ETV Bharat / health

ମହିଳାଙ୍କ ପାଇଁ ଘାତକ ହୋଇପାରେ ଓଭାରିଆନ କ୍ୟାନସର, ଛୋଟ ଲକ୍ଷଣକୁ କରନ୍ତୁନି ଅଣଦେଖା - World Ovarian cancer Day 2024

author img

By ETV Bharat Odisha Team

Published : May 8, 2024, 11:11 AM IST

Updated : May 8, 2024, 12:02 PM IST

World Ovarian cancer Day 2024: ଆଜି ବିଶ୍ୱ ଓଭାରିଆନ କ୍ୟାନସର ଦିବସ । ଏହି ରୋଗ ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ଜାଣନ୍ତୁ ଏହି ରୋଗର ଲକ୍ଷଣ ବିଷୟରେ ।

World Ovarian cancer Day 2024
World Ovarian cancer Day 2024 (ETV Bharat Odisha)

ହାଇଦ୍ରାବାଦ: ବିଶ୍ୱରେ ମହିଳାମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା କର୍କଟ ରୋଗ ମଧ୍ୟରେ ଓଭାରିଆନ କ୍ୟାନସର ତୃତୀୟ ସର୍ବାଧିକ ଅଟେ । ବିଭିନ୍ନ ରିପୋର୍ଟ ଅନୁଯାୟୀ, ଏହି ରୋଗର ଲକ୍ଷଣଗୁଡିକ ବିଷୟରେ ମହିଳାମାନେ ଅଧିକ ଜାଣିନଥିବାରୁ ସମୟ ମଧ୍ୟରେ ଏହି ରୋଗର ଚିକିତ୍ସା କରିବା ସମ୍ଭବ ହୋଇନଥାଏ । ଯେଉଁଥିପାଇଁ ବଡ କ୍ଷତି ସହିବାକୁ ପଡିଥାଏ । ବିଶ୍ୱରେ ଓଭାରୀ କ୍ୟାନସର ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ତଥା ଏହାର ଲକ୍ଷଣ, ଚିକିତ୍ସା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ ୮ତାରିଖରେ 'ବିଶ୍ୱ ଓଭାରିଆନ କ୍ୟାନସର' ଦିବସ ପାଳନ କରାଯାଏ । ଚଳିତ ବର୍ଷ ଏହି ଦିବସର ଥିମ 'ନୋ ଓ୍ବିମ୍ୟାନ ଲେଫ୍ଟ ବିହାଇଣ୍ଡ୍' ।

ଗତ କିଛି ବର୍ଷ ହେଲା ବିଶ୍ୱରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । କ୍ୟାନସର ଆମ ଶରୀରରେ ଯେକୌଣସି ଅଙ୍ଗକୁ ପ୍ରଭାବିତ କରିପାରେ । ମହିଳାମାନଙ୍କ କ୍ଷେତ୍ରରେ ସବୁଠୁ ଅଧିକ ବ୍ରେଷ୍ଟ କ୍ୟାନସର ଦେଖିବାକୁ ମିଳୁଥିବା ବେଳେ ଏହାପଛକୁ ସର୍ଭାଇକାଲ କ୍ୟାନସର ଓ ଓଭାରିଆନ କ୍ୟାନସର ଦେଖିବାକୁ ମିଳେ । ଓଭାରିଆନ କ୍ୟାନସରକୁ ଅଣ୍ଡାଶୟ କ୍ୟାନସର ମଧ୍ୟ କୁହାଯାଏ ।

ଏହାମଧ୍ୟ ପଢନ୍ତୁ.. ଓଭାରିଆନ କ୍ୟାନସରରେ ଆଖିବୁଜିଲେ ଇନଷ୍ଟା ଇନଫ୍ଲୁଏନସର ସୁରଭୀ ଜୈନ, ଜାଣନ୍ତୁ ଏହି ରୋଗର ଲକ୍ଷଣ - Ovarian Cancer

ଜାତୀୟ ଓଭାରିଆନ୍ କ୍ୟାନସର ସମନ୍ୱୟ ସମିତିର ଏକ ରିପୋର୍ଟ ଅନୁଯାୟୀ, ଲକ୍ଷଣ ବିଷୟରେ ଅଜ୍ଞତା କାରଣରୁ ଏହି କ୍ୟାନସରରେ ପୀଡିତ ପ୍ରାୟ 85% ମହିଳା ଏହି ରୋଗ ବିଷୟରେ ବହୁ ବିଳମ୍ବରେ ଜାଣିବାକୁ ପାଇଥାନ୍ତି । ମାତ୍ର 15% ମହିଳା ଏହି ରୋଗ ବିଷୟରେ ଜାଣିଛନ୍ତି । ଯଦି ଠିକ ସମୟରେ ଏହି ରୋଗକୁ ଚିହ୍ନଟ କରାଯାଇ ଏହାର ଚିକିତ୍ସା କରାଯାଏ ତେବେ ଏହାର ନିରାକରଣ ସମ୍ଭବ ଅଟେ । ନଚେତ ବିଳମ୍ବରେ ଏହି ରୋଗ ବିଷୟରେ ଜଣାପଡିଲେ ଏହା ବହୁ କ୍ଷତି ଘଟାଇପାରେ ।

ଜାଣନ୍ତୁ ଓଭାରିଆନ କ୍ୟାନସର କଣ: ଓଭାରି ବା ଅଣ୍ଡାଶୟ ମହିଳାଙ୍କ ଗର୍ଭଧାରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ମହିଳାଙ୍କ ଶରୀରରେ ୨ ପ୍ରକାର ଓଭାରି ରହିଥାଏ । ଓଭାରିଆନ କ୍ୟାନସର ଏହି ଓଭାରିରେ ସୃଷ୍ଟି ହୋଇଥାଏ । ଏହି ରୋଗରେ ଓଭାରିରେ ଟ୍ୟୁମର ହୋଇଥାଏ ଯାହା ସୁସ୍ଥ ଟ୍ୟିସୁକୁ ନଷ୍ଟ କରିଦେଇଥାଏ । ରୋଗର ପ୍ରଭାବକୁ ନେଇ ଏହାକୁ ବିଭିନ୍ନ ପ୍ରକାରରେ ଭାଗ କରାଯାଇଛି । ଯେଉଁଥିରେ କିଛି ଘାତକ କ୍ୟାନସର ମଧ୍ୟ ରହିଥାଏ ।

World Ovarian cancer Day 2024
World Ovarian cancer Day 2024 (ETV Bharat Odisha)

ଓଭାରିଆନ କ୍ୟାନସର ଲକ୍ଷଣ:

ଏହି କ୍ୟାନସରର ବିଭିନ୍ନ ଲକ୍ଷଣଗୁଡିକ ହେଲା

  • ଋତୁସ୍ରାବରେ ଅନିୟମିତତା
  • ମେନୋପୋଜ (ମାସିକ ଋତୁସ୍ରାବ ବନ୍ଦ ହେବା) ପରେ ବି ଅସ୍ୱାଭାବିକ ଭାବେ ବେଳେ ବେଳେ ରକ୍ତସ୍ରାବ ହେବା
  • ପେଟରେ କିମ୍ବା ପିଠିରେ ଯନ୍ତ୍ରଣା
  • ପେଟ ଫୁଲା
  • ସବୁବେଳେ ପେଟ ଓଜନିଆ ଲାଗିବା
  • ବାରମ୍ବାର ପରିସ୍ରା ଲାଗିବା

ଏହି ଲକ୍ଷଣ ରୋଗର ଗମ୍ଭୀରତା ଏବଂ କର୍କଟ ରୋଗର ପର୍ଯ୍ୟାୟ ଉପରେ ନିର୍ଭର କରି ଅଧିକ କିମ୍ବା କମ ହୋଇପାରେ ।

ଉତ୍ତରାଖଣ୍ଡର ଜଣେ ସ୍ତ୍ରୀରୋଗ ବିଶେଷଜ୍ଞ ଲକ୍ଷ୍ମୀଙ୍କ କହିବାନୁଯାୟୀ, ସାଧାରଣତଃ ମହିଳାମାନେ ତଳ ପେଟରେ ଯନ୍ତ୍ରଣା କିମ୍ବା ଚାପ ଅନୁଭବ କରିବା ଏବଂ ତଳ ପେଟରେ ଅଧିକ ଯନ୍ତ୍ରଣା ହେବା, ତଳ ପେଟରେ ଅସ୍ୱାଭାବିକତା କିମ୍ବା ଋତୁସ୍ରାବ ସମୟରେ କିମ୍ବା ବେଳେବେଳେ ମେନୋପୋଜ ପରେ ମଧ୍ୟ ରକ୍ତ ସ୍ରାବ ହେବା । ଏହି ରୋଗରେ ଲକ୍ଷଣ ଅଟେ । କିନ୍ତୁ ମହିଳାମାନେ ଏହି ସବୁ ଲକ୍ଷଣ ଅନୁଭବ କରୁଥିଲେ ମଧ୍ୟ ଏହାକୁ ଅଣଦେଖା କରି ଏହାର ଅଧିକ ନହେବା ଯାଏ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତି ନାହିଁ ।

ସେ ଆଉମଧ୍ୟ କହିଛନ୍ତି ଯେ, କେବଳ ଗ୍ରାମାଞ୍ଚଳରେ ରହୁଥିବା କମ୍ ଶିକ୍ଷିତ ମହିଳା ନୁହେଁ ବରଂ ସହରରେ ମଧ୍ୟ ଶିକ୍ଷିତ କମ୍ବା କାର୍ଯ୍ୟରତ ମହିଳାମାନଙ୍କ ମଧ୍ୟରେ ମଧ୍ୟ ଏହି ଅସାବଧାନତା ଦେଖିବାକୁ ମିଳିଥାଏ । ଏହି କାରଣରୁ ମହିଳାମାନେ ଗର୍ଭଧାରଣ ପାଇଁ ଗୁରୁତର ସମସ୍ୟାରେ ଯୁଝି ହୁଅନ୍ତି । ମହିଳାମାନଙ୍କୁ ଏକ୍ଷେତ୍ରରେ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।

କେବେଠୁ ପାଳନ ହେଲା ଓଭାରିଆନ କ୍ୟାନସର ଦିବସ : 2013 ମସିହାରେ ପ୍ରଥମେ ବିଶ୍ୱ ଓଭାରିଆନ୍ କ୍ୟାନସର ଦିବସ ପାଳନ କରାଯାଇଥିଲା । 'ଟାର୍ଗେଟ୍ ଓଭାରିଆନ୍ କ୍ୟାନସର' ନାମକ ଏକ ସାମାଜିକ ସଂଗଠନ ଦ୍ୱାରା ଏହା ଆରମ୍ଭ ହୋଇଥିଲା । ସୂଚନାଯୋଗ୍ୟ, ଏହି ସଂଗଠନ କେବଳ ଏହି ରୋଗର ଅନୁସନ୍ଧାନ ପାଇଁ ଆର୍ଥିକ ସହାୟତା ପ୍ରଦାନ କରେ ନାହିଁ ବରଂ ଏହି ରୋଗରେ ପୀଡିତ ମହିଳାମାନଙ୍କୁ ଆର୍ଥିକ ତଥା ଅନ୍ୟାନ୍ୟ ଉପାୟରେ ମଧ୍ୟ ସାହାଯ୍ୟ କରିଥାଏ । ସମ୍ପ୍ରତି ଏହି ସଂସ୍ଥା 32 ରୁ ଅଧିକ ଦେଶରେ ଶହେରୁ ଅଧିକ ଓଭାରି କ୍ୟାନସର ପୀଡିତମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 8, 2024, 12:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.