ETV Bharat / science-and-technology

ଭାରତରେ ସବୁଠୁ କମନ ପାସୱାର୍ଡ କଣ, ଜାଣନ୍ତି କି ?

author img

By ETV Bharat Odisha Team

Published : Nov 16, 2023, 5:43 PM IST

Most common password among Indians in 2023: ନର୍ଡପାସ୍ ପକ୍ଷରୁ 2023 ବର୍ଷର ସବୁଠୁ ଦୁର୍ବଳ ପାସୱାର୍ଡକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ସମଗ୍ର ବିଶ୍ବ ବାସୀ ଏବଂ ଭାରତୀୟ ମାନେ '123456'କୁ ସବୁଠୁ ବ୍ୟବହୃତ କମନ ପାସୱାର୍ଡ ରୂପେ ବ୍ୟବହାର କରିଛନ୍ତି । ଅଧିକ ପଢନ୍ତୁ ।

ପ୍ରକାଶ ପାଇଲା ପାସୱାର୍ଡ କୁ ନେଇ ରିପୋର୍ଟ,  123456 ସବୁଠୁ ଅଧିକ ବ୍ୟବହୃତ କମନ ପାସୱାର୍ଡ
ପ୍ରକାଶ ପାଇଲା ପାସୱାର୍ଡ କୁ ନେଇ ରିପୋର୍ଟ, 123456 ସବୁଠୁ ଅଧିକ ବ୍ୟବହୃତ କମନ ପାସୱାର୍ଡ

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ଚଳିତ 2023 ବର୍ଷର କଣ ରହିଛି ସବୁଠୁ ଅଧିକ ବ୍ୟବହୃତ କମନ ବା ସାଧାରଣ ପାସୱାର୍ଡ । ଗୁରୁବାର ଦିନ ପାସୱାର୍ଡ ମ୍ୟାନେଜମେଣ୍ଟ କମ୍ପାନୀ ନର୍ଡପାସ୍ ଲୋକମାନେ ନିଜର ଷ୍ଟ୍ରିମିଙ୍ଗ ଆକାଉଣ୍ଟ ପାଇଁ ବ୍ୟବହାର କରୁଥିବା ଦୁର୍ବଳ ପାସୱାର୍ଡକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । ତେବେ ସମଗ୍ର ବିଶ୍ବବାସୀ ଏବଂ ଭାରତୀୟ ମାନେ '123456'କୁ ସବୁଠୁ ଅଧିକ ବ୍ୟବହୃତ କମନ ପାସୱାର୍ଡ ରୂପେ ବ୍ୟବହାର କରିଛନ୍ତି ।

ଏପରିକି କୌଣସି ନିର୍ଦ୍ଧିଷ୍ଟ ସ୍ଥାନର ନାମକୁ ମଧ୍ୟ ନିଜ ପାସୱାର୍ଡ ରୂପେ ବ୍ୟବହାର କରିଛନ୍ତି । ବିଶ୍ବସ୍ତରରେ ଇଣ୍ଟରନେଟ ବ୍ୟବହାରକାରୀ ମାନେ ସାଧାରଣତଃ ବିଭିନ୍ନ ଦେଶ କିମ୍ବା ସହରକୁ ସର୍ଚ୍ଚ କରିଥାନ୍ତି । ଆମ ଦେଶ ଭାରତ ମଧ୍ୟ ଏଥିରୁ ବାଦ ପଡିନାହିଁ । ରିପୋର୍ଟ ମୁତାବକ 'ଇଣ୍ଡିଆ@123' ଶୀର୍ଷକ ପାସୱାର୍ଡ ଏହି ତାଲିକାରେ ସର୍ବୋଚ୍ଚ ସ୍ଥାନରେ ରହିଛି । 'ଆଡମିନ' ଶବ୍ଦକୁ ମଧ୍ୟ ଏହି ବର୍ଷ ଭାରତ ଏବଂ ସାରା ବିଶ୍ବରେ ସବୁଠୁ କମନ ପାସୱାର୍ଡ ଭାବେ ବ୍ୟବହୃତ ହୋଇଛି ଯାହାକୁ ଲୋକ ମାନେ ବଦଳାଇବାକୁ ମଧ୍ୟ ଚାହିଁ ନାହାନ୍ତି । ପୂର୍ବ ବର୍ଷର ବିଶ୍ବ ବିଜେତା ପାସୱାର୍ଡ ଶବ୍ଦ ମଧ୍ୟ ଏ କ୍ଷେତ୍ରରେ ପଛରେ ନାହିଁ । ଭାରତରେ 'ପାସୱାର୍ଡ', 'ପାସ୍@123', 'ପାସୱାର୍ଡ@123' ଏପରି ଅନେକ ଶବ୍ଦ ଏହି ବର୍ଷ ସବୁଠୁ ବ୍ୟବହୃତ କମନ ପାସୱାର୍ଡ ଭାବେ ବ୍ୟବହୃତ ହୋଇଛି ।

ଏହା ମଧ୍ୟ ପଢନ୍ତୁ .... ଗୁଗୁଲ ପ୍ଲେ ଷ୍ଟୋର ଜଣାଇବ ସୁରକ୍ଷିତ ଭିପିଏନ ଆପ୍, ରହିବନି ହ୍ୟାକିଙ୍ଗ ଡର

ଗବେଷକ ମାନେ ବିଭିନ୍ନ ଅସୁରକ୍ଷିତ ମାଲୱେର ଦ୍ବାରା ହ୍ୟାକ୍ ହୋଇଥିବା ଇଣ୍ଟରନେଟ ବ୍ୟବହାର କାରୀ ମାନେ ବିଭିନ୍ନ ପ୍ଲାଟଫର୍ମ ପାଇଁ ବ୍ୟବହାର କରୁଥିବା ନାନା ପାସୱାର୍ଡର 6.6 ଟିବିର ଡାଟାବେସକୁ ବିଷ୍ଳେଷଣ କରିଥିଲେ । ଯାହାକୁ ନେଇ ଇଣ୍ଟରନେଟ ବ୍ୟବହାରକାରୀ ଅନଭିଜ୍ଞ ଅଟନ୍ତି । ସାରା ବିଶ୍ବରେ ବ୍ୟବହୃତ ଲୋକପ୍ରିୟ ପାସୱାର୍ଡ ମଧ୍ୟରୁ ପ୍ରାୟ 31 ପ୍ରତିଶତ ସଂଖ୍ୟାଗତ ଅନୁକ୍ରମରେ ତିଆରି ହୋଇଥାଏ, ଯେମିତିକି '123456789', '12345', '000000' ଇତ୍ୟାଦି ।

ରିପୋର୍ଟ ମୁତାବକ ଏ ବର୍ଷର ବୈଶ୍ବିକ ସୂଚୀରେ ସାମିଲ 70 ପ୍ରତିଶତ ପାସୱାର୍ଡକୁ ଏକ ସେକେଣ୍ଡରେ କ୍ରାକ୍ କରାଯାଇ ପାରିବ । ଗବେଷକ ମାନେ ସଶକ୍ତ ସାଇବର ସୁରକ୍ଷା ପାଇଁ ପାସ୍ କିଜର ବ୍ୟବହାରକୁ ଗୁରୁତ୍ବ ଦେଇଛନ୍ତି । ଏହି ଟେକ୍ନୋଲୋଜି ଦୁର୍ବଳ ପାସୱାର୍ଡ ଗୁଡିକୁ ହଟେଇବାରେ ସାହାର୍ଯ୍ୟ କରିବା ସହ ୟୁଜରଙ୍କୁ ଅଧିକ ସୁରକ୍ଷିତ ରଖିପାରିବ । ତଥାପି ପ୍ରତ୍ୟେକ ନୂଆ ଉଦ୍ଭାବନ ସହିତ ପାସୱାର୍ଡ ରହିତ ଅଥେଣ୍ଟିକେଶନକୁ ରାତାରାତି ଆପଣେଇବା ସମ୍ଭବପର ନୁହେଁ ବୋଲି ନର୍ଡପାସର ବୈଷୟିକ ଅଧିକାର ଥୋମାସ ସ୍ମାଲକିସ୍ କହିଛନ୍ତି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.