ETV Bharat / sukhibhava

ପେଟ ଗରମରୁ ଦେଖାଦିଏ ଏହି ସବୁ ଲକ୍ଷଣ, ଜାଣନ୍ତୁ ଚିକିତ୍ସା ଉପାୟ

author img

By

Published : May 1, 2023, 3:46 PM IST

ତାପମାତ୍ରା ବୃଦ୍ଧି କାରଣରୁ ଗ୍ରୀଷ୍ମଋତୁରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ଏହାକୁ ଏଡାଇବା ପାଇଁ ଜାଣନ୍ତୁ ରୋଗର ଲକ୍ଷଣ ଓ କେମିତି କରିବେ ନିରାକରଣ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଗ୍ରୀଷ୍ମଋତୁରେ ପେଟ ଜନିତ ସମସ୍ୟା ଅତି ସାଧାରଣ । ତାପମାତ୍ରା ବୃଦ୍ଧି ସହ ଶରୀରରେ ଜଳୀୟଅଂଶ ହ୍ରାସ ପାଇବାରୁ ଅଧିକାଂଶ ଲୋଙ୍କର ଏହି ସମସ୍ୟା ଦେଖାଯାଏ । ଫଳରେ ପେଟ ଯନ୍ତ୍ରଣା, ଜ୍ବଳନ ଭଳି ସମସ୍ୟା ଦେଖାଯାଏ । ଏପରି କାହିଁକି ହୁଏ, ଅଧିକାଂଶ ଲୋକ ଜାଣିପାରନ୍ତି ନାହିଁ । ବାସ୍ତବରେ, ପେଟରେ ଉତ୍ତାପ ବୃଦ୍ଧି କାରଣରୁ ବା ପେଟ ଗରମରୁ ଏପରି ହୋଇଥାଏ । ଏହି ସମସ୍ୟା ହେଲେ ବିଭିନ୍ନ ଲକ୍ଷଣ ଦେଖାଯାଏ, କଣ ସେହି ସବୁ ଲକ୍ଷଣ, ଜାଣନ୍ତୁ...

ପେଟରେ ଉତ୍ତାପ ବୃଦ୍ଧିର ଲକ୍ଷଣ

ଅମ୍ଳତା

ଜ୍ବଳନ

ଫୁଲିବା

ବାନ୍ତି

ଭୋକ ନଷ୍ଟ

ପେଟ ବଥା

ପେଟ ଯନ୍ତ୍ରଣା

ବାରମ୍ବାର ଶୌଚ ଲାଗିବା

ପେଟରେ ଉତ୍ତାପ ବୃଦ୍ଧିର କାରଣ

କମ୍ ପାଣି ପିଇବା

ଅତ୍ୟଧିକ ଆମିଷ ଖାଇବା

ମସଲାଯୁକ୍ତ ଖାଦ୍ୟ

ଭଜା ଖାଦ୍ୟ

ଧୂମପାନ ପାନ

ଉଚ୍ଚ କ୍ଷମତା ବିଶିଷ୍ଟ ଔଷଧର ବ୍ୟବହାର

ବହୁତ ସମୟ ପର୍ଯ୍ୟନ୍ତ ଭୋକରେ ରହିବା

ଅଧିକ ଚା କଫି ପିଇବା

ପେଟ ଉତ୍ତାପର ଚିକିତ୍ସା

ଥଣ୍ଡା ଖାଦ୍ୟ ଖାଆନ୍ତୁ

ପ୍ରଚୁର ପାଣି ପିଅନ୍ତୁ

ମୌସୁମୀ ଫଳ ଜୁସ୍ ପିଅନ୍ତୁ

କଦଳୀ, କାକୁଡି ଆଦି ଥଣ୍ଡା ଜାତୀୟ ଖାଦ୍ୟ ଖାଆନ୍ତୁ

ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ

ସ୍ବଚ୍ଛ ପାଣି ପିଅନ୍ତୁ

ସମସ୍ୟା ଗୁରୁତର ହେଲେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ

ପେଟର ଉତ୍ତାପକୁ ଦୂର କରିବା ପାଇଁ ଆଲୋଭେରା ଜୁସ୍ ପିଇପାରିବେ । ଏହା ପେଟକୁ ଥଣ୍ଡା ରଖିଥାଏ । ପେଟର ଉତ୍ତାପକୁ ଦୂର କରିବା ପାଇଁ ପଇଡ ପାଣି ମଧ୍ୟ ବହୁତ ସାହାଯ୍ୟକାରୀ । ନିୟମିତ ଭାବେ ଏକ ଗ୍ଲାସ୍ ପଇଡ ପାଣି ପିଅନ୍ତୁ । ପେଟର ଉତ୍ତାପ ମଧ୍ୟ ଅଁଳା ବ୍ୟବହାର କରିବା ଦ୍ବାରା ଦୂର ହୋଇପାରେ । ଅଁଳା ପେଟ ଉପରେ ଥଣ୍ଡା ପ୍ରଭାବ ପକାଇଥାଏ । ପୋଦିନା ମଧ୍ୟ ପେଟ ପାଇଁ ବେଶ୍ ଉପକାରୀ । ପୋଦିନା ଖାଇବା ଦ୍ବାରା ପେଟର ଉତ୍ତାପ ହ୍ରାସପାଏ । ଲେମ୍ବୁ ରସ ସହ ମିଶାଇ ପୋଦିନା ରସ ପିଅନ୍ତୁ । ଏହା ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.