ETV Bharat / health

ଖରାଦିନେ କିପରି ନେବେ ତ୍ବଚାର ଯତ୍ନ ? ଆପଣାନ୍ତୁ ଏହି ଉପାୟ, ଚମକିବ ତ୍ବଚା - SUMMER SKIN CARE

author img

By ETV Bharat Odisha Team

Published : May 12, 2024, 7:25 PM IST

Skin Care In Summer Season: ଖରାଦିନେ ଚମକିବ ତ୍ବଚା । ହେବନି ସନ୍‌ଟ୍ୟାନ । କିପରି ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ । ଜାଣନ୍ତୁ କିଛି ଉପାୟ

ଖରାଦିନେ କିପରି ନେବେ ତ୍ବଚାର ଯତ୍ନ ? ଆପଣାନ୍ତୁ ଏହି ଉପାୟ, ଚମକିବ ତ୍ବଚା
ଖରାଦିନେ କିପରି ନେବେ ତ୍ବଚାର ଯତ୍ନ ? ଆପଣାନ୍ତୁ ଏହି ଉପାୟ, ଚମକିବ ତ୍ବଚା (Pexels)

ହାଇଦ୍ରାବାଦ: ସୁନ୍ଦର ଦେଖାଯିବାକୁ କିଏ ବା ନଚାହେଁ । ନିଜର ସୌନ୍ଦର୍ଯ୍ୟ ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାନ୍ତି । ସାଧାରଣତଃ ଖରାଦିନେ ତ୍ବଚାର ଅଧିକ ଯତ୍ନ ନେବା ଆବଶ୍ୟକ ହୋଇଥାଏ । କାରଣ ଖରା ଓ ତାତିର ପ୍ରଭାବରେ ତ୍ବଚା ଉପରେ ବହୁତ କୁପ୍ରଭାବ ପଡ଼ିଥାଏ । ଯାହାଦ୍ବାରା ଅନେକ ତ୍ବଚା ଜନିତ ସମସ୍ୟା ଦେଖା ଦେଇଥାଏ । ଏହାସହ ତ୍ବଚାର ଚମକ ମଧ୍ୟ କମିଯାଇଥାଏ । ତେବେ ଖରାଦିନେ ତ୍ବଚାଜନିତ ସମସ୍ୟା ଦୂର କରିବା ସହ ତ୍ବଚାର ଚମକ ବଜାୟ ରଖିବା ପାଇଁ ଆପଣମାନେ ଅନେକ ପ୍ରକାରରର କେମିକାଲ ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ଯାହା ଆପଣଙ୍କ ତ୍ବଚାକୁ ଉଜ୍ବଳ କରିବା ପରିବର୍ତ୍ତେ ଅଧିକ ବିଗାଡ଼ି ଦେଇଥାଏ । ଆଜି ଆପଣଙ୍କୁ ଏମିତି କିଛି ଟିପ୍ସ ବିଷୟରେ ଜଣାଇବୁ ଯାହା ଦ୍ବାରା ଖରାଦିନେ ମଧ୍ୟ ଆପଣଙ୍କ ତ୍ବଚାର ଚମକ ଆହୁରି ବଢ଼ିଯିବ ।

ତେବେ ଆସନ୍ତୁ ଜାଣିବା କିଛି ଉପାୟ...

ଖରାଦିନେ କିପରି ନେବେ ତ୍ବଚାର ଯତ୍ନ ?
ଖରାଦିନେ କିପରି ନେବେ ତ୍ବଚାର ଯତ୍ନ ? (Pexels)
  • ଗୋଲାପ ଜଳ ତ୍ବଚାକୁ ସତେଜ ରଖିବାରେ ସାହଯ୍ୟ କରେ । ଗୋଲାପ ଜଳକୁ ଆପଣ ଘରେ ତିଆରି କରି ବ୍ୟବହାର କରିପାରିବେ । ଏଥିପାଇଁ କିଛି ଗୋଲାପ ପାଖୁଡା ନେଇ ପାଣିରେ ପକାଇ କମ୍‌ ଆଞ୍ଚରେ ଫୁଟାନ୍ତୁ । ପରେ ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହାପରେ ତାକୁ ଏକ ବୋତଲରେ ନେଇ ଫ୍ରିଜ୍‌ ଭିତରେ ରଖି ପ୍ରତିଦିନ ଏହାକୁ ବ୍ୟବହାର କରିପାରିବେ ।
ଖରାଦିନେ କିପରି ନେବେ ତ୍ବଚାର ଯତ୍ନ ?
ଖରାଦିନେ କିପରି ନେବେ ତ୍ବଚାର ଯତ୍ନ ? (Pexels)
  • ଖରାଦିନେ ହେଭି ଫାଉଣ୍ଡେସନ ଠାରୁ ଦୂରରେ ରୁହନ୍ତୁ । ଏହିଦିନେ ଆପଣମାନେ ସିମ୍ପୁଲ ମଶ୍ଚରାଇଜର ବ୍ୟବହାର କରନ୍ତୁ । ନିଜ ପସନ୍ଦର ଲିକୁଇଡ ଫାଉଣ୍ଡେସନରେ କିଛି ମଶ୍ଚରାଇଜର ମିଶାଇ ଆପଣ ଏହାକୁ ମୁହଁରେ ଲଗାଇପାରିବେ । ଏହା ଆପଣଙ୍କ ମୁହଁରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଣିଥାଏ ।
ଖରାଦିନେ କିପରି ନେବେ ତ୍ବଚାର ଯତ୍ନ ?
ଖରାଦିନେ କିପରି ନେବେ ତ୍ବଚାର ଯତ୍ନ ? (Pexels)
  • ଖରାଦିନେ ସୂର୍ଯ୍ୟକିରଣ ପ୍ରଭାବରେ ଓଠର ରଙ୍ଗ ବଦଳିଯାଇ କଳା ପଡ଼ିଯାଏ । ଏଭଳି ସ୍ଥିତିରେ ଓଠର ସୌନ୍ଦର୍ଯ୍ୟ ପାଇଁ ଆପଣ ଲେମ୍ବୁର ବ୍ୟବହାର କରିପାରିବେ । ଲେମ୍ବୁରେ ପ୍ରଚୁର ପରିମାଣର ସାଇଟ୍ରିକ ଏସିଡି ଥାଏ । ଏହାକୁ ଓଠରେ ଲାଇବା ଦ୍ବାରା ଓଠ ଗୋଲାପି ଦେଖାଯିବ ।
ଖରାଦିନେ କିପରି ନେବେ ତ୍ବଚାର ଯତ୍ନ ?
ଖରାଦିନେ କିପରି ନେବେ ତ୍ବଚାର ଯତ୍ନ ? (Pexels)
  • ନିଜ ସ୍କିନ ଟୋନ ଅନୁଯାୟୀ, ଆପଣ ଘରେ ବ୍ରୋଞ୍ଜର ପ୍ରସ୍ତୁତ କରି ଏହାକୁ ମୁହଁରେ ଲଗାଇ ପାରିବେ । ଏଥିପାଇଁ କିଛି କୋକୋ ପାଉଡରରେ ଡାଳଚିନି ଓ ମକା ଗୁଣ୍ଡକୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହାକୁ ଗାଲ, କପାଳ ଓ ନାକରେ ମାଲିସ କରିନ୍ତୁ । ଏହାକୁ ବ୍ୟବହାର କରିବା ଦ୍ବାରା ମୁହଁରେ ଉଜ୍ବଳ ଦେଖାଯିବ ।
  • ଖରାଦିନେ ମୁହଁରୁ ଝାଳ ବାହାରି ଥାଏ । ଫଳରେ ମୁହଁରେ ଅନେକ ମଇଳା ଜମି ରହି ତ୍ବାଚାକୁ ଖରାପ କରିଥାଏ । ଏଭଳି ସ୍ଥଳରେ ଆପଣ ତ୍ବଚାକୁ ସ୍କ୍ରବ କରିବା ପାଇଁ ଟମାଟ ଓ ଚିନିର ବ୍ୟବହାର କରିପାରିବେ । ଖଣ୍ଡେ ଟମାଟ ନେଇ ସେଥିରେ କିଛି ଚିନି ମିଶାଇ ଏହାକ ମୁହଁରେ ସ୍କ୍ରବ କରନ୍ତୁ । ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ନିଅନ୍ତୁ । ଏଭଳି କରିବା ଦ୍ବାରା ତ୍ବଚାରୁ ବ୍ଲାକହେଡ ଦୂର ହେବା ସହ ତ୍ବଚାରେ ଚମକ ଆସିଥାଏ ।

ଏହା ମଧ୍ୟ ପଢ଼ନ୍ତୁ...ନଖର ରଙ୍ଗରେ ପରିବର୍ତ୍ତନ ହେଉଛି କି ? ହୋଇପାରେ ଏହି କାରଣ - Health Problems Shown By Nails

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.