ETV Bharat / politics

ଆସୁଛନ୍ତି ଖଡ୍‌ଗେ: ଭୁବନେଶ୍ବରରେ ପ୍ରେସମିଟ୍‌, କନ୍ଧମାଳରେ କରିବେ ପ୍ରଚାର - Mallikarjun Kharge to visit Odisha

author img

By ETV Bharat Odisha Team

Published : May 15, 2024, 10:49 PM IST

Mallikarjun Kharge to campaign in Odisha: ଆସନ୍ତାକାଲି (ଗୁରୁବାର) ଓଡ଼ିଶା ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ଭୁବନେଶ୍ବରରେ ପ୍ରେସମିଟ୍‌ କରି କଂଗ୍ରେସର ଆଭିମୁଖ୍ୟ ବଖାଣିବା ସହ ମୋଦି ସରକାରଙ୍କ ବିଫଳତା ସାମ୍ନାକୁ ଆଣିବେ । କନ୍ଧମାଳରେ କରିବେ ପ୍ରଚାର । ଅଧିକ ପଢ଼ନ୍ତୁ

Mallikarjun Kharge to campaign in Odisha
Mallikarjun Kharge to campaign in Odisha (ETV Bharat Odisha)

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ବଢ଼ିଲାଣି ରାଜନୈତିକ ଉଷ୍ମତା । ବିଜେପି ଓ କଂଗ୍ରେସର କେନ୍ଦ୍ରୀୟ ନେତାଙ୍କ ଫୋକସରେ ରହିଛି ଓଡ଼ିଶା । ଏଥିପାଇଁ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦୁଇ ଦଳର ଶୀର୍ଷ ନେତା । କଂଗ୍ରେସ ମଧ୍ୟ ଓଡ଼ିଶା ଉପରେ କିଛିମାତ୍ରାରେ ନଜର ପକାଇଥିବା ଦେଖିବାକୁ ମିଳୁଛି । ଜଣଙ୍କ ପରେ ଜଣେ ହାଇ ପ୍ରୋଫାଇଲ ନେତା ଓଡ଼ିଶାରେ ପ୍ରଚାର ମଙ୍ଗ ଧରି କଂଗ୍ରେସ ପାଇଁ ଭୋଟ ମାଗୁଛନ୍ତି । ଏହି କ୍ରମରେ ଆଜି ରାହୁଲ ଗାନ୍ଧୀ ଆସି ଫେରିଥିବାବେଳେ ଆସନ୍ତାକାଲି ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ।

କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ବିଶ୍ବରଞ୍ଜନ ମହାନ୍ତିଙ୍କ ସୂଚନା ମୁତାବକ ଆସନ୍ତାକାଲି (ଗୁରୁବାର) ଦିନ ୧୧.୩୦ ସମୟରେ ଭୁବନେଶ୍ବରରେ ପହଞ୍ଚିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ଭୁବନେଶ୍ବରରେ ଏକ ଘରୋଇ ହୋଟେଲରେ ସାମ୍ବାଦିକ ସମ୍ମିଳନୀରେ ଓଡିଶାବାସୀଙ୍କୁ କଂଗ୍ରେସର ଆଭିମୁଖ୍ୟ ବଖାଣିବା ସହ ମୋଦି ସରକାରଙ୍କ ବିଫଳତାକୁ ମଧ୍ୟ ସାମ୍ନାକୁ ଆଣିବେ । ଏହାପରେ ଅପରାହ୍ନରେ ଭୁବନେଶ୍ବରରୁ କନ୍ଧମାଳ ଯାଇ ପ୍ରଚାର ମୈଦାନରେ ସାମିଲ ହେବେ । କନ୍ଧମାଳରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ଖଡ୍‌ଗେ । ପରେ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ । ଏହାପରେ ଖୁବଶୀଘ୍ର ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଖୁବଶୀଘ୍ର ଓଡ଼ିଶା ଆସିବା ନେଇ ଆଲୋଚନା ଚାଲିଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...'ସମ୍ୱିଧାନ ଓ ସଂରକ୍ଷଣ ରକ୍ଷା ପାଇଁ କଂଗ୍ରେସକୁ ଭୋଟ୍ ଦିଅନ୍ତୁ'; ବଲାଙ୍ଗୀରରେ ଗର୍ଜିଲେ ରାହୁଲ - Rahul Gandhi Balangir visit

ଏନେଇ ବିଶ୍ବରଞ୍ଜନ କହିଛନ୍ତି, "କଂଗ୍ରେସ ଦଳର ଶୀର୍ଷ ନେତୃତ୍ବ ସର୍ବଦା ଓଡିଶାକୁ ଗୁରୁତ୍ବ ଦେଇଛନ୍ତି । ଆଜି ରାହୁଲ ଗାନ୍ଧୀ ବଲାଙ୍ଗୀରରେ ସାଧାରଣ ସଭାକୁ ଉଦବୋଧନ ଦେଇଛନ୍ତି । ଆସନ୍ତାକାଲି ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍‌ଗେ ଓଡିଶା ଆସୁଛନ୍ତି । ଭୁବନେଶ୍ବର ବିମାନ ବନ୍ଦରରେ ୧୧.୫୫ରେ ପହଞ୍ଚିବେ । ଦିନ ୩ଟାରେ ଫୁଲବାଣୀରେ ସାଧାରଣ ସଭାରେ ଉଦବୋଧନ ଦେବେ ଖଡ୍‌ଗେ । ଏହାପରେ ପୁନର୍ବାର ଭୁବନେଶ୍ବର ଫେରି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଜନତାଙ୍କ ନ୍ୟାୟ ପାଇଁ ଓଡ଼ିଶା କଂଗ୍ରେସ ଯେଉଁ ଲଢେଇ ଲଢୁଛି, କେନ୍ଦ୍ର ନେତୃତ୍ବଙ୍କ ଗସ୍ତ ଫଳରେ କର୍ମୀଙ୍କ ମହଲରେ ଉତ୍ସାହ ବୃଦ୍ଧି ପାଇବ । କଂଗ୍ରେସ ଦଳ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ।" ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ୪ ଦିନ ହାତରେ ରହିଛି । ଆସନ୍ତା ୨୦ ତାରିଖରେ ପଡ଼ିବ ଦ୍ବିତୀୟ ପର୍ଯ୍ୟାୟ ଭୋଟ । ଆଗକୁ କଂଗ୍ରେସର ବହୁ ବରିଷ୍ଠ ନେତା ଓଡିଶା ଆସି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଥିବା ବିଶ୍ବରଞ୍ଜନ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.