ETV Bharat / health

କେରଳରେ ବ୍ୟାପୁଛି ଓ୍ବେଷ୍ଟ ନାଇଲ ଜ୍ବର, ଏହି ଲକ୍ଷଣ ଥିଲେ ହୋଇଯାଆନ୍ତୁ ସାବଧାନ - West Nile fever

author img

By ETV Bharat Odisha Team

Published : May 8, 2024, 1:10 PM IST

West Nile fever: ଓ୍ବେଷ୍ଟ ନାଇଲ ଜ୍ବରକୁ ନେଇ ହାଇ ଆଲର୍ଟରେ କେରଳ । ଚିହ୍ନଟ ହେଲେଣି ଏତିକି ରୋଗୀ

West Nile fever
West Nile fever (ETV Bharat)

ଥିରୁଅନନ୍ତପୁରମ୍: କୋରୋନା ଡର ମନରୁ ନଲିଭୁଣୁ ପୁଣି ସାମ୍ନାକୁ ଆସିଲା ଆଉ ଏକ ଜ୍ବର । କେରଳରେ ଅନେକ ଲୋକ ଏହି ଜ୍ବରରେ ଆକ୍ରାନ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ଏହାର ନାମ ଓ୍ବେଷ୍ଟ ନାଇଲ ଫିବର ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଜ୍ବରର 5ଟି ମାମଲା ରୁଜୁ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଆଲର୍ଟରେ ରହିଛି କେରଳ ସ୍ବାସ୍ଥ୍ୟ ବିଭାଗ । ମିଳିଥିବା ସୂଚନା ଅନୁସାରେ, ଭାଇରାଲ ସଂକ୍ରମଣ ହେତୁ ଓ୍ବେଷ୍ଟ ନାଇଲ ଫିବର ବ୍ୟାପିବାରେ ଲାଗିଛି ।

West Nile fever
West Nile fever (ETV Bharat)

କେରଳର ତିନୋଟି ଜିଲ୍ଲାରେ ଏହି ଜ୍ବର ବ୍ୟାପିବାରେ ଲାଗିଛି । ମାଲାପୁରମ, କୋଜିକୋଡ, ତ୍ରିଶୁର ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି । ଏହାପରେ କେରଳରେ ହାଇଆଲର୍ଟ ଜାରି କରିବା ସହିତ ସତର୍କ ରହିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ସପ୍ତାହରେ ସ୍ବାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ କରାଯାଇଥିଲା । ଏଥିରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଭିନା ଗର୍ଗ ମୌସୁମୀ ପୂର୍ବରୁ ସଫାସୁତରା ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟକଳାପକୁ ଆହୁରି ଜୋରଦାର କରିବାକୁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ମଶା ନିୟନ୍ତ୍ରଣ ଏବଂ ସେମାନଙ୍କ ବଂଶବୃଦ୍ଧି ରୋକିବା ଉପରେ ଗୁରୁତ୍ୱ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଏହି ଜ୍ବର ପ୍ରଥମେ 1937 ମସିହାରେ ଇଗାଣ୍ଡାରେ ଦେଖାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: କର୍ଣ୍ଣାଟକରେ ମାଡୁଛି ମଙ୍କି ଫିଭର୍, ଲକ୍ଷଣ ଦେଖି ଚିହ୍ନନ୍ତୁ ରୋଗ

ସୂଚନା ଅନୁସାରେ, 2011 ମସିହାରୁ କେରଳର ବିଭିନ୍ନ ଜିଲ୍ଲାରେ ଓ୍ବେଷ୍ଟ ନାଇଲ ଜ୍ବର ରିପୋର୍ଟ ହୋଇଛି । ତେଣୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କୁହାଯାଇଛି । ଜ୍ୱର କିମ୍ବା ଅନ୍ୟାନ୍ୟ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଦୁଇବର୍ଷ ପୂର୍ବେ କେରଳରେ ଜଣେ ବ୍ୟକ୍ତି ଏହି ଜ୍ବରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । କୁଲେକ୍ସ ପ୍ରଜାତିର ମଶା ଦ୍ବାରା ବ୍ୟାପୁଥିବା ଏହି ଜ୍ବର 2019 ରେ କେରଳରେ ଜଣଙ୍କ ଜୀବନ ନେଇଥିଲା । ଓ୍ବେଷ୍ଟ ନାଇଲ ଭାଇରସ ସାଧାରଣତଃ ଆଫ୍ରିକା, ୟୁରୋପ, ମିଡିସ ଇଷ୍ଟ, ଉତ୍ତର ଆମେରିକା ଏବଂ ପଶ୍ଚିମ ଏସିଆରେ ଦେଖାଯାଏ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ଓ୍ବେଷ୍ଟ ନାଇଲ ଜ୍ବର ହେଲେ ଜ୍ୱର, ମୁଣ୍ଡବିନ୍ଧା, ଥକାପଣ ଏବଂ ଶରୀରର ଯନ୍ତ୍ରଣା, ବାନ୍ତି ଏବଂ ଚର୍ମରେ ଘା ଭଳି ସମସ୍ୟା ଦେଖାଯାଇଥାଏ । ଏହି ରୋଗ ପାଇଁ ବର୍ତ୍ତମାନ ସୁଦ୍ଧା ଟିକା ବାହାରି ନଥିବା ବେଳେ କେବଳ ସ୍ବଚ୍ଛତା ଏବଂ ସତର୍କତା ରହିବା ପାଇଁ ପରାମର୍ଶ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.