ETV Bharat / international

ଆରବ ସାଗରରେ ମାର୍କୋସ କମାଣ୍ଡୋଙ୍କ ସଫଳ ଅପରେସନ, 15 ଭାରତୀୟ କ୍ର୍ୟୁ ମେମ୍ବର ସୁରକ୍ଷିତ ଉଦ୍ଧାର

author img

By ETV Bharat Odisha Team

Published : Jan 5, 2024, 8:00 PM IST

Updated : Jan 5, 2024, 8:37 PM IST

MV Lila Norfolk hijacked: ସୋମାଲିଆରୁ MV Lila Norfolk ଜାହାଜ ଅପହୃତ ଘଟଣା । ଭାରତୀୟ କମାଣ୍ଡୋଙ୍କ ସଫଳ ଅପରେସନ । ସୁରକ୍ଷିତ ଉଦ୍ଧାର ହେଲେ ୧୫ ଭାରତୀୟ କ୍ରୁ ମେମ୍ବର । ଅଧିକ ପଢନ୍ତୁ

MV Lila Norfolk hijacked
MV Lila Norfolk hijacked

ନୂଆଦିଲ୍ଲୀ: ସୋମାଲିଆ ସାମୁଦ୍ରିକ ଅଞ୍ଚଳ ଲାଇବେରିଆ ପତାକା ଥିବା ଏକ ମାଲବାହୀ ଜାହାଜ ଅପହରଣ ଘଟଣା । ଭାରତୀୟ କମାଣ୍ଡୋଙ୍କ ସଫଳ ଅପରେସନରେ ଉଦ୍ଧାର ହୋଇଛନ୍ତି ସମସ୍ତ ଭାରତୀୟ କ୍ରୁ ମେମ୍ବର । ଏହାବାଦ ଅନ୍ୟ କ୍ରୁ ମେମ୍ବରଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ସେପଟେ ଭାରତୀୟ ନୌସେନାର ମୁଖ୍ୟ ଆଡମିରାଲ ଆର ହରି କୁମାର ଆରବ ସାଗରରେ ସମୁଦ୍ର ଲୁଟେରାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଭାରତୀୟ ଯୁଦ୍ଧପୋତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବ୍ୟାପାର ଜାହାଜକୁ ସମୁଦ୍ର ଲୁଟେରାଙ୍କଠାରୁ ରକ୍ଷା କରିବା ଲାଗି ଭାରତୀୟ ନୌସେନାର ୪ ଯୁଦ୍ଧପୋତକୁ ନିୟୋଜିତ କରାଯାଇଛି ।

  • Indian naval warship INS Chennai has reached the hijacked vessel MV Lila Norfolk off Somalia coast. The Indian warship has launched its helicopter and issued warning to pirates to abandon the hijacked vessel. The Indian crew on board are safe and Marine Commandos MARCOS are ready… pic.twitter.com/hYYREridg3

    — ANI (@ANI) January 5, 2024 " class="align-text-top noRightClick twitterSection" data=" ">

ନୌସେନା ଆରମ୍ଭ କରିଥିଲା ଅପରେସନ:- ଏହି ଅପହୃତ ଜାହାଜରେ ଚାଳକଙ୍କ ସମେତ ଥିଲେ ୧୫ ଜଣ ଭାରତୀୟ । ଏହି ଖବର ପାଇବା ମାତ୍ରେ ଆକ୍ଟିଭ ମୋଡକୁ ଆସିଥିଲା ଭାରତୀୟ ନୌସେନା । ସ୍ଥିତି ଉପରେ ନଜର ରଖିବା ସହିତ ଭାରତୀୟ କ୍ରୁ ମେମ୍ବରକୁ ସୁରକ୍ଷା ଦେବା ଲାଗି ଯୁଦ୍ଧପୋତ INS ଚେନ୍ନାଇକୁ ଘଟଣାସ୍ଥଳକୁ ପଠାଯାଇଥିଲା । ଏହାସହିତ ଅପହୃତ ହୋଇଥିବା ଜାହାଜ ଏମଭି ଲିଲା ନରଫକ୍‌ ଉପରେ ଭାରତୀୟ ନୌସେନା କଡ଼ା ନଜର ରଖିଥିଲା । ଆଇଏନଏସ ଚେନ୍ନାଇରେ ଥିବା ଭାରତୀୟ କମାଣ୍ଡୋମାନେ ଅପହୃତ ଜାହାଜ ନିକଟରେ ପହଞ୍ଚି ସାରିଥିବା ବେଳେ ସାନିଟାଇଜେନ (ଆଗକୁ ବଢିବାକୁ ରାସ୍ତା ସୁରକ୍ଷିତ ଅଛି କି ନାହିଁ ତାହା ଯାଞ୍ଚ କରିବା) ଅପରେସନ ଆରମ୍ଭ କରିଦେିଥିଲେ । ସାନିଟାଇଜେନ ଅପରେସନ ଶେଷ ହେବା ପରେ ଜାହାଜର ଉପରିଭାଗରୁ ଧୀରେ ଧୀରେ ଜାହାଜ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରାଯାଇଥିଲା । ସମୁଦ୍ର ମଧ୍ୟରେ ଜାରି ଥିବା ଏହି ଗୁରୁତ୍ବପୂର୍ଣ୍ଣ ଅପରେସନ ଉପରେ ଭାରତୀୟ ନୌସେନା ହେଡକ୍ବାର୍ଟର କଡା ନଜର ରଖିଥିଲା । ଶେଷରେ ସମସ୍ତ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ମିଲିଟାରୀ ସୂତ୍ରରୁ ସୂଚନା ମିଳିଛି ।

ଏହା ବି ପଢନ୍ତୁ- ଆରବ ସାଗରରେ ଜାହାଜ ଅପହରଣ, ଥିଲେ 15 ଭାରତୀୟ କ୍ରୁ ମେମ୍ବର

ଭାରତୀୟ ନୌସେନାର ଜଣେ ଅଧିକାରୀଙ୍କ କହିବାନୁସାରେ ଏ ସମ୍ପର୍କରେ ଗତକାଲି (ଜାନୁଆରୀ ୪)ରେ ସୂଚନା ମିଳିଥିଲା । ଅପହୃତ ହୋଇଥିବା ଜାହାଜଟି ବ୍ରିଟେନର ମେରିଟାଇମ ଟ୍ରେଡ ଅପରେସନ (UKMTO) ପୋର୍ଟାଲକୁ ଏକ ବାର୍ତ୍ତା ପଠାଇଥିଲା । ଏଥିରେ କୁହାଯାଇଥିଲା ଯେ ଜାନୁଆରୀ ୪ ତାରିଖ ସନ୍ଧ୍ୟା ସମୟରେ ପ୍ରାୟ ୫ରୁ ୬ ଜଣ ଅସ୍ତ୍ରଶସ୍ତ୍ର ସହିତ ଜାହାଜ ଭିତରେ ପ୍ରବେଶ କରିଥିଲେ ଓ ଏହାପରେ ଜାହାଜକୁ ଅପହରଣ କରିଥିଲେ । ତେବେ ଏହି ଜାହାଜକୁ ସୁରକ୍ଷିତ ଉଦ୍ଧାର ସହିତ ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ଭାରତୀୟ ନୌସେନା ଯେକୌଣସି ପରିସ୍ଥିତିର ସାମ୍ନା କରିବା ଲାଗି ପ୍ରସ୍ତୁତ ବୋଲି କହିଛି ।

  • All the crew, including 15 Indians, onboard the hijacked vessel MV Lila Norfolk have been secured and are safe. Indian Navy Marine Commandos are carrying out sanitisation operations in other parts of the vessel: Military officials to ANI pic.twitter.com/HUToLWJUO9

    — ANI (@ANI) January 5, 2024 " class="align-text-top noRightClick twitterSection" data=" ">

ଅପହୃତ ହୋଇଥିବା ଜାହାଜ ଉପରେ ଭାରତୀୟ ନୌସେନା କଡା ନଜର ରଖିଛି । ଭାରତୀୟଙ୍କ ସୁରକ୍ଷା ଲାଗି ଏହି ଅପହୃତ ଜାହାଜ ପଛରେ ରହିଛି INS ଚେନ୍ନାଇକୁ ପଠାଯାଇଥିଲା । ସାମୁଦ୍ରିକ ଟ୍ରାଫିକର ସୂଚନାନୁସାରେ ଅପହୃତ ଜାହାଜଟି ବ୍ରାଜିଲର ପୋର୍ଟୋ ଡୁ ଏକୁରୁ ବାହାରିନର ଖଲିଫା ବିନ ସଲମାନ ପୋର୍ଟ ଯାଉଛି । ଏହା ଜାନୁଆରୀ ୧୧ରେ ପହଞ୍ଚିବ । ଭାରତୀୟ କ୍ରୁ ମେମ୍ବରଙ୍କ ସହିତ ଯୋଗାଯୋଗ ସ୍ଥାପନ କରାଯାଇଥିବା ବେଳେ ସମସ୍ତେ ଜାହାଜର ଏକ ରୁମ ଭିତରେ ସୁରକ୍ଷିତ ଅଛନ୍ତି । ଭାରତୀୟ କମାଣ୍ଡୋ ସଫଳତାର ସହିତ ପ୍ରବେଶ କରି ଆତତାୟୀଙ୍କଠାରୁ ଭାରତୀୟଙ୍କୁ ରକ୍ଷା କରିବାକୁ ଉଦ୍ୟମ କରି ଶେଷରେ ସଫଳ ହୋଇଛନ୍ତି ।

  • Indian Navy Chief Admiral R Hari Kumar has issued directives to the Indian warships operating in the Arabian Sea to take the strictest possible action against the pirates. Four Indian Navy warships are mission deployed in the Arabian Sea to deter attacks on merchant ships in the… pic.twitter.com/rZNatUuHRz

    — ANI (@ANI) January 5, 2024 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 5, 2024, 8:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.