ETV Bharat / politics

୫ ବର୍ଷରେ ବିକାଶର ଶିଖର ଛୁଇଁବ ଖୋର୍ଦ୍ଧା: ପ୍ରଶାନ୍ତ ଜଗଦେବ - Odisha Assembly Election 2024

author img

By ETV Bharat Odisha Team

Published : May 14, 2024, 10:32 PM IST

Odisha Assembly Election 2024: ଏଥର ରାଜ୍ୟରେ ବିଜେପି ସରକାର ଗଠନ ହେବ ବୋଲି ଦୃଢୋକ୍ତି ବାଢ଼ିଲେ ପ୍ରଶାନ୍ତ ଜଗଦେବ । କହିଲେ ତାମିଲ ଶାସନରୁ ମୁକ୍ତି ପାଇଁ ଖୋର୍ଦ୍ଧାରୁ ଆରମ୍ଭ ହେବ ଓଡ଼ିଶାର ଦ୍ବିତୀୟ ସ୍ବାଧୀନତା ସଂଗ୍ରାମ । ଅଧିକ ପଢ଼ନ୍ତୁ

BJP CANDIDATE PRASHANT JAGDEV
BJP CANDIDATE PRASHANT JAGDEV (ETV Bharat Odisha)

BJP CANDIDATE PRASHANT JAGDEV (ETV Bharat Odisha)

ଖୋର୍ଦ୍ଧା: '୭୫ ବର୍ଷରେ ଯାହା ହୋଇନି, ତାହା ୫ ବର୍ଷରେ କରିବି', ଆଜି ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ଚିଲିକା ବିଧାୟକ ତଥା ଖୋର୍ଦ୍ଧାରୁ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ ଜଗଦେବ । ସେହିଭଳି ଏଥର ରାଜ୍ୟରେ ବିଜେପି ସରକାର ଗଠନ ହେବ ବୋଲି ଦୃଢତାର ସହ କହିଥିବାବେଳେ ରାଜଧାନୀର ଜିଲ୍ଲା ହୋଇ ମଧ୍ୟ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅବହେଳିତ ବୋଲି କହିଛନ୍ତି ଜଗଦେବ ।

୨୦୨୪ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଛନ୍ତି ବାହୁବଳୀ ବିଧାୟକ ଭାବେ ପରିଚିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଇଟିଭି ଭାରତ ସହ ଆଲୋଚନା ବେଳେ ଜଗଦେବ କହିଛନ୍ତି, "ନବୀନ ବାବୁଙ୍କ ଦୁର୍ବଳତା ପାଇଁ ଏବେ ଆମ ରାଜ୍ୟ ଅଣଓଡ଼ିଆ ଅଫିସରଙ୍କ ଦ୍ବାରା ପରାଧୀନ ଅଛି । ଖୋର୍ଦ୍ଧା ଶେଷ ସ୍ବାଧୀନ ଦୁର୍ଗ ହୋଇଥିବାବେଳେ ଏଥର ବିଜୁ ଜନତା ଦଳ ବିପକ୍ଷରେ ସ୍ବାଧୀନତା ସଂଗ୍ରାମ ଆରମ୍ଭ ହେବ । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଅନେକ ସ୍ବପ୍ନ ରହିଛି । ତାହା ଆଗାମୀ ୫ ବର୍ଷରେ ପୂରଣ ହେବ ।" ଖୋର୍ଦ୍ଧାରୁ କ୍ୟାବିନ ହଟାଯାଇ ବ୍ୟବସାୟୀଙ୍କୁ ସୁବିଧା ସ୍ଥାନ ବ୍ୟବସାୟ ପାଇଁ ଯୋଗାଇଦିଆଯିବ, ଅନ୍ତର୍ଜାତୀୟସ୍ତରର ଷ୍ଟାଡିୟମ ନିର୍ମାଣ ହେବ, ବରୁଣେଇ ପାଦ ଦେଶରେ ଅନ୍ତର୍ଜାତୀୟସ୍ତରର ସ୍ମାରକୀ, ଖୋର୍ଦ୍ଧା ସହରକୁ ମେଟ୍ରୋ ସହରରେ ପରିଣତ କରିବା, ଅଞ୍ଚଳରେ ପାନୀୟ ଜଳ ଓ ପ୍ରତି ଜମିକୁ ଶତ ପ୍ରତିଶତ ଜଳସେଚନ ସୁବିଧା କରିବା ପାଇଁ କାମ କରାଯିବ ବୋଲି କହିଛନ୍ତି ପ୍ରଶାନ୍ତ ଜଗଦେବ ।

ଏହା ମଧ୍ୟ ପଢ଼ନ୍ତୁ...ଟାଙ୍ଗୀରେ ପାଓ୍ବାର ଦେଖାଇଲେ ପ୍ରଶାନ୍ତ, ମିଶ୍ରଣ ପର୍ବରେ ହଜାର ହଜାର ସମର୍ଥକଙ୍କୁ କଲେ ଏକାଠି - BJP JOINING PROGRAM

ସେହିପରି ଖୋର୍ଦ୍ଧା ବ୍ଲକର ହିରିମୂଳ, ଓରବରସିଂହ, ନରଣଗଡ ପଞ୍ଚାୟତର ବହୁ ଗ୍ରାମ ଦୟାନଦୀର ପଛୁଆ ପାଣିରେ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି । ସେ ସମସ୍ୟାର ସମାଧାନ କରାଯିବା ସହ ଜଗନ୍ନାଥ ଜମି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ପ୍ରଶାନ୍ତ । ସେହିପରି ଭୂଷଣ୍ଡପୁର ଓ ସୁନ୍ଦରପୁର ଅଞ୍ଚଳରେ ରହୁଥିବା ଶରଣାର୍ଥୀଙ୍କୁ ଜମିପଟା ପ୍ରଦାନ କରାଯିବ ଏବଂ ଖୋର୍ଦ୍ଧା ଶିଳ୍ପ କରିଡରରେ ଶତ ପ୍ରତିଶତ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ବାହୁବଳୀ ନେତା ପ୍ରଶାନ୍ତ ଜଗଦେବ । ଖାଲି ଏତିକି ନୁହେଁ, ବରଂ ଏହି ୫ ବର୍ଷରେ ଖୋର୍ଦ୍ଧା ବିକାଶର ଶିଖର ଛୁଇଁବ ବୋଲି କହି ଜନସାଧାରଣଙ୍କ ପାଖରେ ଭୋଟ ଦେବାକୁ ନିବେଦନ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.