ETV Bharat / sukhibhava

Summer Health Tips: ଗ୍ରୀଷ୍ମଋତୁରେ ଫିଟ୍ ରଖେ ଏହି ମିଠା ଓ ପାନୀୟ

author img

By

Published : Apr 11, 2023, 10:54 PM IST

ଗ୍ରୀଷ୍ମଋତୁରେ ଶରୀରରେ ଜଳୀୟ ଅଂଶର ଅଭାବ ଏକ ମୁଖ୍ୟ ସମସ୍ୟା । ଏଥିରୁ ରକ୍ଷା ପାଇବା ପାଇଁ ଯଦି ସାଦା ପାଣି ପିଇବାକୁ ଭଲ ଲାଗୁନଥାଏ, ତେବେ ଆପଣାନ୍ତୁ ଏହି ସବୁ ମିଠା ପାନୀୟ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଗ୍ରୀଷ୍ମଋତୁ ଆରମ୍ଭ ହୋଇଯାଇଛି । ଏହି ଋତୁରେ ମଧ୍ୟ ଶୀତଋତୁ ଭଳି ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବାର ଆବଶ୍ୟକତା ରହିଛି । କାରଣ ଖାଦ୍ୟରେ ସାମାନ୍ୟ ଅସାବଧାନତା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ । ଗ୍ରୀଷ୍ମଋତୁରେ ଶରୀରରେ ଜଳୀୟ ଅଂଶର ଅଭାବ ଏକ ମୁଖ୍ୟ ସମସ୍ୟା । ଏହି ସମୟରେ ପାଣି ପିଇବା ସହ କେତେକ ଥଣ୍ଡା ମିଠା ପାନୀୟ ରହିଛି, ଯାହା ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ହାଇଡ୍ରେଟ୍ ରଖିବା ସହ ପେଟକୁ ସୁସ୍ଥ ରଖିଥାଏ । କଣ ଏହି ସବୁ ମିଠା ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ...

ଶ୍ରୀଖଣ୍ଡ:- ଏହା ମହାରାଷ୍ଟ୍ରର ଏକ ପ୍ରସିଦ୍ଧ ମିଠା । ବର୍ତ୍ତମାନ ଶ୍ରୀଖଣ୍ଡ ଦେଶର ଅଧିକାଂଶ ସ୍ଥାନରେ ମିଳୁଛି । ଏହାକୁ ତିଆରି କରିବା ପାଇଁ କଦଳୀ, ଚିନି, ଡ୍ରାଏ ଫ୍ରୁଟ୍ସ ବ୍ୟବହୃତ ହୁଏ । ଏହି ମିଠାକୁ ଗ୍ରୀଷ୍ମ ସମୟରେ ଖାଇବା ପାଇଁ ବେଶ୍ ଭଲ ଲାଗିଥାଏ । ଶ୍ରୀଖଣ୍ଡ ଖାଇବା ଫଳରେ ଶରୀରକୁ ଶୀତଳତା ମିଳିଥାଏ ।

ଗାଜର ଖୀରି:- ଗାଜର ଶୀତଋତୁରୁ ବିକ୍ରି ହେବା ଆରମ୍ଭ ହୋଇଯାଏ । ପନିପରିବା ମଧ୍ୟରେ ଗାଜର ଥଣ୍ଡା ଭାବେ ଜଣାଶୁଣା । ଗାଜର ସ୍ବାସ୍ଥ୍ୟ ପାଇଁ ବେଶ୍ ଜରୁରୀ । ଏହାକୁ ତିଆରି କରିବା ପାଇଁ କ୍ଷୀର, ଚିନି, ଡ୍ରାଏ ଫ୍ରୁଟ୍ସ ବ୍ୟବହାର କରାଯାଏ । ଏଥିରେ ସମୃଦ୍ଧ ପୋଷକ ତତ୍ତ୍ୱ ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ।

ଫାଲୁଦା:- ଗ୍ରୀଷ୍ମ ସମୟରେ ଫାଲୁଦାର ଚାହିଦା ବହୁତ୍ ଅଧିକ । ଏହା ସ୍ବାଦିଷ୍ଟ ସାଙ୍ଗକୁ ଶରୀରକୁ ଶୀତଳତା ମଧ୍ୟ ପ୍ରଦାନ କରିଥାଏ । ଏହାକୁ ତିଆରି କରିବା ପାଇଁ ଆଇସକ୍ରିମ୍, କିଛି ଡ୍ରାଏ ଫ୍ରୁଟ୍ସ, କେଶର, କ୍ଷୀର ବ୍ୟବହାର କରାଯାଏ । ପେଟକୁ ଥଣ୍ଡା ରଖିବାରେ ଫାଲୁଦାର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ।

ରସ୍ ମଲାଇ:- ରସ ମାଲାଇ ଅତ୍ୟନ୍ତ ମିଠା । ଏହା ତାଜା ପନୀର୍ କିମ୍ବା ଛେନାରେ ପ୍ରସ୍ତୁତ ହୋଇଥାଏ । ଏହା ବହୁତ ସ୍ପଞ୍ଜୀ ଏବଂ ନରମ । ସାଧାରଣତଃ ପାରିବାରିକ କାର୍ଯ୍ୟରେ ରସ୍ ମଲାଇ ବ୍ୟବହାର କରାଯାଏ । ଏହା ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା ରଖିବାରେ ସହାୟକ ହୋଇଥାଏ ।

ଆମ୍ବ ଜୁସ୍:- ଗ୍ରୀଷ୍ଣଋତୁରେ ପ୍ରଚୁର ପରିମାଣରେ ଆମ୍ବ ମିଳିଥାଏ । ଏହି ଋତୁକୁ ଆମ୍ବର ଋତୁ କହିଲେ ମଧ୍ୟ କିଛି ଭୁଲ୍ ହେବ ନାହିଁ । ପାଚିଲା ଆମ୍ବ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ । ଗ୍ରୀଷ୍ମଋତୁରେ ଆମ୍ବରେ ତିଆରି ଜୁସ୍ ପିଇ ପାରିବେ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.