ETV Bharat / state

ରାଜ୍ୟକୁ ପୁଣି ଫେରିଛି ତାତି, ବିଭିନ୍ନ ସ୍ଥାନରେ ୪୦ ଡିଗ୍ରୀ ପାର ହେବ ତାପମାତ୍ରା - Odisha Weather

author img

By ETV Bharat Odisha Team

Published : May 15, 2024, 6:21 PM IST

Odisha Weather Update: ପୁଣିଥରେ ଫେରିବାକୁ ଯାଉଛି ତାତି । 2ରୁ 5 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା । ଅଧିକ ପଢ଼ନ୍ତୁ

ରାଜ୍ୟକୁ ପୁଣି ଫେରିଛି ତାତି, ବିଭିନ୍ନ ସ୍ଥାନରେ ୪୦ ଡିଗ୍ରୀ ପାର ହେବ ତାପମାତ୍ରା
ରାଜ୍ୟକୁ ପୁଣି ଫେରିଛି ତାତି, ବିଭିନ୍ନ ସ୍ଥାନରେ ୪୦ ଡିଗ୍ରୀ ପାର ହେବ ତାପମାତ୍ରା (ETV Bharat Odisha)

ରାଜ୍ୟକୁ ପୁଣି ଫେରିଛି ତାତି, ବିଭିନ୍ନ ସ୍ଥାନରେ ୪୦ ଡିଗ୍ରୀ ପାର ହେବ ତାପମାତ୍ରା (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପବନ ଯୋଗୁଁ ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ହ୍ରାସ ପାଇଛି । ଏବେ ପୁଣିଥରେ ଫେରିବାକୁ ଯାଉଛି ତାତି । ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଊର୍ଦ୍ଧ୍ବ ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ବୃଦ୍ଧି ପାଇବା ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ରାଜ୍ୟକୁ ପୁଣି ଫେରିଛି ତାତି
ରାଜ୍ୟକୁ ପୁଣି ଫେରିଛି ତାତି (@mcbbsr)

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କୁ ସୂଚନା ଅନୁଯାୟୀ, ଆଗାମୀ ୩ ଦିନ ରାଜ୍ୟରେ ବିକ୍ଷିପ୍ତ ବର୍ଷା ଜାରି ରହିିବ । ୧୫ ଏବଂ ୧୬ ତାରିଖ ଉପକୂଳ ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ କିଛି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳରେ ବିଜୁଳି ଘଡଘଡି ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ଏହାପରେ ରାଜ୍ୟକୁ ଗ୍ରୀଷ୍ମ ପ୍ରବାହ ପୁଣିଥରେ ଫେରିବ । 2ରୁ 5 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ୧୮ ଏବଂ ୧୯ ତାରିଖରେ କିଛି ସ୍ଥାନରେ ଯେପରିକି ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିବ । ୧୮ ତାରିଖରେ ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା ଓ ନୂଆପଡ଼ା ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ରହିପାରେ । ୧୯ରେ ଏହି ଜିଲ୍ଲାଗୁଡିକ ସହ ବୌଦ୍ଧ ଏବଂ ସୋନପୁରରେ ଗ୍ରୀଷ୍ମପ୍ରବାହ ହେବାର ସମ୍ଭାବନା ରହିଛି । ସେହିପରି 20 ତାରିଖରେ ମଧ୍ୟ ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ଜାରି ରହିବ ।

ସେପଟେ ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନରେ ରହିବ ଗ୍ରୀଷ୍ମ ପ୍ରବାହର ପ୍ରଭାବ । ନିର୍ବାଚନ ହେବାକୁ ଥିବା କିଛି ଜିଲ୍ଲାରେ ରହିବ ଗ୍ରୀଷ୍ମ ପ୍ରବାହ । ବଲାଙ୍ଗୀର, ବରଗଡ଼ ଆଦି ଜିଲ୍ଲାରେ ରହିପାରେ ଗ୍ରୀଷ୍ମ ଲହରୀ । ଏହି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ରହିପାରେ । ଏହାସହ ଅପରାହ୍ନ ପରେ ବର୍ଷା ହେବା ନେଇ ମଧ୍ୟ ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ପିକ ସମୟ ପୂର୍ବରୁ ଭୋଟ ଦେବାକୁ ଉପଦେଶ ଦେଇଛି ପାଣିପାଗ କେନ୍ଦ୍ର । ଏହା ସହ ୧୧ରୁ ୩ ଭିତରେ ଭୋଟ ଦେବାକୁ ଯାଉଥିଲେ ଛତା, ପାଣି ବୋତଲ ଭଳି ଆବଶ୍ୟକ ଜିନିଷ ନେଇ ଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ଏବର୍ଷ ଶୀଘ୍ର ଆସୁଛି ମୌସୁମୀ, ୧୯ରେ ଛୁଇଁବ ଆଣ୍ଡାମାନ - MONSOON 2024

ସେପଟେ ଗତ ୨୪ ଘଣ୍ଟା ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ଯାଜପୁର ବାରିରେ ସର୍ବାଧିକ ୬୦.୮ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ହେଉଥିବା ବେଳେ ନୂଆପଡାରେ ସର୍ବାଧିକ ୪୪.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.