ETV Bharat / health

ମଧୁମେହ ରୋଗରେ ପୀଡିତ କି ? ଜଳଖିଆରେ ଏସବୁ ଖାଦ୍ୟ ଖାଆନ୍ତୁନି - HEALTH TIPS FOR SUGAR PATIENTS

author img

By ETV Bharat Odisha Team

Published : May 10, 2024, 3:57 PM IST

Sugar Patients Avoid Breakfast Food: ଦିନକୁ ଦିନ ଭାରତ ତଥା ବିଶ୍ବରେ ବୃଦ୍ଧି ପାଉଛି ମଧୁମେହ । ଏହି ରୋଗୀମାନଙ୍କୁ ଖାଦ୍ୟପେୟରେ ବିଶେଷ ଯତ୍ନ ନେବା ଆବଶ୍ୟକ ହୋଇଥାଏ । ବିଶେଷ କରି ସକାଳ ଜଳଖିଆ ରୋଗୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି । ଏପରି ପରିସ୍ଥିତିରେ ମଧୁମେହ ରୋଗରେ ପୀଡିତ ଲୋକମାନେ କ'ଣ ଖାଇବା ଉଚିତ୍? କ’ଣ ଖାଇବା ଉଚିତ୍ ନୁହେଁ? ସେନେଇ ସବୁବେଳେ ଅନେକ ଦ୍ୱନ୍ଦ୍ୱରେ ରହିଥାନ୍ତି? ତେବେ ଆପଣ ମଧ୍ୟ ଏହି ଦ୍ୱନ୍ଦ୍ୱରେ ରହୁଛନ୍ତି କି? ତେବେ ଏହି ଆର୍ଟିକିଲରେ ପାଆନ୍ତୁ ଏହାର ସମାଧାନ,

ମଧୁମେହ ରୋଗୀ ଜଳଖିଆରେ ଖାଆନ୍ତୁନି ଏହି ଖାଦ୍ୟ
ମଧୁମେହ ରୋଗୀ ଜଳଖିଆରେ ଖାଆନ୍ତୁନି ଏହି ଖାଦ୍ୟ (ETV Bharat Odisha)

ହାଇଦ୍ରାବାଦ: ଜଳଖିଆ ହେଉଛି ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ । ଦିନକୁ ଭଲ ଆରମ୍ଭ କରିବା ପାଇଁ ଏକ ସୁସ୍ଥ ଜଳଖିଆ ଖାଇବା ଅତ୍ୟନ୍ତ ଜରୁରୀ ଅଟେ । ଏହା ଆମର ମେଟାବୋଲିକ୍ ସିଷ୍ଟମ ସହ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ବୋଲି ବିବେଚନା କରାଯାଏ । ଡାକ୍ତରମାନେ କହିଛନ୍ତି ଯେ ସକାଳେ ଏକ ସୁସ୍ଥ ଜଳଖିଆ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ବିଶେଷ କରି ମଧୁମେହ ରୋଗୀଙ୍କ ପାଇଁ ସକାଳ ଜଳଖିଆ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏପରି ପରିସ୍ଥିତିରେ ଯଦି ଆପଣ ସଠିକ ଖାଦ୍ୟ ନ ଖାଇବେ ତେବେ ମଧୁମେହ ରୋଗୀଙ୍କ ବ୍ଲଡସୁଗାର ସ୍ତର ବଢିବା ସହ ସ୍ଥିତି ଗମ୍ଭୀର ହୋଇପାରେ । ତେଣୁ ମଧୁମେହ ରୋଗରେ ପୀଡ଼ିତ ଲୋକମାନେ ନିଜ ଖାଦ୍ୟପେୟ ଉପରେ ବିଶେଷ ଯତ୍ନ ଦେବା ସହ କ'ଣ ଖାଇବା ଉଚିତ, କ’ଣ ଖାଇବା ଉଚିତ୍ ନୁହେଁ ? ତାହା ଜାଣିବା ବହୁତ ଜରୁରୀ ।

ମଧୁମେହ ରୋଗୀ ଜଳଖିଆରେ ଖାଆନ୍ତୁନି ଏହି ଖାଦ୍ୟ
ମଧୁମେହ ରୋଗୀ ଜଳଖିଆରେ ଖାଆନ୍ତୁନି ଏହି ଖାଦ୍ୟ (ETV Bharat Odisha)

କେଉଁ ଖାଦ୍ୟ ସାମଗ୍ରୀ ମଧୁମେହ ରୋଗୀମାନେ ଜଳଖିଆରେ ଖାଇବା ଉଚିତ୍ ନୁହେଁ ?

ଫଳ ରସ: ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ମଧୁମେହ ରୋଗୀମାନେ ଖାଲି ପେଟରେ ଫଳ ରସ ପିଉଛନ୍ତି, ରକ୍ତରେ ଶର୍କରା ସ୍ତରର ଶୀଘ୍ର ବୃଦ୍ଧି ଘଟାଇପାରେ । କାରଣ ଫଳ ରସରେ ଫାଇବର କମ୍ ଏବଂ ଚିନି ଅଧିକ ମାତ୍ରାରେ ଥାଏ । ସେଥିପାଇଁ ସେମାନଙ୍କ ଠାରୁ ଦୂରରେ ରହିବାକୁ କୁହାଯାଏ । ୨୦୦୮ ମସିହାରେ "ଡାଇବେଟିସ୍ କେୟାର" ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ମଧୁମେହ ରୋଗୀ ଯେଉଁମାନେ ସକାଳେ ଫଳ ରସ ପିଉଥିଲେ ସେମାନଙ୍କ ରକ୍ତରେ ଶର୍କରା ସ୍ତର ବଢିଯାଇଥିଲା ।

ମଧୁମେହ ରୋଗୀ ଜଳଖିଆରେ ଖାଆନ୍ତୁନି ଏହି ଖାଦ୍ୟ
ମଧୁମେହ ରୋଗୀ ଜଳଖିଆରେ ଖାଆନ୍ତୁନି ଏହି ଖାଦ୍ୟ (Pics Credit@RKC)

ବ୍ରେଡ: ବଜାରରେ ଉପଲବ୍ଧ ଅଧିକାଂଶ ପ୍ରକାରର ବ୍ରେଡରେ ଚିନି, ପ୍ରକ୍ରିୟାକୃତ କାର୍ବୋହାଇଡ୍ରେଟ୍ ଏବଂ ହାଇଡ୍ରୋଜେନେଟେଡ୍ ତେଲ ପରି ବିଭିନ୍ନ ଉପାଦାନ ଅଧିକ ଥାଏ । ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ ମଧୁମେହ ରୋଗୀମାନେ ଜଳଖିଆ ପାଇଁ ବ୍ରେଡ ଖାଇଲେ ସେମାନଙ୍କ ସୁଗାର ସ୍ତର ବଢିପାରେ ।

ମଧୁମେହ ରୋଗୀ ଜଳଖିଆରେ ଖାଆନ୍ତୁନି ଏହି ଖାଦ୍ୟ
ମଧୁମେହ ରୋଗୀ ଜଳଖିଆରେ ଖାଆନ୍ତୁନି ଏହି ଖାଦ୍ୟ (Pics Credit@RKC)

କନଫ୍ଲେକ୍ସ: କିଛି ଲୋକ ସକାଳେ କ୍ଷୀରରେ କନଫ୍ଲେକ୍ସ ଖାଆନ୍ତି । କିନ୍ତୁ ଏହା ବଜାରରେ ଉପଲବ୍ଧ ହେଉଥିବାରୁ ଏଥିରେ ଅଧିକାଂଶ ଚିନିମାତ୍ରା ଅଧିକ ଥାଏ । ଏଣୁ ବିଶେଷଜ୍ଞମାନେ କହିଛନ୍ତି ଯେ ମଧୁମେହରେ ପୀଡିତ ଲୋକମାନେ ଜଳଖିଆ ପାଇଁ ସେମାନଙ୍କୁ ଖାଇବା ଉଚିତ୍ ନୁହେଁ ।

ମଧୁମେହ ରୋଗୀ ଜଳଖିଆରେ ଖାଆନ୍ତୁନି ଏହି ଖାଦ୍ୟ
ମଧୁମେହ ରୋଗୀ ଜଳଖିଆରେ ଖାଆନ୍ତୁନି ଏହି ଖାଦ୍ୟ (Pics Credit@RKC)

ଚା' ଏବଂ କଫି ସେବନ କରନ୍ତୁ ନାହିଁ: ଅନେକ ଲୋକ ସକାଳୁ ଉଠିବା ମାତ୍ରେ କଫି କିମ୍ୱା ଚା' ପିଇବାକୁ ଭଲାପାଆନ୍ତି । କିନ୍ତୁ ଖାଲି ପେଟରେ କଫି କିମ୍ୱା ଚା' ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ମଧୁମେହ ରୋଗୀମାନେ ସକାଳେ ଖାଲି ପେଟରେ ଏହା ସେବନ କରିବା ଉଚିତ୍ ନୁହେଁ । ଜଳଖିଆରେ ଚା’ ଖାଇବା ଦ୍ୱାରା ଅନେକ ସମସ୍ୟା ହୋଇପାରେ ।

ଜଳଖିଆ ପାଇଁ କ'ଣ ଖାଇବା ଉଚିତ ?

  • ମଧୁମେହ ରୋଗୀମାନେ ଜଳଖିଆରେ ଫାଇବର ଏବଂ ପ୍ରୋଟିନ ଭରପୂର ଖାଦ୍ୟ ଖାଇବା ଉଚିତ ।
  • ଅଣ୍ଡାରେ ପ୍ରୋଟିନ୍ ଅଧିକ ଥାଏ । ତେଣୁ, ସକାଳ ଜଳଖିଆ ପାଇଁ ସିଝା ଅଣ୍ଡା କିମ୍ବା ଅମଲେଟ୍ ଖାଇବାକୁ ପରାମର୍ଶ ଦିଆଯାଇଛି ।
  • ଏହା ମଧ୍ୟ କୁହାଯାଏ ଯେ ଜଳଖିଆରେ ଶସ୍ୟ ଜାତୀୟ ପ୍ରସ୍ତୁତ ଖାଦ୍ୟ ଖାଇବା ଭଲ ।
  • ଦଲିଆ ଖାଇବା ଦ୍ୱାରା ସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ ବୋଲି କୁହାଯାଏ ।

ଏହା ମଧ୍ୟ ପଢନ୍ତୁ: ସକାଳ 8ଟା ପୂର୍ବରୁ ଜଳଖିଆ ଖାଇଲେ ହେବନି ମଧୁମେହ, ରିସର୍ଚ୍ଚରେ ଖୁଲାସା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.