ETV Bharat / state

କଟକରେ ଅମିତ ଶାହ କରିବେ ରୋଡ ସୋ', ବିଜେପିକୁ ବଳ ଯୋଗାଇବ କି ଶାହଙ୍କ ଗସ୍ତ ? - Amit Shah Roadshow

author img

By ETV Bharat Odisha Team

Published : May 15, 2024, 3:42 PM IST

Amit Shah To Hold Roadshow In Cuttack: ଆଜି ସନ୍ଧ୍ୟା 5.30ରେ କଟକରେ ବିଶାଳ ରୋଡ ସୋ କରିବେ ଶାହ । କେନ୍ଦ୍ରମନ୍ତ୍ରୀଙ୍କ ରୋଡ଼ ସୋକୁ ନେଇ ବିଜେପି କ୍ୟାମ୍ପରେ ଉତ୍ସାହ । ଅଧିକ ପଢ଼ନ୍ତୁ

କଟକରେ ଆମିତ ଶାହ କରିବେ ରୋଡ ସୋ', ବିଜେପିକୁ ବଳ ଯୋଗାଇବ କି ଶାହଙ୍କ ଗସ୍ତ ?
କଟକରେ ଆମିତ ଶାହ କରିବେ ରୋଡ ସୋ', ବିଜେପିକୁ ବଳ ଯୋଗାଇବ କି ଶାହଙ୍କ ଗସ୍ତ ? (ETV Bharat Odisha)

କଟକରେ ଆମିତ ଶାହ କରିବେ ରୋଡ ସୋ', ବିଜେପିକୁ ବଳ ଯୋଗାଇବ କି ଶାହଙ୍କ ଗସ୍ତ ? (ETV Bharat Odisha)

କଟକ: ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ଫୋକସରେ ରହିଛି ଓଡ଼ିଶା । କେନ୍ଦ୍ରମନ୍ତ୍ରୀଙ୍କ ଘନଘନ ଓଡ଼ିଶା ଗସ୍ତ ହେଉଥିବା ବେଳେ ଆଜି ପୁଣି ଥରେ ଓଡ଼ିଶା ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି କଟକରେ ଏକ ବିଶାଳ ମେଗା ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା 5.30ରେ ପହଁଚିବା ପରେ ଏହି ରୋଡ଼ ସୋ ଆରମ୍ଭ ହେବ । ପ୍ରାୟ ଏକ ଘଣ୍ଟା ଧରି ରୋଡ଼ ସୋ କରି କଟକ ସହର ପରିକ୍ରମା କରିବେ ଅମିତି ଶାହ । ଏହି ରୋଡ଼ ସୋ ବକ୍ସି ବଜାର ସ୍ଥିତ ଗୋପବନ୍ଧୁ ପାର୍କରୁ ଆରମ୍ଭ କରି ତିନିକୋଣିଆ ବଗିଚା, ଗୌରୀଶଙ୍କର ପାର୍କ, ବାଲୁବଜାର ଓ ନୟା ସଡ଼କ ପର୍ଯ୍ୟନ୍ତ କରାଯିବ । କେନ୍ଦ୍ରମନ୍ତ୍ରୀଙ୍କ ଏହି ରୋଡ଼ ସୋ ବିଜେପି କ୍ୟାମ୍ପରେ ଉତ୍ସହ ଭରି ଦେଇଛି । ପ୍ରାୟ ୨୦ ହଜାର ବିଜେପି କର୍ମୀ ଏହି ରୋଡ୍‌ ସୋରେ ଭାଗ ନେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ନେତୃ ମଣ୍ଡଳୀ ।

ଅମିତ ଶାହଙ୍କ ପୁଣିଥରେ ଓଡ଼ିଶା ଗସ୍ତକୁ ନେଇ ବେଶ ଉତ୍ସହିତ ହୋଇ ପଡିଛନ୍ତି ବିଜେପି କର୍ମୀ । ରୋଡ୍‌ ସୋ କାର୍ଯ୍ୟକ୍ରମରେ ଅମିତ ଶାହ କ'ଣ କହିବେ ତାହା ଉପରେ ସମସ୍ତଙ୍କ ନଜର ବି ରହିଛି । ଅମିତଙ୍କ କଟକ ଗସ୍ତ କେବଳ ବାରବାଟୀ ନିର୍ବାଚନ ମଣ୍ଡଳୀରେ ଆୟୋଜନ କରାଯାଉଥିବା ବେଳେ ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ତଥା ଲୋକସଭା ପ୍ରାର୍ଥୀ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ତେବେ ଅମିତ ଶାହଙ୍କ ଗସ୍ତ ସମସ୍ତ ନିର୍ବାଚନ ମଣ୍ଡଳୀ ଉପରେ ପ୍ରଭାବ ପକାଇବ ବୋଲି ବିଜେପି ନେତା ଆଶାବାଦୀ ଅଛନ୍ତି । ବାସ୍ତବିକ ଏହା କେତେ ପ୍ରଭାବ ପକାଇବ ତାହା ଫଳାଫଳ ପରେ ସ୍ପଷ୍ଟ ହେବ । ସେହିପରି ଅମିତ ଶାହଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦେବାକୁ ବରିଷ୍ଠ ନେତାମାନେ ଯୋଜନା ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ଓମ ବିର୍ଲା, ଆଜି ଆସୁଛନ୍ତି ଶାହ ଓ ନଡ୍ଡା - Lok Sabha Election 2024

ଆଜି ଭୁବନେଶ୍ୱର ବିମାନମନ୍ଦରରେ ପହଞ୍ଚିବା ପରେ ଅମିତ ଶାହଙ୍କୁ ରାଜ୍ୟ ବିଜେପି ନେତୃବୃନ୍ଦ ଭବ୍ୟ ସ୍ୱାଗତ କରିଥିଲେ । ପରେ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୋରଡ଼ା ଯାଇଛନ୍ତି ଶାହ । ସେଠାରେ ଆୟୋଜିତ ଏକ ଜନସଭାରେ ଉଦବୋଧନ ଦେଉଛନ୍ତି । ପରେ ସେଠାରୁ ବୌଦ୍ଧ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଦଳୀୟ ସମାବେଶରେ ଯୋଗଦେବେ । ସେଠାରୁ ଫେରି ସନ୍ଧ୍ୟା 5.30ଟା ସମୟରେ କଟକରେ ଏକ ବିଶାଳ ରୋଡ ସୋ’ରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.