ETV Bharat / state

ପୁରୀ ରେଳ ଷ୍ଟେସନରେ ନିର୍ମାଣାଧୀନ କୋଠା ଭୁଶୁଡିବା ଘଟଣା, କେନ୍ଦ୍ର ସରକାରଙ୍କୁ ଦାୟୀ କଲା ବିଜେଡି - BJD Blamed BJP Over Roof Collapses

author img

By ETV Bharat Odisha Team

Published : Apr 28, 2024, 9:23 PM IST

BJD Blamed BJP Over Building Roof Collapses: ପୁରୀ ରେଳୱେ ଷ୍ଟେସନରେ ନିର୍ମାଣାଧୀନ କୋଠାର ଛାତ ଭୁଶୁଡିବା ଘଟଣା ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ । ଅଧିକ ପଢ଼ନ୍ତୁ

ପୁରୀ ରେଳୱେ ଷ୍ଟେସନରେ ନିର୍ମାଣାଧୀନ କୋଠାର ଛାତ ଭୁଶୁଡିବା ଘଟଣା
ପୁରୀ ରେଳୱେ ଷ୍ଟେସନରେ ନିର୍ମାଣାଧୀନ କୋଠାର ଛାତ ଭୁଶୁଡିବା ଘଟଣା

ପୁରୀ ରେଳୱେ ଷ୍ଟେସନରେ ନିର୍ମାଣାଧୀନ କୋଠାର ଛାତ ଭୁଶୁଡିବା ଘଟଣା

ପୁରୀ: ରେଳୱେ ଷ୍ଟେସନରେ ନିର୍ମାଣାଧୀନ ଏକ କୋଠାଘରର ଛାତ ଭୁଶୁଡି ପଡିବା ଫଳରେ 4 ଜଣ ଶ୍ରମିକ ଆହତ ହୋଇଛନ୍ତି । ଏହି ଘଟଣା ଏବେ ରାଜନୀତିର ରୂପ ନେଇଛି । ଦୁର୍ଘଟଣା ସ୍ଥଳ ବୁଲି ଅନୁଧ୍ୟାନ କରିବା ପରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କେନ୍ଦ୍ର ବିଜେପି ସରକାର ଉପରେ ବର୍ଷିଛନ୍ତି । ଏ ନେଇ ସେ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ।

ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, "ପୁରୀ ରେଲୱେ ଷ୍ଟେସନ୍‌କୁ ବିଶ୍ଵ ସ୍ତରୀୟ ରେଲୱେ ଷ୍ଟେସନ ନିର୍ମାଣ ନେଇ ବିଜେପି ପ୍ରଚାର କରୁଛି । ହେଲେ ଏହାର ପ୍ରକୃତ ଚିତ୍ର ଆଜି ସାମ୍ନାରେ । କେନ୍ଦ୍ର ନେତା କାମ କରୁଥିବା ନେଇ ଡିଣ୍ଡିମ ପିଟୁଛନ୍ତି । ନିମ୍ନମାନର କାର୍ଯ୍ୟ ପାଇଁ ଏକ ନୂତନ କୋଠାଘରର ଛାତ ଭୁଶୁଡି ପଡିଛି । ଏଠାରେ ଲୋକଙ୍କୁ ମାରିବା ପାଇଁ ବ୍ୟବସ୍ଥା କରାଯାଇଛି । କେବଳ ସେତିକି ନୁହେଁ ଅନୁଗୋଳ 55 ନମ୍ୱର ଜାତୀୟ ରାଜପଥ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଅନେକ ଜୀବନ ହାନି ହେଉଛି । ସବୁ କାର୍ଯ୍ୟରେ କେନ୍ଦ୍ର ସରକାର ଅବହେଳା ଓ ନିମ୍ନମାନର କାର୍ଯ୍ୟ କରୁଛନ୍ତି । ଯାହାକି ନିନ୍ଦନୀୟ । ଏନେଇ ତୁରନ୍ତ ତଦନ୍ତ କରାଯାଇ କ'ଣ ପାଇଁ ଅଘଟଣ ହେଲା, କ'ଣ ତ୍ରୁଟି ରହିଛି ତା'ର ପୁଙ୍ଖାନୁପୁଙ୍ଖ ତଦନ୍ତ ହୋଇ କାର୍ଯ୍ୟନୁଷ୍ଠାନ ସହ ଆହତ ଶ୍ରମିକଙ୍କୁ କ୍ଷତିପୂରଣ ଦିଆଯାଉ ।"

ସେପଟେ ଶୁଭାଶିଷ ଆଣିଥିବା ନିମ୍ନମାନର କାର୍ଯ୍ୟ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ଜୟନ୍ତ କହିଛନ୍ତି, "ଏହା ଏକ ଆକସ୍ମିକ ଦୁର୍ଘଟଣା । ତେଣୁ ଏହାକୁ ରାଜନୀତିର ରଙ୍ଗ ନ ବୋଳାଯାଉ । ଯେଉଁମାନେ ବିରୋଧ କରୁଛନ୍ତି ସେମାନେ କେବଳ ନିଜର ପତିଆରା ପାଇଁ ସ୍ଵର ଉତ୍ତୋଳନ କରୁଛନ୍ତି । ପୁରୀ ରେଲୱେ ଷ୍ଟେସନକୁ ପ୍ରଧାନମନ୍ତ୍ରୀ ବିଶ୍ଵ ସ୍ତରୀୟ କରିବା ପାଇଁ ଅନେକ କାର୍ଯ୍ୟ କରୁଛନ୍ତି । ଏହି ଘଟଣାକୁ ନେଇ ରାଜନୀତି ଠିକ ନୁହେଁ । ଏହି ଘଟଣାରେ କାହାର ଅବହେଳା ରହିଛି ତାହା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ଟେକମିକାଲ ଟିମ୍‌ ଆସି ତଦନ୍ତ କରିବେ । ଏନେଇ ରେଲୱେ ଅଧିକାରୀଙ୍କ ସହ କଥା ହୋଇଛି । ପୁରୀ ରେଳୱେ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ବେଶ ଉଚ୍ଚକୋଟୀର ଚାଲିଛି ।"

ଏହା ମଧ୍ୟ ପଢ଼ନ୍ତୁ...ପୁରୀ ରେଳ ଷ୍ଟେସନରେ ଅଘଟଣ, ନିର୍ମାଣାଧୀନ କୋଠାର ଛାତ ଭୁଶୁଡି 4 ଗୁରୁତର - Roof Collapsed

ସେପଟେ ରେଲୱେ ଆରପିଏଫ୍ ଡିଆଇଜି ଭବାନୀ ଶଙ୍କର ନାଥ କହିଛନ୍ତି, "ଘଟଣା ଦୁଃଖ ଦାୟକ । ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । କ'ଣ ପାଇଁ ଦୁର୍ଘଟଣା ହେଲା ତଦନ୍ତ ରିପୋର୍ଟ୍ ଆସିବା ପରେ ଯାହା କିଛି କାର୍ଯ୍ୟନୁଷ୍ଠାନ ହେବ । ଏନେଇ ଏକ ମାମଲା ମଧ୍ଯ ରୁଜୁ ହେବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.