ETV Bharat / sukhibhava

ଗ୍ରୀଷ୍ମଋତୁରେ ଗ୍ରହଣ କରନ୍ତୁ ଏହି ସବୁ ଭିଟାମିନ୍, ଦୂରେଇ ଯିବ ଥକାପଣ

author img

By

Published : Apr 30, 2023, 7:53 AM IST

ଗ୍ରୀଷ୍ମଋତୁରେ ଶରୀର ଅଧିକ ପୋଷଣ ଆବଶ୍ୟକ କରିଥାଏ । ମାତ୍ର ସଠିକ୍ ଖାଦ୍ୟ ସେବନ ନ କରିବା ଦ୍ବାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ଖେଉଁ ଭିଟାମିନ୍ ଗ୍ରହଣ କରିବା ଦ୍ବାରା ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ, ଜାଣନ୍ତୁ

vitamins for summer
vitamins for summer

ହାଇଦ୍ରାବାଦ: ଏକ ସୁସ୍ବାସ୍ଥ୍ୟ ବଜାୟ ରଖିବା ପାଇଁ ଭିଟାମିନ୍, ପ୍ରୋଟିନ୍, ମିନେରାଲ୍ସ ନିହାତି ଆବଶ୍ୟକ । ସ୍ବାସ୍ଥ୍ୟ କଥା ଯଦି କହିବା ତେବେ ମାନବର ସର୍ବୋତ୍ତମ ବନ୍ଧୁ ହେଉଛି ଭିଟାମିନ୍ । ଏହାକୁ ଖାଦ୍ୟରେ ସଠିକ୍ ଭାବରେ ଅନ୍ତର୍ଭୁକ୍ତ କରିପାରିଲେ ସ୍ବାସ୍ଥ୍ୟ ଅବନତି ହେବାର ପ୍ରଶ୍ନ ଉଠିବ ନାହିଁ । ବର୍ତ୍ତମାନ ଗ୍ରୀଷ୍ମଋତୁ ଚାଲୁଥିବାରୁ ଭିଟାମିନ୍‌ର ଆବଶ୍ୟକତା ନିହାତି ରହିଛି ।

ଅନେକ ପ୍ରକାରର ଭିଟାମିନ୍ ଥିବାବେଳେ ଏଗୁଡିକ ମାଇକ୍ରୋ, ମାକ୍ରୋ ଏବଂ ଦ୍ରବଣୀୟ ବର୍ଗରେ ଅନ୍ତର୍ଭୁକ୍ତ । ଗ୍ରୀଷ୍ମ ଦିନରେ ଆମ ଶରୀରକୁ ଅଧିକ ଶକ୍ତି ଏବଂ ତୀବ୍ର ମେଟାବୋଲିଜିମ୍ ଆବଶ୍ୟକ । ଭିଟାମିନ୍ ସାହାଯ୍ୟରେ ଆମ ଶରୀର ଶକ୍ତି ପାଏ ଏବଂ ଏହି କାରଣରୁ ଆମେ ସୁସ୍ଥ ରହିଥାଉ । ତେବେ ଏହି ସମୟରେ କି କି ଭିଟାମିନ୍ ଗ୍ରହଣ କରିବେ, ଜାଣନ୍ତୁ

ଭିଟାମିନ୍-ଏ

ଭିଟାମିନ୍-ଏ ଦୃଷ୍ଟିଶକ୍ତି ବୃଦ୍ଧି କରିବା ସହ ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଯେହେତୁ ଆମେ ଗ୍ରୀଷ୍ମଋତୁରେ ବାହାରେ ଅଧିକ ସମୟ ବିତାଇଥାଉ, ଚର୍ମକୁ ସୂର୍ଯ୍ୟର କ୍ଷତିକାରକ ରଶ୍ମିରୁ ରକ୍ଷା କରିବା ଜରୁରୀ । ଏଥିପାଇଁ ଭିଟାମିନ୍-ଏ ସପ୍ଲିମେଣ୍ଟ ଗୁଡ଼ିକୁ ବ୍ୟାଗରେ ରଖନ୍ତୁ ଏବଂ ସମୟ ସମୟରେ ସେଗୁଡ଼ିକ ସେବନ କରନ୍ତୁ ।

ଏହା ମଧ୍ୟ ପଢନ୍ତୁ:- Frozen Shoulder: ଫ୍ରୋଜେନ୍ ସୋଲ୍ଡର୍ ସମସ୍ୟା କଣ, ଜାଣନ୍ତୁ କେମିତି କରିବେ ଚିକିତ୍ସା

ଭିଟାମିନ୍-ସି

ଯଦି ଆପଣ କେବଳ ଗୋଟିଏ ସପ୍ଲିମେଣ୍ଟ ନେବାକୁ ଚାହୁଁଛନ୍ତି, ତେବେ ଏଥିରେ ଭିଟାମିନ୍-ସି ଅନ୍ତର୍ଭୂକ୍ତ କରନ୍ତୁ । ଭିଟାମିନ୍-ସି ମଲ୍ଟି-ପର୍ପସ୍ ଭାବରେ ମଧ୍ୟ ଜଣାଶୁଣା, ଯାହା ଶରୀରର ଉତ୍ତାପକୁ ପରିଚାଳନା କରିବା ବ୍ୟତୀତ ଚର୍ମ ଦାଗକୁ ମଧ୍ୟ ରୋକିଥାଏ । ଏହା ବ୍ୟତୀତ ଭିଟାମିନ୍-ସି ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହା ଏକ ପ୍ରାକୃତିକ ଆଣ୍ଟିଅକ୍ସିଡାଣ୍ଟ ଏବଂ ଚର୍ମରେ କୋଲାଜେନ୍ ଉତ୍ପାଦନ ବୃଦ୍ଧି କରିଥାଏ ।

ଭିଟାମିନ୍-ଇ

ଭିଟାମିନ୍-ସି ପରି ଭିଟାମିନ୍-ଇ ମଧ୍ୟ ଚର୍ମକୁ ସୂର୍ଯ୍ୟଙ୍କ କ୍ଷତିକାରକ ରଶ୍ମିରୁ ରକ୍ଷା କରିଥାଏ । ଭିଟାମିନ୍-ଇ ଶରୀରର ମାଂସପେଶୀ ଶକ୍ତି ଏବଂ ଶାରୀରିକ ଶକ୍ତିକୁ ବଢାଇବାରେ ସାହାଯ୍ୟ କରେ ।

ଭିଟାମିନ୍-ଡି

ଏହାକୁ ସୂର୍ଯ୍ୟଙ୍କ ଭିଟାମିନ୍ ମଧ୍ୟ କୁହାଯାଏ । ବାସ୍ତବରେ ସୂର୍ଯ୍ୟଙ୍କଠାରୁ ଭିଟାମିନ୍-ଡି ମିଳିଥାଏ । ଗ୍ରୀଷ୍ମଋତୁରେ ଭିଟାମିନ୍-ଡି ଗ୍ରହଣ କରିବା ଅର୍ଥ ଆଗାମୀ ଶୀତ ପାଇଁ ମଧ୍ୟ ନିଜକୁ ପ୍ରସ୍ତୁତ କରିବା । ସଲମାନ ମାଛ, ଦହି ଏବଂ ପନିରରେ ଭିଟାମିନ୍-ଡି ଭରି ରହିଥାଏ । ଏଗୁଡିକ ସେବନ କଲେ ସ୍ବାସ୍ଥ୍ୟ ଜନିତ ସମସ୍ୟା ବିଶେଷ ଦେଖାଯାଏ ନାହିଁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.