ETV Bharat / technology

ଏପ୍ରିଲ 8ରେ ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଭାରତରେ ହେବ କି ଦୃଶ୍ୟମାନ ? - Solar Eclipse

author img

By ETV Bharat Odisha Team

Published : Mar 30, 2024, 10:21 AM IST

Solar Eclipse 2024: 8 ଏପ୍ରିଲ 2024ରେ ସୂର୍ଯ୍ୟପରାଗ ହେବ । ଏହା ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ ଅଟେ । କାନାଡା, ମେକ୍ସିକୋ, ଆମେରିକା ଏବଂ ବ୍ରିଟେନ ସମେତ ବିଭିନ୍ନ ଦେଶରେ ଏହା ଅନୁଭୂତ ହେବ । ଅଧିକ ପଢନ୍ତୁ

Solar Eclipse 2024
Solar Eclipse 2024

ହାଇଦ୍ରାବାଦ: ଆସନ୍ତା ମାସରେ ହେବ ସୂର୍ଯ୍ୟପରାଗ । ଏପ୍ରିଲ ମାସ 8 ତାରିଖରେ ଏହି ସୂର୍ଯ୍ୟପରାଗ ହେବ । ଏହା ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ । ବୈଜ୍ଞାନିକ ଦୃଷ୍ଟି କୋଣରୁ ସୂର୍ଯ୍ୟପରାଗ କେବଳ ଜ୍ୟୋତିର୍ବିଜ୍ଞାନିକ ଘଟଣା ହୋଇଥିଲେ ହେଁ ଧାର୍ମିକ ଦୃଷ୍ଟିକୋଣରୁ ଏହା ଶୁଭ ବୋଲି ବିବେଚନା କରାଯାଏ ନାହିଁ । ଜ୍ୟୋତିଷଶାସ୍ତ୍ର ଅନୁସାରେ, ସୂର୍ଯ୍ୟପରାଗ ସମୟରେ ଆମ ଚାରି ପାଖରେ ରହିଥିବା ପଦାର୍ଥ ମଧ୍ୟ ପ୍ରଭାବିତ ହୋଇଥାଏ । ପ୍ରକାଶଥାଉକି ଏହା ପୂର୍ବରୁ ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଗତ ମାର୍ଚ୍ଚ 25 ତାରିଖରେ ହୋଇଥିବା ବେଳେ ଏହା ଭାରତରେ ଦୃଶ୍ୟମାନ ହୋଇନଥିଲା । ଏହାରି ଭିତରେ ଏପ୍ରିଲ 8 ତାରିଖରେ ଦେଶର ପ୍ରଥମ ସୂର୍ଯ୍ୟପରାଗ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ଲୋକମାନଙ୍କ ମନରେ ପ୍ରଶ୍ନ ଉଠୁଛି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନି ନାହିଁ ? ଏହାର ପ୍ରଭାବ କଣ ହେବ ?

2024ର ପ୍ରଥମ ସୂର୍ଯ୍ୟପରାଗ: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ 8 ତାରିଖରେ ହେବ । ଭାରତୀୟ ସମୟ ଅନୁସାରେ, ଏହି ସୂର୍ଯ୍ୟପରାଗ ଏପ୍ରିଲ 8 ତାରିଖ ରାତି 2ଟା 12ରେ ଆରମ୍ଭ ହୋଇ ଏପ୍ରିଲ 9 ତାରିଖ ଭୋର 2ଟା 22 ମିନିଟରେ ଶେଷ ହେବ ।

ଏହା ମଧ୍ୟ ପଢନ୍ତୁ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, 100 ବର୍ଷ ପରେ ଲାଗିବ ଗ୍ରହଣ - LUNAR ECLIPSE ON HOLI

କେଉଁଠାରେ ହେବ ଦୃଶ୍ୟମାନ: 2024 ବର୍ଷର ପ୍ରଥମ ସୂର୍ଯ୍ୟପରାଗ କାନାଡା, ମେକ୍ସିକୋ, ଆମେରିକା, ଅରୁବା, ବର୍ବୁଣ୍ଡା, କାରିବିଆନ୍ ନେଦରଲ୍ୟାଣ୍ଡ, କଲମ୍ବିଆ, କୋଷ୍ଟାରିକା, କ୍ୟୁବା, ଡୋମିନିକା, ଗ୍ରୀନଲ୍ୟାଣ୍ଡ, ଆୟର୍ଲାଣ୍ଡ, ଆଇସଲ୍ୟାଣ୍ଡ, ଜାମାଇକା, ନରୱେ, ପାନାମା, ନିକାରାଗୁଆ, ଋଷ, ପୋର୍ତ୍ତୋରିକୋ, ସେଣ୍ଟ ମାର୍ଟିନ, ସ୍ପେନ, ବାହାମାସ, ବ୍ରିଟେନ ଏବଂ ଭେନେଜୁଏଲା ସମେତ ବିଶ୍ବର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହେବ ।

ଭାରତରେ ଦୃଶ୍ୟମାନ ହେବ କି ?: ପ୍ରଥମ ଚନ୍ଦ୍ରଗ୍ରହଣ ପରି ସୂର୍ଯ୍ୟପରାଗ ମଧ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ ।

ସୂର୍ଯ୍ୟପରାଗ କଣ: ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଯେତେବେଳେ ଅବସ୍ଥାନ କରନ୍ତି, ସେହି ସମୟରେ ସୂର୍ଯ୍ୟକିରଣ ପୃଥିବୀ ଉପରେ ପଡିନଥାଏ ଯାହାକୁ ସୂର୍ଯ୍ୟପରାଗ କୁହନ୍ତି । ଏହି ସମୟରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଏକ ସରଳରେଖାରେ ରହିଥାନ୍ତି । ବେଳେବେଳେ ଚନ୍ଦ୍ର କେବଳ ସୂର୍ଯ୍ୟଙ୍କ ଆଲୋକର କିଛି ଅଂଶକୁ ଅବରୋଧ କରିଥାଏ । ଏହାକୁ ଆଂଶିକ ସୂର୍ଯ୍ୟପରାଗ କୁହାଯାଏ । ସେହିପରି ଚନ୍ଦ୍ର ଯେବେ ସୂର୍ଯ୍ୟଙ୍କ ସମ୍ପୂର୍ଣ୍ଣ ଆଲୋକକୁ ଅବରୋଧ କରେ ତାହାକୁ ପୂର୍ଣ୍ଣ ସୂର୍ଯ୍ୟପରାଗ କୁହନ୍ତି । ବିଶ୍ବରେ ପୂର୍ଣ୍ଣ , ଆଶିଂକ, ବାର୍ଷିକ ଓ ହାଇବ୍ରିଡ ଆଦି ଚାରି ପ୍ରକାରର ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.