ETV Bharat / politics

ଆରବ ସାଗରରେ ଭାରତୀୟ କ୍ରୁୟ ଥିବା ଜାହାଜକୁ ମିସାଇଲ ମାଡ: ପହଞ୍ଚିଲା ନୌସେନା

author img

By ETV Bharat Odisha Team

Published : Jan 27, 2024, 8:34 PM IST

Indian Navy Destroyer Responds To SOS Of Merchant Ship Hit By Missile:ଆରବ ସାଗରରେ ଜାହାଜକୁ ମିସାଇଲ ମାଡ, ପହଞ୍ଚିଲା ଭାରତୀୟ ନୌସେନା । ଅଧିକ ପଢନ୍ତୁ

ଆରବ ସାଗରରେ ଜାହାଜରକୁ ମିସାଇଲ ମାଡ, ପହଞ୍ଚିଲା ଭାରତୀୟ ନୌସେନା
ଆରବ ସାଗରରେ ଜାହାଜରକୁ ମିସାଇଲ ମାଡ, ପହଞ୍ଚିଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ଆରବ ସାଗରରେ ଏକ କାର୍ଗୋ ଜାହାଜକୁ ମିସାଇଲ ଆକ୍ରମଣ କରାଯାଇଛି । ଗତକାଲି ଜାହାଜଟି ଜରୁରୀ ସହାୟତା ପାଇଁ ଭାରତୀୟ ନୌସେନା ସହ ଯୋଗାଯୋଗ କରିଥିଲା । ଆଜି ଭାରତୀୟ ନୌସେନାର ଅତ୍ୟାଧୁନିକ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ଜାହାଜ ‘ଆଇଏନଏସ ବିଶାଖାପାଟନମ’ ଘଟଣାସ୍ଥଳରେ ପହଞ୍ଚିଛି । ଜାହାଜଟିରେ 22 ଜଣ ଭାରତୀୟ ଓ ବାଂଲାଦେଶୀ ନାଗରିକ ଥିବା ଜଣାପଡିଛି । ତେବେ କ୍ର୍ୟୁ ସଦସ୍ୟଙ୍କର କୌଣସି କ୍ଷୟକ୍ଷତି ହୋଇନି । ଅପରେସନ ସମ୍ପର୍କରେ ଭାରତୀୟ ନୌସେନା ଏକାଧିକ ଫଟୋ ଟ୍ବିଟ କରିବା ସହ ସୂଚନା ମଧ୍ୟ ଦେଇଛି ।

  • INS Visakhapatnam, a guided missile destroyer, deployed in the Gulf of Aden responded to a distress call from MV Merlin Luanda on the night of 26 Jan 24. The MV has 22 Indian and 01 Bangladeshi crew onboard: Indian Navy

    Based on the request from the MV Merlin Luanda, INS… pic.twitter.com/siwyMUD2r1

    — ANI (@ANI) January 27, 2024 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ଏହି ଜାହାଜଟିର ନାମ ‘ମର୍ଲିନ ଲାଉଣ୍ଡା’ । ଏଥିରେ 22 ଜଣ ଭାରତୀୟଙ୍କ ସମେତ ବାଂଲାଦେଶୀ ଓ ଅନ୍ୟ କିଛି ଦେଶର ନାଗରିକ ମଧ୍ୟ ଥିଲେ । ଗତକାଲି ରାତିରେ ଏହି ଜାହାଜରେ ଏକ ମିସାଇଲ ମାଡ ହୋଇଥିବା ନେଇ ନୌସେନାକୁ ଖବର ମିଳିଥିଲା । ଜାହାଜ ପକ୍ଷରୁ ଜରୁରୀ ସହାୟତା ପାଇଁ ଭାରତୀ ନୌସେନା ସହ ଯୋଗାଯୋଗ କରାଯାଇଥିଲା । ଜାହାଜରେ ନିଆଁ ଲାଗିଯାଇଛି । କିଛି ଅଂଶ ଜଳୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଭାରତୀୟ ଯୁଦ୍ଧ ଜାହାଜ ‘ଆଇଏନଏସ ବିଶାଖାପାଟନମ’ ଉକ୍ତ କାର୍ଗୋ ଜାହାଜ ନିକଟରେ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ :- ରାଷ୍ଟ୍ରପତି ଭବନରେ ରାତ୍ରିଭୋଜନ କଲେ ମାକ୍ରୋନ, ପରସା ଯାଇଥିଲା ଭାରତର ପାରମ୍ପରିକ ଖାଦ୍ୟ

ଆକ୍ରମଣ କେଉଁ ସଂଗଠନ କରିଛି, ସେ ନେଇ ସ୍ପଷ୍ଟ ହୋଇନି । ହେଲେ ହୁତି ଆତଙ୍କବାଦୀଙ୍କ ଭୂମିକା ନେଇ ପୁଣି ଥରେ ସନ୍ଦେହ ବଢିଛି । କାରଣ ସେହି କ୍ଷେତ୍ରରେ ହୁତି ସଂଗଠନନ ସର୍ବାଧିକ ପ୍ରଭାବ ରହିଛି । ଜାନୁଆରୀ 18 ତାରିଖରେ ଆରବ ଖାଡିରେ ଏକ ପଣ୍ୟବାହୀ ଜାହାଜରେ ଡ୍ରୋନ ଆକ୍ରମଣ ହୋଇଥିଲା । ଏଥିରେ ମଧ୍ୟ ଜାହାଜରେ ନିଆଁ ଲାଗିଯାଇଥିଲା । ଡିସେମ୍ବର 23 ରେ ମଧ୍ୟ ଆରବ ସାଗରରେ ଏକ ଜାହାଜ ଉପରେ ଆକ୍ରମଣ ହୋଇଥିଲା ।

ହମାସ- ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଆରବ ସାଗରରେ ଜାହାଜ ଆକ୍ରମଣ ଘଟଣା ବାରମ୍ବାର ଘଟିବାରେ ଲାଗିଛି । ହେଲେ ଏବେ ପର୍ଯ୍ୟନ୍ତ ଆକ୍ରମଣର ଶିକାର ହୋଇଥିବା କୌଣସି ଜାହାଜ ଇସ୍ରାଏଲର ନୁହେଁ ବୋଲି ଇସ୍ରାଏଲ ନିଜେ ସ୍ପଷ୍ଟ କରିଛି । ଆରବ ସାଗର ଓ ଆରବ ଖାଡିରେ ୟେମେନ ନିୟନ୍ତ୍ରଣାଧୀନ ‘ହୁତି’ ଆତଙ୍କବାଦୀ ସଂଗଠନ ସହ ସୋମାଲିଆ ଜଳଦସ୍ୟୁଙ୍କର ମଧ୍ୟ ପ୍ରାଦୃଭାବ ରହିଛି । ତେଣୁ ଏହି ଘଟଣାଗୁଡିକ ପରେ ଆରବ ସାଗରରେ ଏକାଧିକ ରାଷ୍ଟ୍ର ସେମାନଙ୍କର ନୌସେନା ମୁତୟନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.