ETV Bharat / opinion

ଶ୍ରମିକଙ୍କୁ ସଶକ୍ତ କରାଏ ସର୍ବନିମ୍ନ ବେତନଠୁ ଆରମ୍ଭ କରି ଲିଭିଙ୍ଗ ଓ୍ବେଜ - LIVING WAGE

author img

By ETV Bharat Odisha Team

Published : Apr 17, 2024, 10:21 AM IST

LIVING WAGE: 2025 ସୁଦ୍ଧା ସର୍ବନିମ୍ନ ବେତନକୁ କମ୍ କରି ଜୀବନ ନିର୍ବାହ ବେତନକୁ ପରିବର୍ତ୍ତନ କରିବା ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ଆଇଆଇଏମ ମୁମ୍ବାଇର ଅର୍ଥ ବିଭାଗର ପ୍ରଫେସର ଡ. ଏମ ଭେଙ୍କେଟେସ୍ବରାଲୁ । ପଢନ୍ତୁ ଆଲେଖ୍ୟ

LIVING WAGE
LIVING WAGE

ଡ. ଏମ ଭେଙ୍କେଟେସ୍ବରାଲୁ

ଅର୍ଥ ବିଭାଗର ପ୍ରଫେସର(ଆଇଆଇଏମ ମୁମ୍ବାଇ)

ହାଇଦ୍ରାବାଦ: ଜୀବନ ଜୀବିକା ଉପରେ ଅଧିକ ଫୋକସ କରୁଛନ୍ତି କେନ୍ଦ୍ର ସରକାର । 2025 ସୁଦ୍ଧା ସର୍ବନିମ୍ନ ବେତନକୁ କମ୍ କରି ଜୀବନ ନିର୍ବାହ ବେତନକୁ ପରିବର୍ତ୍ତନ କରିବା ସରକାରଙ୍କ ଲକ୍ଷ୍ୟ ଅଟେ । ଗୃହ, ସ୍ୱାସ୍ଥ୍ୟସେବା, ଖାଦ୍ୟ, ଶିକ୍ଷା ଏବଂ ପୋଷାକକୁ ଅନ୍ତର୍ଭୁକ୍ତ କରି ଜୀବିକା ମଜୁରୀ ମାନ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଇଣ୍ଟରନ୍ୟାସନାଲ ଲେବର ଅର୍ଗନାଇଜେସନ (ILO) ସହିତ କାର୍ଯ୍ୟ କରୁଛନ୍ତି । ସର୍ବନିମ୍ନ ମଜୁରୀକୁ ଲିଭିଙ୍ଗ ଓ୍ବେଜ ପରିବର୍ତ୍ତନ କରିବା ଏକ ଉତ୍ତମ ପଦକ୍ଷେପ ଅଟେ । ଏହାଦ୍ବାରା ବ୍ୟକ୍ତିବିଶେଷକଙ୍କ ଉନ୍ନତି ସହିତ ସ୍ଥାୟୀ ସମାଜ ଗଠନ ହୋଇପାରିବ । ଲିଭିଙ୍ଗ ଓ୍ବେଜ ହେଉଛି ଦୈନନ୍ଦିନ ଜୀବନରେ ଜରୁରୀ ଆବଶ୍ୟକତା ପୂରଣ ପାଇଁ ଷ୍ଟାଣ୍ଡାଡ ଆୟ ।

1948 ମସିହାରେ ଭାରତର ସର୍ବନିମ୍ନ ମଜୁରୀ ନୀତି ପ୍ରଣୟନ କରିଥିଲା । ସର୍ବନିମ୍ନ ମଜୁରୀ ହେଉଛି ଆଇନ ଅନୁଯାୟୀ ଆବଶ୍ୟକ ସର୍ବନିମ୍ନ ଦରମା ଯାହାକି ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟ ପାଇଁ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥାଏ । ଅପରପକ୍ଷେ, ଲିଭିଙ୍ଗ ଓ୍ବେଜ ନିଶ୍ଚିତ କରେ ଯେ ଶ୍ରମିକମାନେ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବା ଏବଂ ଅର୍ଥନୈତିକ ଓ ସାମାଜିକ ଜୀବନରେ ସମ୍ପୂର୍ଣ୍ଣ ଅଂଶଗ୍ରହଣ କରିବା ପାଇଁ ଯଥେଷ୍ଟ ରୋଜଗାର କରନ୍ତି । ଜୀବିକା ମଜୁରୀ ଅଧିକ ସମାନ ଏବଂ ସମୃଦ୍ଧ ଭବିଷ୍ୟତରେ ସହାୟକ ହୋଇଥାଏ ।

ଭାରତରେ ସର୍ବନିମ୍ନ ମଜୁରୀ ପ୍ରତ୍ୟେକ ରାଜ୍ୟରେ ଭିନ୍ନ ହୋଇଥାଏ । ଅନେକ ପ୍ରକାର ବିଷୟକୁ ନେଇ ଏହାକୁ ବର୍ଗୀକୃତ କରାଯାଇଥାଏ । ଶିଳ୍ପ, ଦକ୍ଷତା ଏବଂ କାର୍ଯ୍ୟକୁ ନେଇ ଅଲଗା ଅଲଗା ହୋଇଥାଏ । 2023 ମସିହାରେ ଭାରତରେ ସର୍ବନିମ୍ନ ମଜୁରୀ ଦୈନିକ 178 ଟଙ୍କା ରଖାଯାଇଥିଲା । ସେହିପରି ସର୍ବନିମ୍ନ ମଜୁରୀ ଆକ୍ଟ ଅଧିନରେ ଅଣଶିକ୍ଷିତ ଶ୍ରମିକମାନଙ୍କ ହାରାହାରି ଦରମା ସର୍ବନିମ୍ନ ମଜୁରୀ ଅଧୀନରେ ମାସିକ 2ହଜାର 250 ଟଙ୍କାରୁ 70ହଜାର ଧାର୍ଯ୍ୟ କରାଯାଇଥିଲା । ମଜୁରୀର ବ୍ୟାପକ ପରିସର ଭାରତରେ ଆୟ ଅସମାନତାର ମୁଖ୍ୟ କାରଣ ହୋଇଛି ।

ଭାରତୀୟ ପ୍ରସଙ୍ଗରେ ବେତନ, ଅର୍ଥନୈତିକ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ପରସ୍ପର ସହ ଜଡିତ । ବେତନ ଗତିଶୀଳତା ଉତ୍ପାଦନ ଖର୍ଚ୍ଚ ଏବଂ ଉପଭୋକ୍ତା କ୍ରୟ ଶକ୍ତି ଉପରେ ସେମାନଙ୍କର ପ୍ରଭାବ ମାଧ୍ୟମରେ ମୁଦ୍ରାସ୍ଫୀତି ଉପରେ ପ୍ରଭାବ ପକାଇପାରେ । ଘରୋଇ ଏବଂ ବିଶ୍ୱସ୍ତରୀୟ କାରକ, ସରକାରୀ ନୀତି ଏବଂ ରିଜର୍ଭ ବ୍ୟାଙ୍କର କାର୍ଯ୍ୟକଳାପ ଆମ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ଉପରେ ପ୍ରଭାବ ପକାଇଥାଏ । ଆୟର ଅସମାନତାକୁ ସମାଧାନ କରିବା ପାଇଁ ସମ୍ବଳର ସୁବିଧା ସୁନିଶ୍ଚିତ କରି ସ୍ଥାୟୀ ଜୀବନକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଆୟ ସମାନତା ଜିନି କୋଏଫିସିଏଣ୍ଟ୍ କରି ମାପ କରାଯାଇଥାଏ । ଆୟ ଅସମାନତାର ବହୁଳ ଭାବରେ ବ୍ୟବହୃତ ଉପାୟ ଅଟେ । ଏହାର ସ୍କୋର 0ରୁ 1 ମଧ୍ୟରେ ରହିଥାଏ । ତଥ୍ୟରୁ ଜଣାପଡିଛି ଯେ ଜିନି କୋଏଫିସିଣ୍ଟେଣ୍ଟ ମୂଲ୍ୟାଙ୍କନ ବର୍ଷ 2014-15ରେ 0.472 ରହିଥିବା ବେଳେ ଏହା 2022-23ରେ ହ୍ରାସ ପାଇ 0.402ରେ ପହଞ୍ଚିଛି । ତଥାପି, ପ୍ରସ୍ତାବିତ ଜୀବିକା ମଜୁରୀ ଆୟର ଅସମାନତାକୁ ଆହୁରି ହ୍ରାସ କରିବା ଏବଂ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ନେଇ ଆଶା କରାଯାଉଛି ।

ମଜୁରୀ ମୁଦ୍ରାସ୍ଫୀତି ବଜାୟ ରଖିବାରେ ଅସମର୍ଥ ଥିବାରୁ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ବିଶ୍ବବ୍ୟାପୀ ଏକ ଚିନ୍ତାର କାରଣ ସାଜିଛି । ଯଦି ମୁଦ୍ରାସ୍ପୀତି ବୃଦ୍ଧି ପାଏ ମଜୁରୀ ସ୍ଥିର ରହେ, ତାହାଲେ ଅର୍ଥନୈତିକ ଆହ୍ବାନ ସୃଷ୍ଟି କରିଥାଏ । ଜୀବନଧାରଣ ମାନ ହ୍ରାସ ଏବଂ ସମ୍ଭାବ୍ୟ ସାମାଜିକ ଏବଂ ଅର୍ଥନୈତିକ ଅସ୍ଥିରତା ଭଳି ପରିସ୍ଥିତି ଦେଖାଯାଇଥାଏ । ଅନ୍ୟାନ୍ୟ ଉଦୀୟମାନ ଦେଶ ତୁଳନାରେ ମୁଦ୍ରାସ୍ଫୀତି ସହିତ ଭାରତର ଅଭିଜ୍ଞତା ସାମାନ୍ୟ କମ୍ ଅଟେ । 2013ରେ ହାରାହାରି ମୁଦ୍ରାସ୍ଫୀତି ହାର 10. 02 ପ୍ରତିଶତ ରହିଥିଲା । ଅନ୍ୟପଟେ 2024 ସୁଦ୍ଧା ମୁଦ୍ରାସ୍ପୀତି 5.09 ପ୍ରତିଶତକୁ ହ୍ରାସ ପାଇଛି ।

ମୁଣ୍ଡପିଛା ଆୟ ଏବଂ ବ୍ୟବହାର ଖର୍ଚ୍ଚ ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ସୁସ୍ଥତା ଏବଂ ବ୍ୟବହାର ଆଚରଣକୁ ପ୍ରଭାବିତ କରିଥାଏ । 2022-23 ପାଇଁ ମୁଣ୍ଡପିଛା ନିଟ୍ ଜାତୀୟ ଆୟ 172,000ରେ ପହଞ୍ଚିଛି । ଯଦି ଦେଖିବା 2014-15 ମସିହାରେ 86,647 ରହିଥିଲା । ମୋଦି ସରକାର ଆସିବା ପରେ 100 ପ୍ରତିଶତ ବୃଦ୍ଧି ହୋଇଥିବା ନେଇ କୁହାଯାଇଛି । ସେହିପରି 2022-23 ପାଇଁ ମୁଣ୍ଡପିଛା ଖର୍ଚ୍ଚ ବ୍ୟୟ ଭାରତର ଗ୍ରାମାଞ୍ଚଳରେ 3,773 ଏବଂ ସହରୀ ଭାରତରେ, 6,459 ଥିଲା । MPCE ଉପରେ ଜାତୀୟ ନମୁନା ସର୍ବେକ୍ଷଣ ରିପୋର୍ଟରେ ଦର୍ଶାଯାଇଛି ଯେ 2011-12ରେ ଭାରତର ଗ୍ରାମୀଣ ହାରାହାରି MPCE 1430 ଥିଲା ଏବଂ 2022-23ରେ 3773କୁ ବୃଦ୍ଧି ପାଇଥିଲା । ଯାହା 2.60 ଗୁଣ ବୃଦ୍ଧି ପାଇଥିଲା । ଗତ ଦଶ ବର୍ଷ ମଧ୍ୟରେ ମୁଣ୍ଡପିଛା ତୁଳନାରେ ଖର୍ଚ୍ଚର ବୃଦ୍ଧି ବହୁତ ଅଧିକ ରହିଛି । 15 ବର୍ଷରୁ ଅଧିକ ବୟସର ବ୍ୟକ୍ତିବିଶେଷଙ୍କ ପାଇଁ ଭାରତର ବେକାରୀ ହାର ଜାନୁଆରୀ-ମାର୍ଚ୍ଚ 2023 ମଧ୍ୟରେ 6.8 ପ୍ରତିଶତକୁ ହ୍ରାସ ପାଇଛି ।

ଏହା ମଧ୍ୟ ପଢନ୍ତୁ: ବଢ଼ିଲା ମନରେଗା ମଜୁରୀ: ସିକ୍କିମରେ ସର୍ବାଧିକ, ଓଡ଼ିଶାରେ 254 ଟଙ୍କା - MGNREGA WAGE HIKE

ଲିଭିଙ୍ଗ ଓ୍ବେଜ ଲାଗୁ କରାଇବାର ଗୋଟିଏ କାରଣ ହେଉଛି ସରକାରଙ୍କ ଦ୍ବାରା ସ୍ଥିର କରାଯାଇଥିବା ସର୍ବନିମ୍ନ ମଜୁରୀ ଲିଭିଙ୍ଗ ଓ୍ବେଜ ଠାରୁ କମ୍ ହୋଇଥାଏ । ଶ୍ରମିକ ଏବଂ ସେମାନଙ୍କ ପରିବାର ଉପରେ କମ୍ ମଜୁରୀର ପ୍ରଭାବ ମହତ୍ତ୍ୱପୂର୍ଣ୍ଣ ଏବଂ ସୁଦୂରପ୍ରସାରୀ । ଯଦି ଶ୍ରମିକମାନେ ଅଳ୍ପ ବେତନ ପାଉଛନ୍ତି, ଏହା ନକାରାତ୍ମକ ଭାବନାକୁ ନେଇପାରେ ଏବଂ ସମ୍ପ୍ରଦାୟ ଉପରେ ଏହାର ବ୍ୟାପକ ପ୍ରଭାବ ପକାଇପାରେ । ଯେଉଁ ଶ୍ରମିକମାନେ କମ୍ ମଜୁରୀ ଅର୍ଜନ କରନ୍ତି, ସେମାନଙ୍କ ପରିବାର ପ୍ରତିପୋଷଣ ପାଇଁ ଅଧିକ ଆର୍ଥିକ ସମ୍ବଳ ଆବଶ୍ୟକ ହୋଇପାରେ । ସ୍ବଳ୍ପ ମଜୁରୀ ଦାରିଦ୍ରତା ଏବଂ ଅସମାନତା ପାଇଁ ସହାୟକ ହୋଇପାରେ । ଯାହା ସମାଜର ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଉପରେ ଖରାପ ପ୍ରଭାବ ପକାଇଥାଏ ।

ଆନ୍ତର୍ଜାତୀୟ ଶ୍ରମ ସଂଗଠନର ଅଧ୍ୟୟନ ଏହା ମଧ୍ୟ ନିଶ୍ଚିତ କରେ ଯେ, ଜଣେ ଶ୍ରମିକ ଭାରତରେ ବର୍ତ୍ତମାନର ସର୍ବନିମ୍ନ ମଜୁରୀ ସହିତ ଜୀବିକା ନିର୍ବାହ କରୁନାହାଁନ୍ତି । ହାରାହାରି ପରିବାର 1.6 ରୋଜଗାରକାରୀ ଏବଂ ଗୋଟିଏ ପରିବାରରେ 2.3 ଛୁଆ ରହିଛନ୍ତି । ଯଦି ଶ୍ରମିକମାନଙ୍କର ଆୟ କମ୍ ହୋଇଥାଏ ତାହେଲେ ସେମାନଙ୍କୁ ଅନେକ ଚାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥାଏ । ନୂତନ ପ୍ରସ୍ତାବିତ ଜୀବିକା ମଜୁରୀ ବ୍ୟବସ୍ଥା ସହିତ, ଶ୍ରମିକମାନେ ଅଧିକ ବେତନ ପାଆନ୍ତି, ଯାହା ନିଯୁକ୍ତିଦାତାଙ୍କୁ ଲାଭ ଦିଏ ଏବଂ ସେମାନଙ୍କୁ ସନ୍ତୁଷ୍ଟ ରହିବାକୁ ସାହାଯ୍ୟ କରେ । କେତେକ ବିଶ୍ବାସ କରନ୍ତି ଯେ, ଲିଭିଙ୍ଗ ଓ୍ବେଜ ସର୍ବନିମ୍ନ ମଜୁରୀ ବଢାଇଥାଏ, ଯାହା ଅର୍ଥନୀତିକୁ କ୍ଷତି ପହଞ୍ଚାଇଥାଏ । ସର୍ବନିମ୍ନ ମଜୁରୀଠାରୁ ଜୀବିକା ମଜୁରୀ ଅଧିକ ହେବ ବୋଲି ଆଶା କରାଯାଏ ଏବଂ ମୂଲ୍ୟ ବୃଦ୍ଧି ହେବାର ଭୟ ହେତୁ ନିଯୁକ୍ତିଦାତା ନିଯୁକ୍ତି ହ୍ରାସ କରିପାରନ୍ତି, ଯାହାଦ୍ୱାରା ବେକାରୀ ବୃଦ୍ଧି ପାଇପାରେ ।

ଅର୍ଥନୀତିଜ୍ଞ ଏବଂ ନୀତି ନିର୍ଣ୍ଣୟକାରୀମାନେ ଦୃଢ ବିଶ୍ବାସ କରନ୍ତି ଯେ ବେତନ ଅର୍ଥନୈତିକ ଏବଂ ସାମାଜିକ ବିକାଶ ତଥା ସାମାଜିକ ନ୍ୟାୟ ପ୍ରଗତିର କେନ୍ଦ୍ର ଅଟେ । 2030 ସୁଦ୍ଧା ଭାରତ SDG ହାସଲ କରିବାକୁ ପ୍ରତିଶ୍ରୁତିବଦ୍ଧ । ତଥାପି ଜୀବିକା ମଜୁରୀ ନିଶ୍ଚିତ କରିବା ପାଇଁ ନୀତି ପ୍ରଣୟନ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର, ବ୍ୟବସାୟ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସହଯୋଗରେ ବହୁମୁଖୀ ଆଭିମୁଖ୍ୟ ଆବଶ୍ୟକ । ଶିକ୍ଷା, ଦକ୍ଷତା ବିକାଶ, ଉଚିତ ମଜୁରୀ ଏବଂ ଏକ ସ୍ଥାୟୀ ସମାଜ ହେଉଛି ନିରନ୍ତର ବିକାଶ ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟର ପରସ୍ପର ସହ ଜଡିତ ଉପାଦାନ, ଯାହା ଭାରତ 2030 ସୁଦ୍ଧା ହାସଲ କରିବାକୁ ପ୍ରତିଶ୍ରୁତିବଦ୍ଧ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.