ETV Bharat / business

ମହିଳା ଦିବସରେ ଗୃହିଣୀଙ୍କୁ ମୋଦିଙ୍କ ଭେଟି, ୧୦୦ ଟଙ୍କା କମିଲା LPG ସିଲିଣ୍ଡର ଦର

author img

By ETV Bharat Odisha Team

Published : Mar 8, 2024, 9:33 AM IST

Updated : Mar 8, 2024, 10:05 AM IST

LPG Cylinder Price Reduction in International Women's Day: ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା । କମିଲା ଏଲପିଜି ସିଲିଣ୍ଡର ଦର । ଅଧିକ ପଢନ୍ତୁ

LPG cylinder price
LPG cylinder price

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଦେଶର କୋଟି କୋଟି ମହିଳାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହିଳା ଦିବସ ଅବସରରେ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏଲପିଜି ସିଲିଣ୍ଡର ଦରକୁ 100 ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହାଦ୍ୱାରା ଦେଶର ଲକ୍ଷ ଲକ୍ଷ ପରିବାର ଉପରେ ଆର୍ଥିକ ବୋଝ କମିବ, ବିଶେଷ ଭାବରେ ଆମର ନାରୀ ଶକ୍ତି ଉପକୃତ ହେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ-ଜୀବନ ଯାତ୍ରାରେ ଏକା ଲଢୁଛନ୍ତି 70 ବର୍ଷୀୟା ବନିତା, ସ୍ବାମୀଙ୍କ ଅବର୍ତ୍ତମାନରେ ଜଳଖିଆ ଦୋକାନ କରି ପୋଷୁଛନ୍ତି ପରିବାର

100 ଟଙ୍କା କମିଲା ଏଲପିଜି ସିଲିଣ୍ଡର ଦର: ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ଆଜି ମହିଳା ଦିବସରେ ଆମ ସରକାର ଏଲପିଜି ସିଲିଣ୍ଡର ଦରକୁ 100 ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଦେଶର ଲକ୍ଷ ଲକ୍ଷ ପରିବାର ଉପରେ ଆର୍ଥିକ ବୋଝରୁ ମୁକୁଳିବେ ଓ ଆମର ନାରୀ ଶକ୍ତି ବିଶେଷ ବାବରେ ଉପକୃତ ହେବ। ରନ୍ଧନ ଗ୍ୟାସକୁ ଅଧିକ ସୁଲଭ କରି ପରିବାରର କଲ୍ୟାଣକୁ ସମର୍ଥନ କରିବା ଏବଂ ଏକ ସୁସ୍ଥ ପରିବେଶ ଗଠନ କରିବାକୁ ଲକ୍ଷ୍ୟ ରଖିଛୁ । ଏହା ମହିଳାମାନଙ୍କୁ ସଶକ୍ତିକରଣ କରିବ ଏବଂ ସେମାନଙ୍କ ପାଇଁ ‘Ease of Living’ (ସହଜ ଜୀବନଯାପନ) ସୁନିଶ୍ଚିତ କରିବା ପାଇଁ ଆମର ପ୍ରତିବଦ୍ଧତାର ଅନୁରୂପ ।

ଏହା ମଧ୍ୟ ପଢନ୍ତୁ-ସୁଖ ବିସ୍ତାର କରନ୍ତି ମହିଳା; ସମାଜର ଗର୍ବ, ନାମ ଗୋଟିଏ ରୂପ ହଜାରେ

ମହିଳାଙ୍କ ଶକ୍ତି, ସାହସ ଓ ସ୍ଥିରତାକୁ ସମ୍ମାନ: ପ୍ରଥମେ ମହିଳା ଦିବସ ଅବସରରେ ଟ୍ବିଟ କରି ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ । ସେ ଟ୍ବିଟ କରି କହିଛନ୍ତି, ''ଆନ୍ତର୍ଜାତୀୟ ମହିଳା ଦିବସରେ ଶୁଭେଚ୍ଛା । ଆମେ ଆମର ନାରୀ ଶକ୍ତିର ଶକ୍ତି, ସାହସ ଓ ସ୍ଥିରତାକୁ ଆମେ ସମ୍ମାନ ଜଣାଉଛୁ। ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ସଫଳତା ପ୍ରଶଂସନୀୟ । ଶିକ୍ଷା, ଉଦ୍ୟୋଗିତା, କୃଷି, ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବାକୁ ଆମ ସରକାର ପ୍ରତିବଦ୍ଧ । ଗତ ଦଶନ୍ଧିରେ ଏହା ଆମର ସଫଳତାରେ ମଧ୍ୟ ପ୍ରତିଫଳିତ ହୋଇଛି ।

ପୂର୍ବରୁ ଥିଲା କେତେ ?

ସହରଦର
ଭୁବନେଶ୍ବର929
ନୂଆଦିଲ୍ଲୀ903
କୋଲକାତା1000
ମୁ୍ମ୍ବାଇ902
ଚେନ୍ନାଇ918
ବାଙ୍ଗାଲୋର905
ଜୟପୁର906
ଲକ୍ଷ୍ନୌ940
ପୁନେ1001

ଏବେ ହେଲା କେତେ ?

ସହରଦର
ଭୁବନେଶ୍ବର829
ନୂଆଦିଲ୍ଲୀ803
କୋଲକାତା900
ମୁ୍ମ୍ବାଇ802
ଚେନ୍ନାଇ818
ବାଙ୍ଗାଲୋର805
ଜୟପୁର806
ଲକ୍ଷ୍ନୌ840
ପୁନେ901

ମାର୍ଚ୍ଚ 1 ତାରିଖରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ହୋଇଥିଲା । ୧୯ କିଲୋଗ୍ରାମ ବିଶିଷ୍ଟ କର୍ମସିଆଲ ଏଲପିଜି ସିଲିଣ୍ଡର 25 ଟଙ୍କା 50 ପଇସା ବୃଦ୍ଧି ହୋଇଥିଲା । ଯାହାଫଳରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ଏହି ଗ୍ୟାସ ଦର 1795 ଟଙ୍କା ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 8, 2024, 10:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.