ୍ୟ ଖାଆନ୍ତୁ: ଅଳ୍ପ ଏବଂ ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ଖାଦ୍ୟ ଖାଆନ୍ତୁ । କାର୍ବୋହାଇଡ୍ରେଟ ଏବଂ ଫ୍ୟାଟ ଥିବା ଖାଦ୍ୟ ଅତ୍ୟଧିକ ଥାଇବା ଦ୍ବାରା ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିପାରେ । ଅଧିକ ଜଳୀୟ ଅଂଶ ଥିବା ପରିବା ଏବଂ ଫଳ ଯେପରିକି ଟମାଟୋ, ତରଭୁଜ, କମଳା ଇତ୍ୟାଦି ଖାଆନ୍ତୁ ।

ଆଖିକୁ ସୁରକ୍ଷା ଦିଅନ୍ତୁ: ଆଖିର ସୁରକ୍ଷା ପ୍ରତି ମଧ୍ୟ ଯତ୍ନବାନ ହୁଅନ୍ତୁ । ୯୯ ପ୍ରତିଶତ ଅଲ୍‌ଟ୍ରା ଭାଓଲେଟ ରଶ୍ମି ଥିବା ସନ୍‌ଗ୍ଲାସ ବ୍ୟବହାର କରନ୍ତୁ ।

ଆଲକହଲ ଏବଂ କଫିନ ଠାରୁ ଦୂରେଇ ରହନ୍ତୁ: ଆଲକହଲ, ଫିଜି ଡ୍ରିନ୍‌କ୍ସ ଏବଂ ସମସ୍ତ କଫି ଜାତୀୟ ଖାଦ୍ୟ ଆପଣଙ୍କୁ ଶୀଘ୍ର ଶୁଷ୍କ କରିପାରେ । ତେଣୁ ଯେତେ ସମ୍ଭବ ଏସବୁ ପାନୀୟରୁ ନିଜକୁ ଦୂରେଇ ରଖନ୍ତୁ । ଏକ ଭଲ ଏବଂ ସ୍ବାଦଯୁକ୍ତ ପାନୀୟ ସେବନ କରନ୍ତୁ, ଏହା ସ୍ବାସ୍ଥ୍ୟପ୍ରତି ଲାଭପ୍ରଦ ।

ନ୍ୟୁଟ୍ରିସିଓନିଷ୍ଟ ବିଶେଷଜ୍ଞ ଡାକ୍ତର ଦିବ୍ୟା ଗୁପ୍ତା ଗ୍ରୀଷ୍ମ ଋତୁରେ ସୁସ୍ଥ ରହିବା ପାଇଁ କିଛି ଡାଏଟ୍ ଟିପ୍ସ ମଧ୍ୟ ପରାମର୍ଶ ଦେଇଛନ୍ତି । ସେ ଆମ୍ବ, କାକୁଡି, ଜିରା, ତରଭୁଜ ଏବଂ କଦଳୀ ଖାଇବାକୁ କହୁଛନ୍ତି । ଏଥିସହ କମଳା, କାକୁଡି ଏବଂ ମିଣ୍ଟ ଡିଟକ୍ସ ୱାଟର(ପୋଦିନା ପତ୍ର ପାଣି) ମଧ୍ୟ ରଖିବାକୁ ପରାମର୍ଶ ଦେଇଛନ୍ତି । ଗୋଟିଏ କମଳା, ଲେମ୍ବୁ ଏବଂ କାକୁଡି(ଚୋପା ସହିତ କିମ୍ବା ବିନା ଚୋପା ସହିତ) ପତଳା ଖଣ୍ଡରେ କାଟି ଦିଅନ୍ତୁ, ପୋଦିନା ପତ୍ରରେ ହଳଦୀ କିମ୍ବା ମସଲା ମିଶାଇ, ଯେପରି ମଧୁରକାଠି ଗୁଣ୍ଡ, ପାନମଉରି ଇତ୍ୟାଦି ସମସ୍ତ ସାମଗ୍ରୀକୁ ଏକ ପାଣି ପାତ୍ରରେ ରଖନ୍ତୁ, ଏହାକୁ ପ୍ରାୟ ଏକ ଘଣ୍ଟା ରଖିଦିଅନ୍ତୁ ଏବଂ ତା’ପରେ ଏହାକୁ ପିଅନ୍ତୁ । ଏହା ସୁଗାର ଲେବଲକୁ ରୋକିବାରେ ସାହାଯ୍ୟ କରିବ କାରଣ ପୋଦିନା ଏବଂ କମଳା ପାଣି ମେଟାବୋଲିଜିମ୍ ଶକ୍ତି ବୃଦ୍ଧିରେ ସାହାଯ୍ୟ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ ।

(IANS)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.