ETV Bharat / sukhibhava

Dehydration: ଗ୍ରୀଷ୍ମଋତୁରେ ଖାଆନ୍ତୁ ଏହି ସବୁ ଫଳ, ଦୂର ହେବ ଡିହାଇଡ୍ରେସନ୍ ସମସ୍ୟା

author img

By

Published : Mar 15, 2023, 8:42 AM IST

ଧିରେ ଧିରେ ବଢୁଛି ଗ୍ରୀଷ୍ମ ପ୍ରବାହ । ଏହି ସମୟରେ ଡିହାଇଡ୍ରେସନ୍ ଏକ ସାଧାରଣ ସମସ୍ୟା । ଏହାକୁ ଦୂର କରିବା ପାଇଁ କଣ କରିବେ, ଜାଣନ୍ତୁ

fruits
fruits

ହାଇଦ୍ରାବାଦ: ବସନ୍ତର ଆଗମନ ସାଙ୍ଗକୁ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମଋତୁ । ସାଧାରଣତଃ ଫେବ୍ରୁଆରୀ, ମାର୍ଚ୍ଚ ପରେ ପରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ । ମାତ୍ର ବର୍ତ୍ତମାନ ବାୟୁମଣ୍ଡଳ ପ୍ରଦୂଷଣ କାରଣରୁ ଫେବ୍ରୁଆରୀରୁ ଅଧିକାଂଶ ସ୍ଥାନରେ ପାରଦ ଉପରମୁହାଁ ହେଲାଣି । ଚଳିତ ବର୍ଷ ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଉଛି । ତେବେ ଗ୍ରୀଷ୍ମଋତୁରେ ସବୁଠାରୁ ବଡ ସ୍ବାସ୍ଥ୍ୟ ସମସ୍ୟା ହେଉଛି ଡିହାଇଡ୍ରେସନ୍ ।

ଶରୀରରେ ଜଳ ଅଭାବରୁ ଡିହାଇଡ୍ରେସନ ହୋଇଥାଏ । ଏଥିରେ ବାନ୍ତି, ଝାଡ଼ା, ଦୁର୍ବଳତା ଭଳି ଲକ୍ଷଣ ଦେଖାଯାଏ । ଗ୍ରୀଷ୍ମଋତୁରେ ଏହା ଏକ ସାଧାରଣ ସମସ୍ୟା । ଡିହାଇଡ୍ରେସନର କାରଣ ହେଉଛି ଶରୀରରେ ଜଳର ଅଭାବ । ଏସବୁ ସମସ୍ୟାରୁ ସମାଧାନ ପାଇଁ ପ୍ରକୃତି ଆମକୁ ବହୁ ଉପହାର ଦେଇଛି । ଗ୍ରୀଷ୍ମଦିନରେ ମିଳୁଥିବା କେତେକ ଫଳ ରହିଛି, ଯାହା ଏହି ସମସ୍ୟାକୁ ଦୂର କରିପାରିବ । କଣ ଏହି ସବୁ ଫଳ, ଜାଣନ୍ତୁ

ତରଭୁଜ
ତରଭୁଜ

ତରଭୁଜ:-ଗ୍ରୀଷ୍ମ ଆସିବା ମାତ୍ରେ ବଜାରରେ ଖୋଲି ଯାଏ ତରଭୁଜ ପସରା । ତରଭୁଜ ଏକ ପ୍ରକାର ଜଳ ଭଣ୍ଡାର ସଦୃଶ । ତରଭୁଜ ଖାଇବା ଶରୀରରେ ଜଳର ଅଭାବ ଦୂର ହୁଏ । ଏହା ହଜମ ପ୍ରକ୍ରିୟାକୁ ମଧ୍ୟ ସୁସ୍ଥ ରଖେ । ତରଭୁଜରେ 92 ପ୍ରତିଶତ ପର୍ଯ୍ୟନ୍ତ ଜଳ ଥାଏ । ତେଣୁ ଡିହାଇଡ୍ରେସନ୍ ସମସ୍ୟାକୁ ଦୂର କରିବା ପାଇଁ ତରଭୁଜ ଖାଆନ୍ତୁ ।

କାକୁଡି
କାକୁଡି

କାକୁଡି:-ଡିହାଇଡ୍ରେସନ୍ ଭଳି ସମସ୍ୟା ହେଉଥିଲେ କାକୁଡି ଖାଇବା ଅଭ୍ୟାସ କରନ୍ତୁ । ଏଥିରେ 95 ପ୍ରତିଶତ ଜଳ ରହିଥାଏ । ଏହା ସାଙ୍ଗକୁ କାକୁଡିରେ ଥିବା ପୋଟାସିୟମ ମସ୍ତିଷ୍କକୁ ସୁସ୍ଥ ରଖେ । ଏଥିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଶରୀରକୁ ମଧ୍ୟ ସୁରକ୍ଷିତ ରଖିଥାଏ ।

କମଳା:- କମଳା ଗ୍ରୀଷ୍ମ ସମୟରେ ମଧ୍ୟ ଲାଭଦାୟକ । କମଳାରେ ଭିଟାମିନ୍-ସି ପ୍ରଚୁର ପରିମାଣରେ ମିଳିଥାଏ । ଏହି କାରଣରୁ, ଏହା କେବଳ ରୋଗ ପ୍ରତିରୋଧକ ଶକ୍ତି ଭାବରେ କାମ କରେ ନାହିଁ, ବରଂ 95 ପ୍ରତିଶତ ଜଳର ଉପସ୍ଥିତି ହେତୁ ଏହା ଶରୀରରେ ଜଳ ଅଭାବକୁ ଦୂର କରେ । ଏଥିରେ ପୋଟାସିୟମ ମଧ୍ୟ ମିଳିଥାଏ, ଯାହା ମସ୍ତିଷ୍କ ପାଇଁ ଲାଭଦାୟକ ।

ଆମ୍ବ
ଆମ୍ବ

ଆମ୍ବ:-ଆମ୍ବକୁ ଏମିତିରେ ଫଳର ରାଜା କୁହାଯାଏ ନାହିଁ । ମାଙ୍ଗାନିଜ୍, କ୍ୟାଲସିୟମ୍, ସେଲେନିୟମ୍, ଆଇରନ୍ ପରି ପୁଷ୍ଟିକର ତତ୍ତ୍ବ ଭରି ରହିଥାଏ ଆମ୍ବରେ । ଆମ୍ବ ଏକ ଭଲ ପୁଷ୍ଟିକର ଭାବରେ କାମ କରେ । ଆମ୍ବ ଜୁସ୍ ଗ୍ରୀଷ୍ମଋତୁରେ ଏକ ସର୍ବୋତ୍ତମ ପାନୀୟ । ଏହା ଶରୀରରେ ଜଳର ଅଭାବକୁ ପୂର୍ଣ୍ଣ କରିଥାଏ ।

ଅଙ୍ଗୁର
ଅଙ୍ଗୁର

ଅଙ୍ଗୁର:- ଅଙ୍ଗୁରରୁ କାର୍ବୋହାଇଡ୍ରେଟ୍, ଫାଇବର, ସୋଡିୟମ୍, ଭିଟାମିନ୍ ସହିତ ସମସ୍ତ ଜରୁରୀ ଖଣିଜ ପଦାର୍ଥ ମିଳିଥାଏ । ଏହା ମଧ୍ୟ ଶରୀରରେ ଜଳର ଅଭାବକୁ ଦୂର କରେ । ସେହିପରି ଶରୀରକୁ ଥଣ୍ଡା ରଖିବାରେ ସହାୟକ ହୁଏ ଅଙ୍ଗୁରୁ । ଏହା ଶରୀରକୁ ଶକ୍ତି ଦେବା ପାଇଁ ମଧ୍ୟ କାମ କରେ । ଡିହାଇଡ୍ରେସନ୍ ରୋକିବା ପାଇଁ ଅଙ୍ଗୁର ଖାଇବା ଏକ ଭଲ ବିକଳ୍ପ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.