ETV Bharat / sukhibhava

Pineapple Water: ସପୁରୀ ପାଣି ପିଇଲେ ଦୂରହୁଏ ଏହି ସବୁ ସ୍ବାସ୍ଥ୍ୟ ସମସ୍ୟା

author img

By

Published : Mar 25, 2023, 1:37 PM IST

ସପୁରୀ ଓ ଏହାର ଜୁସ୍ ନିଶ୍ଚିତ ଭାବରେ ପିଇଥିବେ । ଏଥିସହ ସପୁରୀର ଉପକାରିତା ବାବଦରେ ମଧ୍ୟ ଜାଣିଥିବେ । ହେଲେ ସପୁରୀ ପାଣି କେବେ ପିଇଛନ୍ତି କି ? କିପରି ସପୁରୀ ପାଣି ପ୍ରସ୍ତୁତ କରିବେ ଏବଂ ଏହା ସ୍ବାସ୍ଥ୍ୟକୁ କି କି ଉପକାରୀ ଗୁଣ ଦେଇଥାଏ, ଜାଣନ୍ତୁ...

Pineapple Water
Pineapple Water

ହାଇଦ୍ରାବାଦ: ଗ୍ରୀଷ୍ମଋତୁରେ ସପୁରୀ ଏବଂ ଏହାର ଜୁସ୍ ନିଶ୍ଚିତ ଭାବରେ ପିଇଥିବେ । ହେଲେ କେବେ ସପୁରୀ ପାଣି ପିଇଛନ୍ତି ? ମନରେ ଏହି ପ୍ରଶ୍ନ ନିଶ୍ଚୟ ଆସୁଥିବ କି, ସପୁରୀରେ ପାଣି ଆସିବ କେଉଁଠୁ, ଏହାକୁ ତ କେବଳ ଫଳ ପରି ଖଣ୍ଡ ଖଣ୍ଡ କରି କିମ୍ବା ଜୁସ୍ ଆକାରରେ ପିଆଯାଇ ପାରିବ । ଏପରି ନୁହଏ, ସପୁରୀ ପାଣି ମଧ୍ୟ ପିଇପାରିବେ । ଏହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ସପୁରୀ ପାଣି କିପରି ପ୍ରସ୍ତୁତ କରିବେ ଏବଂ ଏହା ସ୍ବାସ୍ଥ୍ୟକୁ କି କି ଉପକାରୀ ଗୁଣ ଦେଇଥାଏ, ଜାଣନ୍ତୁ...

ସପୁରୀ ପାଣି ପ୍ରସ୍ତୁତ ପାଇଁ ଛୋଟ ଖଣ୍ଡ କାଟି ଏହାକୁ ଏକ ଗ୍ଲାସ୍ ପାଣିରେ କିଛି ସମୟ ପାଇଁ ରଖିଦିଅନ୍ତୁ । ଏହି ପାଣି ପିଇବା ଫଳରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ଶରୀର ହାଇଡ୍ରେଟ୍ ରହିଥାଏ ଏବଂ ପ୍ରଦାହ ଦୂରହୁଏ । ଅନ୍ୟାନ୍ୟ କେତେକ ଉପକାରିତା ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...

Pineapple Water
Pineapple Water

ଶରୀରକୁ ହାଇଡ୍ରେଟ୍ କରେ:- ଆମ ଶରୀର ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ହାଇଡ୍ରେଟେଡ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ ଡାକ୍ତରମାନେ ଦିନସାରା 8 ରୁ 10 ଗ୍ଲାସ୍ ପାଣି ପିଇବାକୁ ପରାମର୍ଶ ଦିଅନ୍ତି । କିନ୍ତୁ କିଛି ଲୋକ ପାଣି ପିଇବାକୁ ପସନ୍ଦ କରନ୍ତିନି । ଏହି କାରଣରୁ, ଡିହାଇଡ୍ରେସନ୍, ଥକ୍କା, ମୁଣ୍ଡବିନ୍ଧା ଭଳି ସମସ୍ୟା ହୁଏ । ଏପରି ପରିସ୍ଥିତିରେ ପାଣିରେ ସପୁରୀ ମିଶାଇ ଏକ ସ୍ବାଦଯୁକ୍ତ ପାନୀୟ ପ୍ରସ୍ତୁତ କରିପାରିବେ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକରେ:-ସପୁରୀ ଭିଟାମିନ୍ ସି ଏବଂ ମାଙ୍ଗାନିଜ୍‌ର ଏକ ଉତ୍ତମ ଉତ୍ସ, ଯାହା ପ୍ରତିରକ୍ଷା ପ୍ରଣାଳୀକୁ ଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଗୋଟିଏ କପ୍ ସପୁରୀ ପାଣିରୁ 79 ମିଗ୍ରା ଭିଟାମିନ୍ ସି ମିଳିଥାଏ ।

Pineapple juice
Pineapple Juice

ପ୍ରଦାହକୁ ହ୍ରାସ କରନ୍ତୁ:- ସପୁରୀ ପାଣିରେ ବ୍ରୋମେଲାଇନ୍ ଲବଣ ଯୌଗିକ ଥାଏ ଯାହାକି ଏନଜାଇମର ଏକ ଗୋଷ୍ଠୀ । ଯଦି ସପୁରୀ ପାଣିର ଜଳ ନିୟମିତ ପିଆଯାଏ ତେବେ ଏହା ପ୍ରଦାହକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ବାସ୍ତବରେ ବ୍ରୋମେଲାଇନ୍ ହେଉଛି ଜଳ ଦ୍ରବଣୀୟ ଯାହା ଶରୀରରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ପ୍ରଭାବ ଥିବା ଜଣାଯାଏ । ଏହା ବ୍ୟତୀତ, ବ୍ରୋମେଲାଇନ୍ ସାଇନୁସାଇଟିସରେ ପୀଡିତ ଲୋକଙ୍କ ନାକ ଫୁଲାକୁ ମଧ୍ୟ ହ୍ରାସ କରିପାରେ ।

ତ୍ୱଚା ପାଇଁ ଲାଭଦାୟକ:- ସପୁରୀ ପାଣି ପିଇଲେ ତ୍ୱଚାରେ ଚମକ ଆସିପାରେ । ଏହି କାରଣରୁ ଚର୍ମର ନମନୀୟତା ମଧ୍ୟ ବୃଦ୍ଧିପାଏ । ଏହାସବ ଡିଟକ୍ସ ଏବଂ ପିମ୍ପଲ୍ ଭଳି ସମସ୍ୟା ମଧ୍ୟ ଦୂର ହୋଇଯାଏ ।

Pineapple
Pineapple

ହଜମ ଶକ୍ତି ବୃଦ୍ଧି କରେ:- ହଜମ ଶକ୍ତିକୁ ସୁସ୍ଥ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଆବଶ୍ୟକ । ଯଦି ଶରୀରରେ ଜଳର ଅଭାବ ଥାଏ, ତେବେ କୋଷ୍ଠକାଠିନ୍ୟର ସମସ୍ୟା ହୋଇପାରେ । ଏପରି ପରିସ୍ଥିତିରେ, ଯଦି ସପୁରୀ ପାଣି ପିଅନ୍ତି, ତେବେ ଏହା ହଜମ ଶକ୍ତି ବୃଦ୍ଧି କରିପାରିବ । ଏହା ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନ କରିବାରେ ସାହାଯ୍ୟ କରିଥାଏ ।

ଶର୍କରା ଗ୍ରହଣକୁ ହ୍ରାସ କରେ:- ସପୁରୀ ପାଣି ସୋଡାର ଏକ ବିକଳ୍ପ ଭାବରେ କାର୍ଯ୍ୟକରେ । ସୋଡାରେ ଥିବା ଶର୍କରା ଭାଗ ସ୍ବାସ୍ଥ୍ୟ ପାଇଁ ହାନିକାରକ । ତେଣୁ ସୋଡା ସେବନ ପରିମାଣକୁ ହ୍ରାସ କରିବା ପାଇଁ ଫିଜି ସପୁରୀ ପାଣି ପିଅନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.