ETV Bharat / business

RBIର ବଡ଼ ନିଷ୍ପତ୍ତି, ମାର୍ଚ୍ଚ ୩୧ ରବିବାର ଖୋଲା ରହିବ ସବୁ ବ୍ୟାଙ୍କ

author img

By ETV Bharat Odisha Team

Published : Mar 21, 2024, 10:01 AM IST

Banks to remain open on Sunday: ଆସନ୍ତା ୩୧ ତାରିଖ ରବିବାର ଦିନ ଦେଶରେ ଖୋଲା ରହିବା ସବୁ ବ୍ୟାଙ୍କ । ନିର୍ଦ୍ଦେଶ ଦେଲା ଆରବିଆଇ । ଅଧିକ ପଢନ୍ତୁ

ମାର୍ଚ୍ଚ ୩୧ ରବିବାର ଦିନ ଖୋଲା ରହିବ ସବୁ ବ୍ୟାଙ୍କ
ମାର୍ଚ୍ଚ ୩୧ ରବିବାର ଦିନ ଖୋଲା ରହିବ ସବୁ ବ୍ୟାଙ୍କ

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର । ଚଳିତମାସର ଶେଷ ରବିବାର ଦିନ ଖୋଲା ରହିବ ବ୍ୟାଙ୍କ । ମାର୍ଚ୍ଚ ୩୧ ତାରିଖ ରବିବାର ପଡୁଥିବା ବେଳେ ସର୍ବସାଧାରଣଙ୍କ ପାଇଁ ଏହି ଦିନ ସବୁ ବ୍ୟାଙ୍କର ବ୍ରାଞ୍ଚ ଖୋଲା ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁରୋଧ କରିଛି । ମାର୍ଚ୍ଚ ୩୧ ୨୦୨୩-୨୪ ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଦିନ ଗ୍ରାହକ ଓ ବ୍ୟାଙ୍କର ସମସ୍ତ ବଳକା କାମ ସାରିବାକୁ କୁହାଯାଇଛି । ଏନେଇ ରିଜର୍ଭ ବ୍ୟାଙ୍କ(RBI) ପକ୍ଷରୁ ଗତକାଲି (ବୁଧବାର) ନୋଟିଫିକେସନ ଜାରି ହୋଇଛି ।

ଆରବିଆଇ ନୋଟିଫିକେସନରେ କୁହାଯାଇଛି ଯେ, ସରକାରୀ ନେଣଦେଶ ସହ ଜଡିତ ବ୍ୟାଙ୍କଗୁଡିକର ସବୁ ଶାଖା ମାର୍ଚ୍ଚ ୩୦, ୩୧ ତାରିଖ ଶନିବାର ଓ ରବିବାର ଦିନ ଖୋଲା ରହିବ । ଆର୍ଥିକ ବର୍ଷର ଶେଷ ଯାଏଁ ହେଉଥିବା ସମସ୍ତ ଟ୍ରାଞ୍ଜାକ୍ସନ ସେହି ବର୍ଷ ହିଁ ଏଣ୍ଟ୍ରି ହେବା ଉଚିତ୍ । ଏଥିପାଇଁ ସବୁ ବ୍ୟାଙ୍କଗୁଡିକ ରବିବାର ଖୋଲା ରହିବ । ଏହି ଦିନ ନିର୍ଦ୍ଧାରିତ ସମୟ ଅନୁସାରେ ବ୍ୟାଙ୍କ ଖୋଲିବ ଓ ବନ୍ଦ ହେବ । ଏହା ବ୍ୟତୀତ NEFT (ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର) ଏବଂ RTGS (ରିଅଲ ଟାଇମ ଗ୍ରାସ ସେଟଲମେଣ୍ଟ) ଟ୍ରାଞ୍ଜାକ୍ସନ ମଧ୍ୟ ରାତି ୧୨ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି ।

ଏହା ପୂର୍ବରୁ ଆୟକର ବିଭାଗ (Income Tax Dept) ମଧ୍ୟ ମାର୍ଚ୍ଚ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ସବୁ ଛୁଟି ବାତିଲ କରିଥିଲା ଏବଂ ମାସର ଶେଷ ରବିବାର ଦିନ ଏହାର ସମସ୍ତ ଅଫିସ ଖୋଲା ରହିବାକୁ ନିର୍ଦ୍ଦେଶ ଦେଇଥିଲା । ବିଭାଗ ୨୯ ତାରିଖ ଗୁଡ ଫ୍ରାଇଡ ଛୁଟି ସମେତ ଶନିବାର ଓ ରବିବାରର ଛୁଟି ବି ବାତିଲ କରିଥିଲା । ୨୯ ତାରିଖ ଗୁଡ ଫ୍ରାଇଡ ହୋଇଥିବା ବେଳେ ୩୦ ତାରିଖ ଶନିବାର ଓ ୩୧ ତାରିଖ ରବିବାର ପଡୁଛି । ଆର୍ଥିକ ବର୍ଷ ଶେଷ ହେଉଥିବାରୁ ସମସ୍ତ ବଳକା କାମ ବର୍ଷ ଶେଷ ସୁଦ୍ଧା ସାରିବାକୁ ଏହି ନିଷ୍ପତ୍ତି ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: କ୍ରେଡିଟ୍ କାର୍ଡ ଏବଂ ପେମେଣ୍ଟ ନେଟୱାର୍କ କ’ଣ, ଜାଣନ୍ତୁ ଏହା କିପରି କାମ କରେ

ଏହା ମଧ୍ୟ ପଢନ୍ତୁ: ଫ୍ଲିପକାର୍ଟ ଆରମ୍ଭ କଲା ନିଜସ୍ବ UPI ସେବା; ଆମାଜନ, ପେଟିଏମକୁ ଦେବ ଟକ୍କର !

ଏହା ମଧ୍ୟ ପଢନ୍ତୁ: ବ୍ୟବସାୟରେ ଭାରତୀୟ ଡେଭଲପର୍ସଙ୍କୁ ବଡ଼ ଝଟକା, Appsକୁ ପ୍ଲେ ଷ୍ଟୋରରୁ ହଟାଇବା ପରେ ଫେରାଇଲା ଗୁଗଲ


ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.