ETV Bharat / international

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ତାଇଓ୍ୱାନ, 3 ଦେଶକୁ ସୁନାମି ଆଲର୍ଟ - Earthquake hits Taiwan

author img

By ETV Bharat Odisha Team

Published : Apr 3, 2024, 9:39 AM IST

Taiwan Earthquake: ତାଇଓ୍ୱାନରେ ଶକ୍ତିଶାଳୀ ଭୂକମ୍ପ ଝଟକା । ତୀବ୍ରତା 7.58 । ତାଇଓ୍ବାନ ସମେତ ଜାପାନ ଏବଂ ଫିଲିଫାଇନ୍ସରେ ସୁନାମି ଆଲର୍ଟ । ଅଧିକ ପଢନ୍ତୁ

Taiwan Earthquake
Taiwan Earthquake

ତାଇପେଇ(ତାଇୱାନ): ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ତାଇଓ୍ୱାନ । ଆଜି (ବୁଧବାର) ସକାଳ 7.58 ମିନିଟରେ (ଭାରତୀୟ ସମୟ) ପୂର୍ବ ତାଇଓ୍ୱାନରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 7.5 ରେକର୍ଡ କରାଯାଇଛି । ଏହାର କେନ୍ଦ୍ର ହୁଆଲିଏନ ସହରର ଦକ୍ଷୀଣ ଓ ଦକ୍ଷିଣ- ପୂର୍ବ ଦିଗରେ ମାତ୍ର 18 କିଲୋମିଟର ଦୂର ଓ 34.8 କିଲୋମିଟର ଗଭୀରତା ହୋଇଛି । ଏହି ଭୟଙ୍କର ଝଟକାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଦକ୍ଷିଣାଞ୍ଚଳ ସହର ଗୁଡିକରେ ଅନେକ ସ୍ଥାନରେ ବଡ ବଡ ବିଲ୍ଡିଂଗୁଡିକ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ତେବେ ଭୂକମ୍ପ ଯୋଗୁଁ ତାଇଓ୍ୱାନ ସମେତ ଦକ୍ଷିଣ ଜାପାନ ଓ ଫିଲିଫାଇନ୍ସରେ ମଧ୍ୟ ସୁନାମି ଆଲର୍ଟ ଜାରି କରାଯାଇଛି । ଲୋକମାନେ ମଧ୍ୟ ବେଶ ଭୟଭୀତ ରହିଛନ୍ତି ।

ତାଇଓ୍ୱାନରେ ହୋଇଥିବା ଏହି ଭୂକମ୍ପ ପ୍ରଭାବରେ ହୁଆଲିଏନ ସହରରେ ପାଞ୍ଚ ମହଲା ବିଶିଷ୍ଟ ଏକ ବିଲ୍ଡିଂ 45 ଡିଗ୍ରୀ ଢଳିପଡିଥିବା ଦେଖିବାକୁ ମିଳିଛି । ତାଇଓ୍ୱାନ ରାଜଧାନୀ ତାଇପେଇ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ରେଳ ସେବା ସାମୟିକ ସମୟ ପାଇଁ ବନ୍ଦ କରାଯାଇଥିଲା । ଅନ୍ୟପଟେ ଭୂକମ୍ପ ଝଟକା ପରେ ତାଇଓ୍ୱାନ ସମେତ ଦକ୍ଷିଣ ଜାପାନ ଓ ଫିଲିଫାଇନ୍ସରେ ସୁନାମି ଆଲର୍ଟ ଜାରି କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. ଜାପାନରେ 6.1 ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଝଟକା - Japan Earthquake

ଜାପାନ ପାଣିପାଗ ଏଜେନ୍ସିର ସୂଚନା ଅନୁଯାୟୀ, ଭୂମିକମ୍ପ 15 ମିନିଟ ପରେ ୟୋନାଗୁନି ଆଇସଲ୍ୟାଣ୍ଡର ଉପକୂଳରେ ପାଖାପାଖି 1 ଫୁଟ ଉଚ୍ଚତାର ଲହରୀ ଦେଖିବାକୁ ମିଳିଛି । ଏହି ଲହରୀ ଉପକୂଳ ଅଞ୍ଚଳ ମିୟାକୋ ଓ ୟାଇନାମା ଦ୍ୱୀପରେ ପ୍ରବେଶ କରିବାର ଆଶଙ୍କା ରହିଛି ବୋଲି ଜାପାନ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଏନେଇ ଅଧିକ ସୂଚନା ପାଇବା ପାଇଁ ଜାପାନ ପ୍ରତିରକ୍ଷା ଟିମ ଘଟଣାସ୍ଥଳରେ ବିମାନ ନିୟୋଜିତ କରିଛି । ଓକିନାଓ୍ୱା ଅଞ୍ଚଳରେ ସୁନାମି ଆସିବାର ଆଶଙ୍କା ରହିଥିବାରୁ ସେଠାରେ ସେନା ପକ୍ଷରୁ ଆଶ୍ରୟସ୍ଥଳ ନିର୍ମାଣ କରାଯିବା ସହ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଆଲର୍ଟ କରାଯାଇଛି ।

ସୂଚନାଯୋଗ୍ୟ ତାଇଓ୍ୱାନରେ ଅଧିକାଂଶ ସମୟରେ ଭୂକମ୍ପ ହୋଇଥାଏ । କାରଣ ଏହି ଆଇସଲ୍ୟାଣ୍ଡ 2ଟି ଟେକ୍ଟୋନିକ ପ୍ଲେଟର ଜଙ୍କସନ ନିକଟରେ ଅବସ୍ଥିତ । ତେବେ ତାଇଓ୍ୱାନରେ 1999 ମସିହା ପରେ ଏହା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ଅଟେ । ଅନ୍ୟପଟେ ସୋମବାର ବିଳମ୍ୱିତ ରାତିରେ ଜାପାନରେ 6.1 ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.